Top Stories

Search here...

News

ଆମେରିକାରେ ରେକର୍ଡ; ଓମିକ୍ରନ ଆକ୍ରାନ୍ତ ହସ୍ପିଟାଲରେ ଭର୍ତି

Posted On - 1 week ago
Edited By Team BbsrReporters
LAST UPDATED Jan 19, 2022 06:35 AM

ତିନି ସପ୍ତାହ ହେବ ଡେଲଟା ତୁଳନାରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଆମେରିକାରେ ବଢି ଚାଲିଛି ।

 

BBSR Reporters

 

ନୂଆଦିଲ୍ଲୀ: ଆମେରିକାରେ ରେକର୍ଡ ସଂଖ୍ୟକ ଓମିକ୍ରନ ଆକ୍ରାନ୍ତ ହସ୍ପିଟାଲରେ ଭର୍ତି । ତିନି ସପ୍ତାହ ହେବ ଡେଲଟା ତୁଳନାରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଆମେରିକାରେ ବଢି ଚାଲିଛି । ଦେଶରେ ଏବେ ଦୈନିକ ଲକ୍ଷେ ୩୨ ହଜାରରୁ ଅଧିକ ଆକ୍ରାନ୍ତ ହସ୍ପିଟାଲରେ ଭର୍ତି ହୋଇ ଚିକିତ୍ସିତ ହେଉଛନ୍ତି । ଗତବର୍ଷ ଦେଶରେ ଡେଲଟା ଆକ୍ରାନ୍ତ ଅଧିକ ଥିବା ବେଳେ ଲକ୍ଷେ ୩୨ ହଜାର ହସ୍ପିଟାଲରେ ଭର୍ତି ହୋଇଥିଲେ । 

 

ଡିସେମ୍ବର ଯାଏ ହସ୍ପିଟାଲରେ ବେଡ୍ ସଂଖ୍ୟା ଏତେଟା ଭର୍ତି ହୋଇନଥିଲା । କିନ୍ତୁ ଏବେ ହଠାତ୍ ହସ୍ପିଟାଲରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଯାଇଛି । ତେଣୁ ଦେଶର ସ୍ୱାସ୍ଥ୍ୟାବସ୍ଥା ଉପରେ ବୋଝ ବଢିବାରେ ଲାଗିଛି । ଆକ୍ରାନ୍ତଙ୍କ ସଂଖ୍ୟା ହସ୍ପିଟାଲରେ ବଢୁଥିବାରୁ ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଆମେରିକାରେ ଏବେ କରୋନାରେ ଦୈନିକ ପ୍ରାୟ ହଜାରେ ଉପରେ ପ୍ରାଣ ହରାଉଛନ୍ତି ।

Related News
satta king tw