Top Stories

Search here...

News

୭୫% ଟପିଲା ଦେଶରେ ଦ୍ୱିତୀୟ ଡୋଜ୍ ଟିକାକରଣ: ମୋଦି କହିଲେ ମହତ୍ତ୍ୱପୂର୍ଣ୍ଣ ଉପଲବ୍ଧି

Posted On - 7 minutes ago
Edited By Prabir Kumar
LAST UPDATED Jan 30, 2022 04:38 PM

ଗୋଟିଏ ବର୍ଷ ଆଉ ୧୪ ଦିନରେ ଦେଶର ୭୫% ପ୍ରାପ୍ତ ବୟସ୍କଙ୍କୁ କରୋନା ଟିକାର ଦୁଇଟି ଯାକ ଡୋଜ୍ ଦିଆଯାଇ ପାରିଛି ।

 

BBSR Reporters

 

ନୂଆଦିଲ୍ଲୀ: କରୋନା ମହାମାରୀ ବିରୋଧରେ ଲଢେଇ ପାଇଁ ଟିକାକରଣ ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି । ଦେଶରେ ୭୫% ଅଧିକ ପ୍ରାପ୍ତ ବୟସ୍କଙ୍କ ଲୋକ ଦ୍ୱିତୀୟ ଡୋଗ ଟିକା ନେଇଥିବା ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଟ୍ୱିଟ କରି ସୂଚନା ଦେଇଛନ୍ତି ।

 

 ଗୋଟିଏ ବର୍ଷ ଆଉ ୧୪ ଦିନରେ ଦେଶର ୭୫% ପ୍ରାପ୍ତ ବୟସ୍କଙ୍କୁ କରୋନା ଟିକାର ଦୁଇଟି ଯାକ ଡୋଜ୍ ଦିଆଯାଇ ପାରିଛି ।ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ମହତ୍ତ୍ୱପୂର୍ଣ୍ଣ ଉପଲବ୍ଧ ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀ ଏଥିପାଇଁ ସମସ୍ତଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।


 ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ସବକା ସାଥ, ସବକା ପ୍ରୟାସ ମନ୍ତ୍ରରେ ଭାରତ ୭୫% ପ୍ରାପ୍ତ ବୟସ୍କଙ୍କୁ ଟିକାର ଦୁଇଟି ଯାକ ଡୋଜ୍ ଦେବାର ଲକ୍ଷ୍ୟ ହାସଲ କରିପାରିଛି । କରୋନା ଲଢେ଼ଇରେ ଆମେ ନିରନ୍ତର ଶକ୍ତିଶାଳୀ ହେଉଛେ । ଆମ ସମସ୍ତଙ୍କୁ କରୋନା ସଂକ୍ରମଣ ରୋକିବା ପାଇଁ କଟକଣା ମାନି ଚଳିବାକୁ ପଡ଼ିବ ଓ ଯଥାଶୀଘ୍ର ଟିକା ନେବାକୁ ହେବ ବୋଲି ସେ କହିଛନ୍ତିି ।


ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଶୁଭେଚ୍ଛା ଜଣାଇ କହିଛନ୍ତି, ୭୫% ପ୍ରାପ୍ତ ବୟସ୍କଙ୍କର ଏବେ ପୂର୍ଣ୍ଣ ଟିକାକରଣ ହୋଇଛି । ଏହି ମହତ୍ତ୍ୱପୂର୍ଣ୍ଣ ଉପଲବ୍ଧି ପାଇଁ ସବୁ ନାଗରିକଙ୍କୁ ଶୁଭେଚ୍ଛା । ଆମର ଟିକାକରଣ ଅଭିଯାନକୁ ସଫଳତାର ଶୀର୍ଷରେ ପହଞ୍ଚାଇବାକୁ ପ୍ରୟାସ କରୁଥିବା ଲୋକଙ୍କ ପାଇଁ ଆମେ ଗର୍ବିତ ।

 

ସୂଚନାଯୋଗ୍ୟ, ଭାରତରେ ୨୦୨୧ ଜାନୁଆରୀ ୧୬ରୁ କରୋନା ବିରୋଧୀ ଟିକାକରଣ ଆରମ୍ଭ ହୋଇଛି । ପ୍ରଥମେ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖଯୋଦ୍ଧାଙ୍କ ଟିକାକରଣ ଆରମ୍ଭ ହୋଇଥିଲା । ଏହାପରେ ସମସ୍ତ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ଦିଆଯାଇଥିଲା । ଚଳିତ ବର୍ଷ ଜାନୁଆରୀ ୩ରୁ ୧୫ରୁ ୧୮ ବର୍ଷ ବର୍ଗରେ ଥିବା ପିଲାଙ୍କ ଟିକାକରଣ ଆରମ୍ଭ ହୋଇଛି । ସେହିପରି ୧୦ ତାରିଖରୁ ସମ୍ମୁଖଯୋଦ୍ଧା, ବହୁବିଧି ରୋଗୀ, ୬୦ ବର୍ଷରୁ ଅଧିକ ବୟସ୍କ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ କରୋନା ବିରୋଧରେ ବୁଷ୍ଟର ଡୋଜ୍ ଦିଆଯାଉଛି । 
 

Related News
satta king tw