Top Stories

Search here...

News

ଓମିକ୍ରନର ଲକ୍ଷଣ ଦେଖାଗଲେ କେଉଁ ଖାଦ୍ୟ ଖାଇବା ଆବଶ୍ୟକ

Posted On - 9 minutes ago
Edited By Team BbsrReporters
LAST UPDATED Jan 22, 2022 04:09 PM

ପଢନ୍ତୁ ଲକ୍ଷଣ ଜାଣି କେଉଁ ଖାଦ୍ୟ ଖାଇବା ଆବଶ୍ୟକ l

 

BBSR Reporters

 

ନୂଆଦିଲ୍ଲୀ: ଓମିକ୍ରନର ପ୍ରଭାବକୁ ହ୍ରାସ କରିବା ପାଇଁ ଟିକାକରଣ ହେଉଛି ସର୍ବୋତ୍ତମ ଉପାୟ। ହେଲେ ଟିକା ନେଇଥିବା ଲୋକେ ମଧ୍ୟ ଏହି ଭାରିଆଣ୍ଟ ଦ୍ବାରା ଆକ୍ରାନ୍ତ ହେଉଥିବା ଦେଖାଯାଉଛି। ତେବେ ଓମିକ୍ରନ ଦ୍ବାରା ଆକ୍ରାନ୍ତ ହେଲେ ଏହାର ଲକ୍ଷଣ ଜାଣି କେଉଁ ଖାଦ୍ୟ ଖାଇବା ଆବଶ୍ୟକ, ଆଜି ଆମେ ଆପଣଙ୍କୁ‌ ସେବିଷୟରେ ଜଣାଇବୁ।

 

୧. ଓମିକ୍ରନ୍ ଭାରିଆଣ୍ଟ ଦ୍ବାରା ସଂକ୍ରମିତ ହେଲେ ଦହି ଖାଇବା ଆରମ୍ଭ କରନ୍ତୁ। ଦହି ଥଣ୍ଡା ହୋଇଥିବାରୁ ଏହାକୁ ଖାଇବା ଦ୍ବାରା ଗଳାକୁ ଅ‌ାରାମ ମିଳେ। ଏଥିସହ ଏଥିରେ ପ୍ରୋଟିନ୍ ଭରପୂର ରହିଥାଏ, ଯେଉଁଥିପାଇଁ ଭୋକ ମଧ୍ୟ କମ୍ ଲାଗେ। କିନ୍ତୁ ମନେରଖନ୍ତୁ ମଧ୍ୟାହ୍ନ ଭୋଜନ ସମୟରେ ହିଁ ଦହି ଖାଇବା ଉଚିତ୍।

୨. ଗଳାକୁ ଆରାମ ଦେବା ପାଇଁ ସୁପ୍ ପିଇବା ଜରୁରୀ। ସୁପରେ ଅନେକ ଇଲେକ୍ଟ୍ରୋଲାଇଟ୍ ରହିଥାଏ, ଯାହାର ଶରୀରରକୁ ଓମିକ୍ରନ ସହ ଲଢ଼ିବାକୁ ଶକ୍ତି ଦେବ। ଅନ୍ୟପକ୍ଷରେ, ଯଦି ଆପଣଙ୍କୁ ଭୋକ ଲାଗୁଥାଏ ତେବେ ଆପଣ ଏଥିରେ ବିଭିନ୍ନ ପରିବା ମିଶାଇ ଏହାକୁ ପ୍ରସ୍ତୁତ କରିପାରିବେ। ଏହା ଦ୍ବାରା ଭୋକ ମେଣ୍ଟିବା ସହ ଆପଣଙ୍କୁ ସଂକ୍ରମଣ ସହ ଲଢ଼ିବାରେ ଶକ୍ତି ମିଳିବ।

୩. ଯଦି ଆପଣ ଓମିକ୍ରନ୍ ଭାରିଆଣ୍ଟରେ ସଂକ୍ରମିତ ହେଉଛନ୍ତି, ତେବେ ଆପଣ ପତ୍ରଯୁକ୍ତ ପନିପରିବା ଖାଇବା ଉଚିତ୍। ଓମିକ୍ରନ ଦ୍ବାରା ସଂକ୍ରମିତ ହେଲେ ଆପଣ ପାଳଙ୍ଗ, , ପତ୍ର କୋବି, ଫୁଲକୋବି ଖାଇପାରିବେ। ଏଗୁଡିକ ଖାଇବା ଦ୍ୱାରା ଆପଣଙ୍କ ଶରୀର ଅନେକ ପୁଷ୍ଟିକର ଉପାଦାନ ପାଇବ, ଯାହା ଆପଣଙ୍କୁ ଓମିକ୍ରନ୍ ସଂକ୍ରମଣ ବିରୋଧରେ ଲଢ଼ିବାରେ ସାହାଯ୍ୟ କରିବ। ଏହା ବ୍ୟତୀତ, ଏହାକୁ ଖାଇବା ଦ୍ୱାରା ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ମଜବୁତ ହେବ।

Related News
satta king tw