Top Stories

Search here...

News

ଓମିକ୍ରମ ବଢାଉଛି ଚିନ୍ତା; ଆରଟି ପିସିଆର ଟେଷ୍ଟରେ ବି ଧରାପଡୁନି ଭୂତାଣୁ

Posted On - 3 days ago
Edited By Prabir Kumar
LAST UPDATED Jan 28, 2022 01:08 AM

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିବା ମୁତବାକ ଓମିକ୍ରନର ୩ଟି ସବ ଷ୍ଟ୍ରେନ ରହିଛି । ସେଗୁଡ଼ିକ ହେଲା ବିଏ.୧, ବିଏ.୨, ବିଏ.୩ । ବିଏ.୧ ସବ୍ ଷ୍ଟ୍ରେନ ଏବେ ବିଶ୍ୱରେ ଓମିକ୍ରନ ଦ୍ୱାରା ଆକ୍ରାନ୍ତ ହେଉଥିବା ଲୋକଙ୍କ ଶରୀରରୁ ଅଧିକାଂଶରେ ମିଳୁଛି ।

 

BBSR Reporters

 


ଲଣ୍ଡନ: ଓମିକ୍ରନର ସବ ଷ୍ଟ୍ରେନ ବିଏ.୨ ଏବେ ସାରା ବିଶ୍ୱର ଚିନ୍ତା ବଢ଼ାଇଛି । ଏହି ଭାରିଏଣ୍ଟ ବର୍ତ୍ତମାନ ବିଶ୍ୱର ୪୦ରୁ ଅଧିକ ଦେଶରେ ପହଞ୍ଚି ସାରିଲାଣି । ତେବେ ଏହି ଭାରିଏଣ୍ଟକୁ ଠାବ କରିବା ପାଇଁ ବ୍ୟବହୃତ ହେଉଥିବା ଆରଟି ପିସିଆର କିଟ୍ ଠିକ୍ ଭାବେ ଧରିପାରୁନି । ଆରଟିପିଆର ଟେଷ୍ଟରୁ ଓମିକ୍ରନର ସବ ଷ୍ଟ୍ରେନ ଖସିଯିବାର ଆଶଙ୍କା ରହିଥିବାରୁ ୟୁରୋପରେ ପୁଣି କରୋନା ସଂକ୍ରମଣ ବଢ଼ିବ ବୋଲି କୁହାଯାଉଛି ।

 

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିବା ମୁତବାକ ଓମିକ୍ରନର ୩ଟି ସବ ଷ୍ଟ୍ରେନ ରହିଛି । ସେଗୁଡ଼ିକ ହେଲା ବିଏ.୧, ବିଏ.୨, ବିଏ.୩ । ବିଏ.୧ ସବ୍ ଷ୍ଟ୍ରେନ ଏବେ ବିଶ୍ୱରେ ଓମିକ୍ରନ ଦ୍ୱାରା ଆକ୍ରାନ୍ତ ହେଉଥିବା ଲୋକଙ୍କ ଶରୀରରୁ ଅଧିକାଂଶରେ ମିଳୁଛି । ସେହିପରି ବି.୨ ସବ୍ ଷ୍ଟ୍ରେନ ଦ୍ରୁତଗତିରେ ମାଡ଼ିବାରେ ଲାଗିଛି । ଡେନମାର୍କରେ ଜାନୁଆରୀ ୨୦ ସୁଦ୍ଧା ବିଏ.୨ ଷ୍ଟ୍ରେନ ସବୁଠାରୁ ଅଧିକ ଲୋକଙ୍କୁ ଆକ୍ରାନ୍ତ କରିଛି । ଏବେ ଦେଶରେ ସକ୍ରିୟ ରୋଗୀଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ଶରୀରରୁ ଏହି ବିଏ.୨ ଷ୍ଟ୍ରେନ ଠାବ ହୋଇଛି ।

 

 ବ୍ରିଟେନ ପକ୍ଷରୁ ଏହାକୁ ଭାରିଏଣ୍ଟ ଅଫ କନସର୍ନ ତାଲିକାରେ ରଖାଯାଇଛି । ଅର୍ଥାତ ଏହା କେତେ ପ୍ରାଣଘାତୀ, ତା’ର ଯାଞ୍ଚ କରାଯାଉଛି । ଡେନମାର୍କ ଓ ବ୍ରିଟେନ ବ୍ୟତୀତ ବିଏ.୨ ସବ ଷ୍ଟ୍ରେନ ସ୍ୱିଡେନ, ନରୱେ ଓ ଭାରତରେ ମଧ୍ୟ ଠାବ ହୋଇ ସାରିଲାଣି । ଭାରତ ଓ ଫ୍ରାନ୍ସର ବୈଜ୍ଞାନିକମାନେ ଏହି ଷ୍ଟ୍ରେନ ଓମିକ୍ରନର ବିଏ.୧ ଷ୍ଟ୍ରେନର ସ୍ଥାନ ନେବାର ଆଶଙ୍କା ଥିବା ମଧ୍ୟ ମତ ରଖିଛନ୍ତି ।

 

ବିଏ.୧ ସହ ବିଏ.୨ର ପ୍ରାୟ ସମାନ । ହେଲେ ବିଏ.୨ ପାଖରେ ୨୮ଟି ସ୍ୱତନ୍ତ୍ର ମ୍ୟୁଟେସନ ରହିଛି । ଗବେଷକଙ୍କ ମତରେ ବିଏ.୧ ମ୍ୟୁଟେସନ ପିସିଆର ଟେଷ୍ଟରେ ଧରା ପଡ଼ି ଯାଉଛି । ହେଲେ ବିଏ.୨ ସବ ଷ୍ଟ୍ରେନରେ ସମାନ ମ୍ୟୁଟେସନ ନଥିବାରୁ ଏହା ଆରଟିପିସିଆର ଟେଷ୍ଟକୁ ମାତ ଦେବାର ସମ୍ଭାବନା ରହିଛି । ଟେଷ୍ଟ ଦ୍ୱାରା ଏହି ଷ୍ଟ୍ରେନକୁ ଠାବ କରିବା କଷ୍ଟକର ବୋଲି ସେମାନେ କହିଛନ୍ତି ।
 

Related News
satta king tw