Top Stories

Search here...

News

ଗଲୱାନ୍ ସଂଘର୍ଷରେ ୪ ନୁହେଁ ୩୮ ଚୀନ୍ ସେନା ନିହତ ହୋଇଥିଲେ; ଅଷ୍ଟ୍ରେଲିଆ ଖୋଲିଲା ମୁଖା

Posted On - 7 minutes ago
Edited By Prabir Kumar
LAST UPDATED Feb 03, 2022 08:23 PM

ଋିପୋର୍ଟରେ କୁହାଯାଇଛି ଭାରତ-ଚୀନ୍ ମଧ୍ୟରେ ସଂଘର୍ଷ ବେଳେ ଚୀନ୍ର ପିପୁଲ୍ସ ଲିବରେସନ୍ ଆର୍ମୀ ବା ପିଏଲ୍ଏର ବହୁ ଯବାନ ଗଲୱାନ୍ ନଦୀରେ ଭାସି ଯାଇଥିଲେ ।

 

BBSR Reporters


ନୂଆଦିଲ୍ଲୀ: ୨୦୨୦ରେ ହୋଇଥିବା ଗଲୱାନ୍ ସଂଘର୍ଷରେ ମରିଥିଲେ ୩୮ ଚୀନ୍ ସେନା । ଅଷ୍ଟ୍ରେଲିଆ ନୁ୍ୟଜ୍ ପେପର ‘ଦ କ୍ଲାକ୍ସନ’ରେ ଏନେଇ ରିପୋର୍ଟ ପ୍ରକାଶ ପାଇଛି । ଏଥିରେ କୁହାଯାଇଛି ଭାରତ-ଚୀନ୍ ମଧ୍ୟରେ ସଂଘର୍ଷ ବେଳେ ଚୀନ୍ର ପିପୁଲ୍ସ ଲିବରେସନ୍ ଆର୍ମୀ ବା ପିଏଲ୍ଏର ଯବାନ ଗଲୱାନ୍ ନଦୀରେ ଭାସି ଯାଇଥିଲେ । ଏହି ରିପୋର୍ଟ ପରେ ଚୀନ୍ର ପୋଲ୍ ଖୋଲିଛି ଅଷ୍ଟ୍ରେଲିଆ ଗଣମାଧ୍ୟମ । ଗତବର୍ଷ ଜୁନ୍ ମାସରେ ପୂର୍ବ ଲଦାଖର ଗଲୱାନ୍ ଘାଟୀରେ ଭାରତ ଓ ଚୀନ୍ ସୈନିକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଏଥିରେ ଭାରତର ୨୦ ଜଣ ଯବାନ ସହିଦ ହୋଇଥିଲେ । ହେଲେ ଚୀନ୍ର ୪ ଜଣ ସୈନିକଙ୍କ ମୃତୁ୍ୟ ହୋଇଥିବା ସେତେବେଳେ ସ୍ୱୀକାର କରିଥିଲା ଚୀନ୍ ।
 

Related News
satta king tw