Top Stories

Search here...

News

ଭାରତୀୟ ସ୍କ୍ୱାଡରେ ସ୍ଥାନ ପାଇଛନ୍ତି ସ୍ପିନର ରବି ବିଷ୍ଣୋଇ

Posted On - 9 minutes ago
Edited By Team BbsrReporters
LAST UPDATED Jan 27, 2022 06:33 PM

ଅଣ୍ଡର୍-୧୯ ବିଶ୍ୱକପ୍ ଓ ଆଇପିଏଲରୁ ହିଁ ରବିଙ୍କ ପ୍ରତିଭା ସର୍ବସମ୍ମୁଖକୁ ଆସିଛି। ସେ ଆଇପିଏଲ୍ ଫ୍ରାଞ୍ଚାଇଜି ପଞ୍ଜାବ ପକ୍ଷରୁ ଭଲ ପ୍ରଦର୍ଶନ କରିଛନ୍ତି। ଆଇପିଏଲର ପରବର୍ତ୍ତୀ ସଂସ୍କରଣ ପାଇଁ ତାଙ୍କୁ ନୂଆ ଟିମ୍ ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍ ଡ୍ରାଫ୍ଟ ଖେଳାଳି ଭାବେ ରଖିଛି।

 

BBSR Reporters

 

 

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜ୍ ପାଇଁ ଘୋଷିତ ଭାରତୀୟ ସ୍କ୍ୱାଡରେ ସ୍ଥାନ ପାଇଛନ୍ତି  ସ୍ପିନର ରବି ବିଷ୍ଣୋଇ। ରୋହିତ୍ ଶର୍ମାଙ୍କ ନେତୃତ୍ୱରେ ସେ ନିଜର ଅନ୍ତର୍ଜାତୀୟ କ୍ୟାରିୟରର ଶୁଭାରମ୍ଭ କରିବେ। ଅଣ୍ଡର୍-୧୯ ବିଶ୍ୱକପ୍ ଓ ଆଇପିଏଲରୁ ହିଁ ରବିଙ୍କ ପ୍ରତିଭା ସର୍ବସମ୍ମୁଖକୁ ଆସିଛି। ସେ ଆଇପିଏଲ୍ ଫ୍ରାଞ୍ଚାଇଜି ପଞ୍ଜାବ ପକ୍ଷରୁ ଭଲ ପ୍ରଦର୍ଶନ କରିଛନ୍ତି। ଆଇପିଏଲର ପରବର୍ତ୍ତୀ ସଂସ୍କରଣ ପାଇଁ ତାଙ୍କୁ ନୂଆ ଟିମ୍ ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍ ଡ୍ରାଫ୍ଟ ଖେଳାଳି ଭାବେ ରଖିଛି। ୨୦୧୮ରେ ରବିଙ୍କୁ ଦ୍ୱାଦଶ ବୋର୍ଡ ପରୀକ୍ଷା ଦେବାର ଥିଲା। ଏହାରି ଭିତରେ ଆଇପିଏଲ୍ ସିଜନ୍ ମଧ୍ୟ ଆରମ୍ଭ ହୋଇ ସାରିଥିଲା ଏବଂ ରବିଙ୍କୁ ରାଜସ୍ଥାନ ରୟାଲ୍ସ ପାଇଁ ନେଟ୍ ବୋଲିଂ କରିବାକୁ ସୁଯୋଗ ମିଳିଥିଲା। ରବିଙ୍କ ପିତା ତାଙ୍କୁ ଫୋନ୍ କରି ରାଜସ୍ଥାନର କ୍ୟାମ୍ପ ଛାଡ଼ି ଦ୍ୱାଦଶ ପରୀକ୍ଷା ଦେବାକୁ କହିଥିଲେ। ରବି ମଧ୍ୟ ନିଜ ପିତାଙ୍କ କଥା ମାନିବାକୁ ପ୍ରସ୍ତୁତ ଥିଲେ। ଏହା ପରେ ରବି ନିଜ କୋଚଙ୍କ ସହ ଏ ସମ୍ବନ୍ଧରେ କଥା ହୋଇଥିଲେ।

 

କୋଚ୍ ରବିଙ୍କୁ କହିଥିଲେ ଯେ ବିଶ୍ୱସ୍ତରୀୟ ବ୍ୟାଟ୍ସମ୍ୟାନଙ୍କ ସାମ୍ନାରେ ନେଟ୍ ବୋଲିଂ କରିବା କିଛି ଛୋଟିଆ କଥା ନୁହେଁ। ଯଦି ଏଠାରେ ତୁମେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟ କରିବାରେ ସଫଳ ହେବ, ତାହେଲେ ତୁମର କ୍ରିକେଟର୍ ହେବାର ସ୍ୱପ୍ନ ସାକାର ହୋଇପାରେ। କୋଚଙ୍କ ଠାରୁ ଏଇ କେତେକ ପଦ ଶୁଣି ରବି ନିଷ୍ପତ୍ତି ବଦଳାଇଥିଲେ। ପରେ ରବି ନିଜ ପିତାଙ୍କ କଥା ନମାନି କ୍ରିକେଟ୍ ପ୍ରାକ୍ଟିସ୍ ଜାରି ରଖିଥିଲେ ଏବଂ ନିଜର ବୋର୍ଡ ପରୀକ୍ଷା ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ।

 

ରବି ସେହି ଖେଳାଳିମାନଙ୍କ ମଧ୍ୟରେ ସାମିଲ ଅଛନ୍ତି, ଯେଉଁମାନେ ପାଠପଢ଼ା ଅପେକ୍ଷା ଖେଳକୁ ପ୍ରାଥମିକତା ଦେଇଛନ୍ତି। ଆଉ ଏହି ନିଷ୍ପତ୍ତି ତାଙ୍କ ଜୀବନର ସବୁଠାରୁ ବଡ଼ ଟର୍ଣ୍ଣିଂ ପଏଣ୍ଟ ମଧ୍ୟ ସାବ୍ୟସ୍ତ ହୋଇଛି। ରବି ରାଜସ୍ଥାନ ରୟାଲ୍ସ ପାଇଁ ନେଟ୍ ବୋଲର ଭାବେ ଚୟନ ହୋଇଥିଲେ ଏବଂ ସେହି ସମୟରେ ତାଙ୍କର ଦ୍ୱାଦଶ ବୋର୍ଡ ପରୀକ୍ଷା ମଧ୍ୟ ଥିଲା। ତାଙ୍କ ପିତାଙ୍କ ସହ ସେ ମଧ୍ୟ ଏହି ପରୀକ୍ଷା ଦେବାକୁ ଚାହୁଁଥିଲେ, କିନ୍ତୁ ନିଜ କୋଚଙ୍କ ସହ କଥା ହେଲା ପରେ ସେ କ୍ରିକେଟକୁ ପ୍ରାଥମିକତା ଦେଇଥିଲେ। ଆଉ ଏବେ ସେ ପ୍ରଥମଥର ଲାଗି ଭାରତୀୟ ଦଳରେ ସାମିଲ୍ ହୋଇଛନ୍ତି।

 

ଯୁବ ବିଶ୍ୱକପ ପାଇଁ ଭାରତୀୟ ଟିମରେ ସାମିଲ୍ ହେବା ପୂର୍ବରୁ ରବିଙ୍କୁ ଅଣ୍ଡର୍-୧୬ କିମ୍ବା ଅଣ୍ଡର୍-୧୯ ଟିମରେ ସ୍ଥାନ ମିଳିନଥିଲା। ଏହାକୁ ନେଇ ସେ ବହୁତ ଦୁଃଖି ଥିଲେ। କିନ୍ତୁ କ୍ରିକେଟ୍ ପ୍ରତି ଭଲପାଇବା ଏବଂ ସପୋର୍ଟ ସିଷ୍ଟମ ରବିଙ୍କର ମନୋବଳକୁ ହ୍ରାସ କରିପାରିନଥିଲା। ଅଣ୍ଡର-୧୯ ଟ୍ରାଏଲରେ ସେ ଦୁଇଥର ରିଜେକ୍ଟ ହୋଇଥିଲେ। କିନ୍ତୁ ଯେତେବେଳେ ସେ ରାଜସ୍ଥାନର ନେଟ୍ ବୋଲର ଭାବେ ବୋଲିଂ କଲେ, ସେତେବେଳେ ତାଙ୍କ ଉପରେ ସମସ୍ତଙ୍କ ନଜର ପଡ଼ିଥିଲା। ଏହିଠାରୁ ହିଁ ରବିଙ୍କୁ ଭଲ ବୋଲିଂ କରିବା ପାଇଁ ଟିପ୍ସ ମିଳିଥିଲା ଏବଂ ଦେଖୁ ଦେଖୁ ଅଣ୍ଡର୍-୧୯ ବିଶ୍ୱକପରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।

 

ରବି ବିଷ୍ଣୋଇ ଏପର୍ଯ୍ୟନ୍ତ ଲିଷ୍ଟ-ଏ କ୍ୟାରିୟରରେ ୧୭ ମ୍ୟାଚ୍ ଖେଳି ୨୪ ୱିକେଟ୍ ହାସଲ କରିଛନ୍ତି। ସେହିପରି ଟି-୨୦ରେ ୪୨ ମ୍ୟାଚ୍ ଖେଳି ୪୯ ୱିକେଟ୍ ନେଇଛନ୍ତି। ରବି ୨୩ଟି ଆଇପିଏଲ୍ ମ୍ୟାଚ୍ ଖେଳି ୨୪ ୱିକେଟ୍ ନିଜ ନାଁରେ କରିଛନ୍ତି। ଚାପରେ ୱିକେଟ୍ ନେବା ତାଙ୍କର ସବୁଠାରୁ ବଡ଼ ଶକ୍ତି। ତାଙ୍କର ପରିଶ୍ରମ ସେତେବେଳେ ଫଳପ୍ରଦ ହେଲା, ଯେତେବେଳେ ସେ ୨୦୧୯-୨୦ରେ ଅଣ୍ଡର୍-୧୯ ବିଶ୍ୱକପ୍ ଖେଳିବା ପାଇଁ ସୁଯୋଗ ପାଇଲେ। ଏହି ଟୁର୍ଣ୍ଣାମେଣ୍ଟରେ ସେ ମୋଟ ୧୭ ୱିକେଟ୍ ନେଇଥିଲେ। ସେ ଜାପାନ ଓ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। ତାଙ୍କର ଗୁଗଲୀ କ୍ରିକେଟ୍ ବିଶେଷଜ୍ଞଙ୍କୁ ବେଶ୍ ପ୍ରଭାବିତ କରିଛି। ସେ ଏହି ବିଶ୍ୱକପର ସର୍ବାଧିକ ୱିକେଟ୍ ସଂଗ୍ରହକାରୀ ବୋଲର ମଧ୍ୟ ହୋଇଥିଲେ।

Related News
satta king tw