Top Stories

Search here...

News

ଉଭୟ ଦେଶ ଓ ରାଜ୍ୟରେ କମୁଛି ସଂକ୍ରମଣ ହେଲେ ବଢୁଛି ମୃତୁ୍ୟୃ ସଂଖ୍ୟା

Posted On - 7 minutes ago
Edited By Prabir Kumar
LAST UPDATED Jan 30, 2022 05:42 PM

ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରୁ ୪, ୮୪୩ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଦେଶରେ ୨ ଲକ୍ଷ ୩୪ ହଜାର ୨୮୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

 

BBSR Reporters


ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ସ୍ଥିର ରହିଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରୁ ୪ ହଜାର ୮ଶହ ୪୩ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ ବୟସ ମଧ୍ୟରେ ୬ ଶହ ୬୩ ଜଣ ସଂକ୍ରମିତ ଅଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୨ ହଜାର ୮ ଶହ ୧୫ ଜଣ ସଂଘରୋଧରୁ ଚିହ୍ନଟ ହୋଇଥିବା ବେଳେ ୨ ହଜାର ୨୮ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି  ।

 

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ  ହଜାରେ ୨୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୭୩୫,  ନୂଆପଡ଼ାରୁ ୧୯୪, ଯାଜପୁରରୁ ୧୬୬, ବାଲେଶ୍ୱରରୁ ୧୫୨, କଳାହାଣ୍ଡିରୁ ୧୫୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ମୋଟ ୫୩ ହଜାର ୯୦ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ସଂକ୍ରମଣ ବଢୁଥିବାରୁ ଟେଷ୍ଟିଂ ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି । ଗତ ୨୪ ଘଂଟାରେ ୬୨ ହଜାର  ୮ଶହ ୫୮ ଜଣଙ୍କ ନମୂନା ପରୀକ୍ଷା ହୋଇଛି । ଆଜି ରାଜ୍ୟରେ ୧୯ଜଣଙ୍କ କରୋନାରେ ମୃତୁ୍ୟ ହୋଇଛି । ସେହିପରି ରାଜ୍ୟରେ ୧୯ ଜଣଙ୍କର ମୃତୁ୍ୟ ହୋଇଥିବା ନେଇ ସୂଚନା ମିଳିଛି ।

 

 ଦେଶରେ ଆଜି ବି ଅଢେଇ ଲକ୍ଷ ତଳେ ଦୈନିକ ସଂକ୍ରମଣ । ଗତ ୨୪ ଘଂଟାରେ ୨ ଲକ୍ଷ ୩୪ ହଜାର ୨୮୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ଏହି ସଂଖ୍ୟା ଥିଲା ୨ ଲକ୍ଷ ୩୫ ହଜାର ୫୩୨ । ଗତକାଲି ପଜିଟିଭି ରେଟ୍ ୧୩ ଦଶମିକ ୩୯ ପ୍ରତିଶତ ଥିବା ବେଳେ ଆଜି ଏହା ବୃଦ୍ଧି ପାଇ ୧୪ ଦଶମିକ ୫୦ ପ୍ରତିଶତ ହୋଇଛି । ଏବେ ଦେଶରେ ସକ୍ରିୟ ମାମଲା ୧୮ ଲକ୍ଷ ୮୪ ହଜାର ୯୩୭ ରହିଛି । ଯାହାକି ମୋଟ୍ ସଂକ୍ରମଣର ୪ ଦଶମିକ ୫୯ ପ୍ରତିଶତ ।

 

ସେହିପରି ଦେଶରେ ଆରୋଗ୍ୟ ହାର ୯୪ ଦଶମିକ ୨୧ ପ୍ରତିଶତ ରହିଛି । ଗତ ୨୪ ଘଂଟାରେ ୩ ଲକ୍ଷ ୫୨ ହଜାର ୭୮୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ସବୁଠୁ ବଡ଼ କଥା ହେଉଛି ଆକ୍ରାନ୍ତଙ୍କ ସଂଖ୍ୟା କମୁଥିଲେ ବି ମୃତୁ୍ୟ ସଂଖ୍ୟା ବୃଦ୍ଧି ପାଉଛି । ଗତ ୨୪ ଘଂଟାରେ ୮୯୩ ଜଣଙ୍କ ଜୀବନ ନେଇଛି ମହାମାରୀ । ଗତକାଲି ଏହି ସଂଖ୍ୟା ରହିଥିଲା ୮୭୧ । ଏହାରି ଭିତରେ ଦେଶରେ ୭୫ ପ୍ରତିଶତରୁ ଅଧିକ ଲୋକ କରୋନାର ଦୁଇଟି ଡୋଜ୍ ନେଇ ସାରିଥିବା କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ।

 

ଦେଶରେ ଆଉ ୪ରୁ ୬ ସପ୍ତାହ ରହିପାରେ ସଂକ୍ରମଣ ପ୍ରକୋପ । ଫେବ୍ରୁଆରୀ ଶେଷ ସୁଦ୍ଧା ତୃତୀୟ ଲହର ସଂପୂର୍ଣ୍ଣ ଫିକା ପଡ଼ିବ ବୋଲି ଆକଳନ କରିଛନ୍ତି ବୈଜ୍ଞାନିକ । ଏବେ ଦେଶରେ ଦୈ÷ନିକ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ୫ ଦିନ ହେବ ଦୈନିକ ସଂକ୍ରମଣ ୩ ଲକ୍ଷ ତଳେ ରହୁଛି । ଗତକାଲି ଦୈନିକ ସଂକ୍ରମଣ ଅଢେଇ ଲକ୍ଷ ତଳେ ରହିଥିଲା । ଡବ୍ଲୁଏଚ୍ଓ କହିଛି, ଏପରି ସ୍ଥିତିକୁ ଦେଖି କରୋନା ମୁକାବିଲା ସତର୍କତା ପଦକ୍ଷେପରେ କୌଣସି ଅବହେଳା କରିବା ଠିକ୍ ନୁହେଁ । ଦେଶରେ କରୋନା ବିପଦ ଏବେ ବି ଜାରି ରହିଛି, ତେଣୁ ପରିସ୍ଥିତିକୁ ଦେଖି ସଠିକ୍ ପଦକ୍ଷେପ ନେବା ଜରୁରୀ ।

 

Related News
satta king tw