Top Stories

Search here...

News

ଟି-୨୦ ମ୍ୟାଚରେ ଫର୍ମକୁ ଫେରିଲେ ଈଶାନ୍, ଶ୍ରେୟସ; ଶ୍ରୀଲଙ୍କାକୁ ୨୦୦ ରନର ଟାର୍ଗେଟ

Posted On - 6 hours ago
Edited By Prabir Kumar
LAST UPDATED Feb 25, 2022 02:54 AM

କିଶନଙ୍କ ବିସ୍ଫୋରକ ଇନିଂସ୍ ସାଙ୍ଗକୁ କ୍ୟାପଟେନ୍ ରୋହିତ୍ ଶର୍ମା ଓ ଶ୍ରେୟସ ଆୟରଙ୍କ ଦମଦାର ବ୍ୟାଟିଂ ବଳରେ ଭାରତ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-୨୦ରେ ୨ ୱିକେଟ୍ ହରାଇ ୧୯୯ ରନ୍ କରିଛି ।

 

BBSR Reporters


ଲକ୍ଷ୍ନୌ: ଫର୍ମକୁ ଫେରିଲେ ଈଶାନ୍ କିଶନ । କିଶନଙ୍କ ବିସ୍ଫୋରକ ଇନିଂସ୍ ସାଙ୍ଗକୁ କ୍ୟାପଟେନ୍ ରୋହିତ୍ ଶର୍ମା ଓ ଶ୍ରେୟସ ଆୟରଙ୍କ ଦମଦାର ବ୍ୟାଟିଂ ବଳରେ ଭାରତ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-୨୦ରେ ୨ ୱିକେଟ୍ ହରାଇ ୧୯୯ ରନ୍ କରିଛି । ଭାରତ ପକ୍ଷରୁ ଈଶାନ୍ ସର୍ବାଧିକ ୮୯ (୫୬ ବଲ୍, ୧୦ ଚୌକା, ୩ ଛକା) ରନ୍ କରିଛନ୍ତି । ମ୍ୟାଚ୍ ଜିତିବା ପାଇଁ ଶ୍ରୀଲଙ୍କାକୁ ୨୦୦ ରନର ଟାର୍ଗେଟ ଦେଇଛି ଭାରତ ।


ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଶ୍ରୀଲଙ୍କା ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଭାରତକୁ ଜବରଦସ୍ତ ଷ୍ଟାର୍ଟ ଦେଇଥିଲେ ରୋହିତ୍ ଓ ଈଶାନ୍ । ଦୁହେଁ ୩୨ ବଲରେ ଭାରତର ସ୍କୋରକୁ ୫୦ ରନରେ ପହଞ୍ଚାଇଥିଲେ । ପରେ ଈଶାନ୍ ନିଜର ଦ୍ୱିତୀୟ ଅର୍ଦ୍ଧଶତକ ମାତ୍ର ୩୦ ବଲରେ ପୂରଣ କରିଥିଲେ । ତେବେ ରୋହିତ୍ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ । ଆଉଟ୍ ହେବା ପୂର୍ବରୁ ରୋହିତ୍ ଈଶାନଙ୍କ ସହ ମିଶି ପ୍ରଥମ ୱିକେଟ୍ ପାଇଁ ୧୧୧ ରନର ଶତକୀୟ ଭାଗିଦାରୀ କରିଥିଲେ । ରୋହିତ୍ ୩୨ ବଲରେ ୨ ଚୌକା ଓ ୧ ଛକା ସହ ୪୪ ରନ୍ କରିଥିଲେ । 
 

Related News
satta king tw