Top Stories

Search here...

News

ନିର୍ବାଚନ ଲଢ଼ିବେ ନିର୍ଭୟା ଓକିଲ ସୀମା କୁଶଓ୍ୱାହ

Posted On - 9 minutes ago
Edited By Team BbsrReporters
LAST UPDATED Jan 22, 2022 03:54 PM

ବହୁଚର୍ଚ୍ଚିତ ନିର୍ଭୟାକାଣ୍ଡର ଓକିଲ ସୀମା କୁଶଓ୍ୱାହ ଏବେ ରାଜନୀତିରେ ପାଦ ଥାପିଛନ୍ତି।

 

BBSR Reporters

 

ଲକ୍ଷ୍ନୌ: ବହୁଚର୍ଚ୍ଚିତ ନିର୍ଭୟାକାଣ୍ଡର ଓକିଲ ସୀମା କୁଶଓ୍ୱାହ ଏବେ ରାଜନୀତିରେ ପାଦ ଥାପିଛନ୍ତି। ଗତ କାଲି ସେ ବହୁଜନ ସମାଜପାର୍ଟି(ବିଏସପି)ରେ ସାମିଲ ହୋଇଛନ୍ତି। ୟୁପି ବିଧାନସଭା ନିର୍ବାଚନୀ ମଇଦାନକୁ ଓହ୍ଲାଇ ପାରନ୍ତି ସୀମ। ବିଏସପି ପକ୍ଷରୁ ସୀମାଙ୍କୁ ପ୍ରାର୍ଥୀ କରାଯିବା ନେଇ ଚର୍ଚ୍ଚା ହେଉଛି । ସୀମା ହେଉଛନ୍ତି ସୁପ୍ରିମ କୋର୍ଟର ଜଣେ ଚର୍ଚ୍ଚିତ ଓକିଲ। ନିର୍ଭୟା ପୀଡ଼ିତାଙ୍କ ପାଇଁ ଲଢ଼ି ତାଙ୍କୁ ନ୍ୟାୟ ପ୍ରଦାନ କରିବାରେ ସୀମ।ଙ୍କୁ ବେଶ ସଂଘର୍ଷ କରିବାରକୁ ପଡ଼ିଥିଲା। ନିର୍ଭୟା ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇ ଫାଶିଖୁଣ୍ଟ ଝୁଲିବା ପର୍ଯ୍ୟନ୍ତ ସୀମା ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲେ।

 

ଲକ୍ଷ୍ନୌରେ ବିଏସପି ମୁଖ୍ୟ ମାୟାବତୀ ଏବଂ ଜାତୀୟ ସମ୍ପାଦକ ସତିଶ ଚନ୍ଦ୍ର ମିଶ୍ରାଙ୍କ ଉପସ୍ଥିତିରେ ସୀମାଙ୍କୁ  ଦଳରେ ସ୍ୱାଗତ କରାଯାଇଛି। ସମାଜର ଅବହଳିତ ଏବଂ ନିଷ୍ପେଶିତ ବର୍ଗଙ୍କ ପାଇଁ କାମ କରିବାର ଅଭିଳାସ ନେଇ ସେ ଦଳରେ ଯୋଗ ଦେଇଛନ୍ତି ବୋଲି କହିଛନ୍ତି । ସୁପ୍ରିମକୋର୍ଟର ଓକିଲ ବ୍ୟତୀତ ସୀମା ନିର୍ଭୟା ଜ୍ୟୋତି ଟ୍ରଷ୍ଟ ନାମକ ଏକ  ସଙ୍ଗଠନର ଗଠନ କରିଛନ୍ତି। ଦୁଷ୍କର୍ମ ପୀଡ଼ିତାଙ୍କୁ ସହାୟତା ପାଇଁ ଏହି ଟ୍ରଷ୍ଟର ଆଭିମୁଖ୍ୟ ହୋଇଥିବା ବେଳେ ସେ ଏହି ଅଭିଯାନ ଜାରି ରଖିଛନ୍ତି।

 

ସେହିପରି  ନିର୍ଭୟା ବ୍ୟତୀତ ହାଥରସ୍‌ ମାମଲାରେ ମଧ୍ୟ ସେ ଓକିଲ ଭାବେ ପ୍ରତିନିଧିତ୍ୱ କରିଥିଲେ। ସୂଚନା ଅନୁଯାୟୀ ରାଜଧାନୀ ଦିଲ୍ଲୀରେ ୨୦୧୨ରେ ନିର୍ଭକାକାଣ୍ଡ ଘଟିଥିଲା।  ଜଣେ ୨୩ ବର୍ଷୀୟ ଯୁବତୀଙ୍କୁ ଏକ ଚଳନ୍ତା ବସରେ ଅତି ବୀଭତ୍ସଭାବେ ଗଣ ଦୁଷ୍କର୍ମ କରାଯାଇ ହତ୍ୟା କରାଯାଇଥିଲା। ସେହିପରି  ୨୦୨୦ ସେପ୍ଟେମ୍ବରରେ ୟୁପିର ହାଥରସ୍‌ରେ ଜଣେ ଦଳିତ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରାଯାଇଥିଲା। ପରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୁତ୍ୟୁ ଘଟିଥିଲା।

Related News
satta king tw