Top Stories

Search here...

News

ମୋଦିଙ୍କୁ ଟାର୍ଗେଟ କଲେ ମନମୋହନ ସିଂ; କହିଲେ ଅର୍ଥନୀତି ସହ ବିଜେପିର ବୁଝାବଣା ନାହିଁ

Posted On - 8 minutes ago
Edited By Prabir Kumar
LAST UPDATED Feb 17, 2022 08:19 PM

ନେତାଙ୍କୁ କୁଣ୍ଡେଇଲେ  ଅବା ବିନା ନିମନ୍ତ୍ରଣରେ ଯାଇ ବିରିୟାନି ଖାଇବା ଦ୍ୱାରା ସମ୍ପର୍କର ବିକାଶ ହୁଏନି ବୋଲି ମନମୋହନ ସିଂ ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି । 

 

BBSR Reporters


ନୂଆଦିଲ୍ଲୀ: ୫ ରାଜ୍ୟର ନିର୍ବାଚନକୁ ନେଇ ରାଜନୈତିକ ବୟାନବାଜୀ ଜାରି ରହିଛି । ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କଂଗ୍ରେସ ନେତା ମନମୋହନ ସିଂ ବଭିନ୍ନ ପ୍ରସଙ୍ଗକୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତିି, ଲୋକମାନେ ଅମର ଭଲ କାମକୁ ମନେ ପକାଉଛନ୍ତି ।  ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଘଟଣାକୁ ନେଇ ବିଜେପି ପଞ୍ଜାବ ମୁଖ୍ୟମନ୍ତ୍ରୀ ଏବଂ ପଞ୍ଜାବବାସୀଙ୍କୁ ଅସମ୍ମାନ କରିଛନ୍ତି  ।

 

ପଡୋସୀ ଦେଶ ସହ ସମ୍ପର୍କକୁ ନେଇ ମନମୋହନ ସିଂ ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି, ନେତାଙ୍କୁ କୁଣ୍ଡେଇଲେ  ଅବା ବିନା ନିମନ୍ତ୍ରଣରେ ଯାଇ ବିରିୟାନି ଖାଇବା ଦ୍ୱାରା ସମ୍ପର୍କର ବିକାଶ ହୁଏନି । ବିଜେପିର ଜାତୀୟତାବାଦ ବି୍ରିଟିସରଙ୍କ ଡିଭାଇଡ ଆଣ୍ଡ ରୁଲ ନୀତି ଉପରେ ଆଧରିତ । ଅର୍ଥନୀତିର ପଲିସି ସହ ବିଜେପିର କୌଣସି ବୁଝାବଣା ନାହିଁ । ସରକାର ବୈଦେଶିକ ନୀତିରେ ମଧ୍ୟ ବିଫଳ ହୋଇଛନ୍ତି । ଚୀନ ଆମର ସୀମାରେ ବସିଛି ଏବଂ ଦମନ କରିବାକୁ ଚେଷ୍ଟା ଚଳାଇଛି  ବୋଲି ସେ କହିଛନ୍ତି ।
 

Related News
satta king tw