Top Stories

Search here...

News

ଆକ୍ସନ ମୁଡରେ ଭଗୱନ୍ତ ମନ; ସରକାରକୁ ଆସିବା ପରେ ବାହାରିଲାଣି ୬୦ ହଜାର ସରକାରୀ ଚାକିରି

Posted On - 4 days ago
Edited By Prabir Kumar
LAST UPDATED Mar 27, 2022 10:32 AM

୩୫ ହଜାର ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ ଚାକିରି ଦେବେ ବୋଲି ଆଜି ପୁଣି ଘୋଷଣା କରିଛନ୍ତି ପଞ୍ଜାବ ସରକାର ।

 

BBSR Reporters


ଚଣ୍ଡିଗଡ଼: ଆକ୍ସନ ମୁଡରେ ପଞ୍ଜାବର ଆପ୍ ସରକାର ।  କ୍ଷମତାକୁ ଆସିବା ମାତ୍ରେ ଗୋଟିଏ ପରେ ଗୋଟିଏ ବଡ଼ ପଦକ୍ଷେପ ନେବାରେ ଲାଗିଛନ୍ତି ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମନ ।  ଆଜି ବିଭିନ୍ନ ସରକାରୀ ବିଭାଗରେ କାମ କରୁଥିବା ପ୍ରାୟ ୩୫ ହଜାର ଠିକା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ମିଳିବ ବୋଲି ସେ କହିଛନ୍ତି । ଗ୍ରୁପ ସି’ ଓ ଗ୍ରୁପ ଡି’ର ଠିକା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯିବ । ଆପ୍ ସରକାରଙ୍କୁ  ଆସିବା ପରେ ଏହାକୁ ମିଶାଇ ମୋଟ ୬୦ ହଜାର ସରକାରୀ ଚାକିରି ପାଇଁ ଘୋଷଣା କରାଯାଇଛି । 

 

୩୫ ହଜାର ସରକାରୀ ଚାକିରି ସରକାରୀ ବିଭାଗର ଗ୍ରୁପ ସି’ ଠିକା କର୍ମଚାରୀମାନେ ସାଧାରଣତଃ କ୍ଲରିକାଲ କାର୍ଯ୍ୟ କରନ୍ତି । ସେହିପରି ଗ୍ରୁପ୍ ଡି’ କର୍ମଚାରୀମାନେ ରକ୍ଷାଣବେକ୍ଷାଣ ଓ ଶ୍ରମିକ ଭାବେ ଦାୟିତ୍ୱ ସମ୍ପାଦନ କରନ୍ତି । ସେମାନଙ୍କୁ ଏବେ ପଞ୍ଜାବର ଆପ୍ ସରକାର ସ୍ଥାୟୀ ସରକାରୀ ଚାକିରିଆର ମାନ୍ୟତା ଦେବେ । ଏଥିପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀ ମାନ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଏସଂକ୍ରାନ୍ତରେ ଗୋଟିଏ ଚିଠା ପ୍ରସ୍ତାବ ପ୍ରସ୍ତୁତ କରିବାକୁ କହିଛନ୍ତି । ଏହାକୁ ପଞ୍ଜାବର ବିଧାନସଭା ଅଧିବେଶନ ବେଳେ ଗୃହରେ ଉପସ୍ଥାପନ କରାଯିବ ।

 

ଗତ ସପ୍ତାହରେ ମାନ ତାଙ୍କ ପ୍ରଥମ କ୍ୟାବିନେଟ ବୈଠକରେ ୨୫ ହଜାର ସରକାରୀ ଚାକିରି ସୁଯୋଗ ସୃଷ୍ଟି କରିବା ପ୍ରସ୍ତାବ ଉପରେ ମୋହର ମାରିଥିଲେ । ଏହା ମଧ୍ୟରୁ କେବଳ ୧୦ ହଜାର ନିଯୁକ୍ତି ପୁଲିସ୍ ବିଭାଗରେ ସୃଷ୍ଟି ହେବ । ସୂଚନାଯୋଗ୍ୟ, ନିକଟରେ ଶେଷ ହୋଇଥିବା ପଞ୍ଜାବ ବିଧାନସଭା ନିର୍ବାଚନରେ ଆପ୍ ୯୨ଟି ଆସନ ଜିତି ସରକାର ଗଠନ କରିଛି । 
 

Related News
satta king tw