Top Stories

Search here...

News

ଦିଲ୍ଲୀରେ କୋହଳ ହେଲା କୋଭିଡ କଟକଣା;ହଟିଲା ସପ୍ତାହନ୍ତ କର୍ଫୁ୍ୟ 

Posted On - 7 minutes ago
Edited By Prabir Kumar
LAST UPDATED Jan 27, 2022 07:25 PM

ସପ୍ତାହାନ୍ତ କର୍ଫୁ୍ୟ ହଟାଯିବା ସହ ୫୦ପ୍ରତିଶତ କ୍ଷମତାରେ ସିନେମା ହଲ ଖୋଲିବାକୁ ନିଷ୍ପତି ଦିଆଯାଇଛି ।

 

BBSR Reporters


ଦିଲ୍ଲୀରେ କରୋନା ସଂକ୍ରମଣ ସାମାନ୍ୟ କମିବା ପରେ କୋଭିଡ କଟକଣା କୋହଳ କରିଛନ୍ତି କେଜ୍ରିୱାଲ ସରକାର । ଗତ ୨୪ଘଂଟାରେ ଦିଲ୍ଲୀରେ ୭ହଜାର ୪୯୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏହାସହ ୨୯ଜଣଙ୍କର ମୃତୁ୍ୟ ହୋଇଛି । ସେହିପରି ବୁଧବାର ଦିନ ୫ହଜାର ୭୬୦ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୦ଜଣଙ୍କର ମୃତୁ୍ୟ ହୋଇଥିଲା । ସଂକ୍ରମଣ ସାମାନ୍ୟ କମିବା ପରେ କୋଭିଡ କଟକଣା ସାମାନ୍ୟ କୋହଳ କରାଯାଇଛି । ସପ୍ତାହାନ୍ତ କର୍ଫୁ୍ୟ ହଟାଯିବା ସହ ୫୦ପ୍ରତିଶତ କ୍ଷମତାରେ ସିନେମା ହଲ ଖୋଲିବାକୁ ନିଷ୍ପତି ଦିଆଯାଇଛି । ଏହାସହ ରାତି ୧୦ଟାରୁ ସକାଳ ୫ଯାଏଁ ବଳବତର ରହିବ ନାଇଟ କର୍ଫୁ୍ୟ ।


 

Related News
satta king tw