Top Stories

Search here...

News

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ଲକ୍ଷ ୪୭ ହଜାର ୨୫୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

Posted On - 15 minutes ago
Edited By Team BbsrReporters
LAST UPDATED Jan 21, 2022 06:20 PM

ଦେଶରେ ସମୁଦାୟ ‘ଓମିକ୍ରନ୍‌’ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇ ୯,୬୯୨ରେ ପହଞ୍ଚିଛି। ଗତକାଲି ଠାରୁ ଓମିକ୍ରନ୍‌ ସଂକ୍ରମଣ ୪.୩୬% ବୃଦ୍ଧି ପାଇଥିବା ସୂଚନା ରହିଛି।

 

BBSR Reporters

 

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ଲକ୍ଷ ୪୭ ହଜାର ୨୫୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୨୪ ଘଣ୍ଟା ମଧ୍ୟରେ କରୋନାରେ ଆକ୍ରାନ୍ତ ହୋଇ ୭୦୩ ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ ଦିନକରେ ଚିହ୍ନଟ ହେଲେ ରେକର୍ଡ ସଂଖ୍ୟକ ପଜିଟିଭ। ଦେଶରେ ସମୁଦାୟ ‘ଓମିକ୍ରନ୍‌’ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇ ୯,୬୯୨ରେ ପହଞ୍ଚିଛି। ଗତକାଲି ଠାରୁ ଓମିକ୍ରନ୍‌ ସଂକ୍ରମଣ ୪.୩୬% ବୃଦ୍ଧି ପାଇଥିବା ସୂଚନା ରହିଛି।

 

ଗତକାଲି ଠାରୁ ଆଜିର ସଂକ୍ରମଣ ସଂଖ୍ୟା ୨୯,୭୨୨ ଅଧିକ ରହିଛି। ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩,୮୫,୬୬,୦୨୭ରେ ପହଞ୍ଚିଛି। ସେହିପରି କୋଭିଡ୍‌-୧୯ଜନିତ ମୋଟ ମୃତ୍ୟୁସଂଖ୍ୟା ୪,୮୮,୩୯୬ରେ ପହଞ୍ଚିଛି।

 

ଅନ୍ୟପଟେ ଗତ ୨୪ ଘଣ୍ଟାରେ କରୋନାରୁ ୨,୫୧,୭୭୭ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ୩,୬୦,୫୮,୮୦୬ ରହିଛି। ଏହାଛଡ଼ା ଏବେ ଦେଶରେ ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୦,୧୮,୮୨୫ ଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି। 9658949848

Related News
satta king tw