Top Stories

Search here...

News

ଉତ୍ତର ପ୍ରଦେଶରେ କାଳ ହେଲା ଦଳୀୟ କନ୍ଦଳ; କ୍ୟାବିନେଟ୍ ମନ୍ତ୍ରୀଙ୍କ ସହ ଦଳ ଛାଡିଲେ ୫ ବିଧାୟକ

Posted On - 1 week ago
Edited By Prabir Kumar
LAST UPDATED Jan 19, 2022 03:23 AM

ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ସମାଜବାଦୀ ପାର୍ଟିରେ ମିଶି ସାରିଥିବା ବେଳେ ଅନ୍ୟମାନେ ଖୁବଶୀଘ୍ର ସମାନ ପଦକ୍ଷେପ ନେବେ ବୋଲି ଜଣାପଡ଼ିଛି । 

 

BBSR Reporters

 

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ଆଉ ମାସରେ ଥିବା ବେଳେ  ବିଜେପିକୁ ଲାଗିଛି ବଡ ଝଟକା  । ଆଜି ଜଣେ ଯୋଗୀ ସରକାରଙ୍କର ଜଣେ କ୍ୟାବିନେଟ୍ ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ସମେତ ୫ ଜଣ ବିଧାୟକ ବିଜେପି ଛାଡ଼ିଛନ୍ତି । ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ସମାଜବାଦୀ ପାର୍ଟିରେ ମିଶି ସାରିଥିବା ବେଳେ ଅନ୍ୟମାନେ ଖୁବଶୀଘ୍ର ସମାନ ପଦକ୍ଷେପ ନେବେ ବୋଲି ଜଣାପଡ଼ିଛି । ମୌର୍ଯ୍ୟଙ୍କ ଇସ୍ତଫା ପରେ  ତାଙ୍କର ଘନିଷ୍ଠ କୁହାଯାଉଥିବା ରୋଶନ ଲାଲ ବର୍ମା, ବ୍ରିଜେଶ ପ୍ରଜାପତି, ଭଗବତୀ ସାଗର ଓ ବିନୟ ଶାକ୍ୟ ବିଜେପି ଛାଡିଛନ୍ତି ।

 

ଏପରି ସ୍ଥଳେ ବିଜେପିକୁ ସମାଜବାଦୀ ପାର୍ଟି ପକ୍ଷରୁ ଗୋଟିଏ ବିରଳ ଉପହାର ପଠା ଯାଇଛି । ସମାଜବାଦୀ ପାର୍ଟି ମୁଖପାତ୍ର ଆଇପି ସିଂହ ଉତ୍ତର ପ୍ରଦେଶରେ ଥିବା ବିଜେପି ମୁଖ୍ୟାଳୟର ଠିକଣାରେ ଗୋଟିଏ ତାଲା ପଠାଇଛନ୍ତି । ଏହାକୁ ବିଜେପି ମାର୍ଚ୍ଚ ୧୦ ଅର୍ଥାତ ଭୋଟ ଗଣତି ପରେ ବ୍ୟବହାର କରିବ ବୋଲି ସେ କହିଛନ୍ତି । ସେ ଅନଲାଇନରେ ତାଲା ଅର୍ଡର କରିଥିବା ସ୍କ୍ରିନ ଶଟକୁ ଟ୍ୱିଟରରେ ପୋଷ୍ଟ କରିଛନ୍ତି ।

 

ବିଜେପିର ଜଣଙ୍କ ପରେ ଜଣେ ବିଧାୟକ ଇସ୍ତଫା ଦେଉଥିବା ବେଳେ ଅନ୍ୟପଟେ ଦଳ ଦିଲ୍ଲୀରେ ନିର୍ବାଚନ ରଣନୀତି ପ୍ରସ୍ତୁତ କରୁଛି । ଆଜି ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଯୋଗୀ ଆଦିତ୍ୟନାଥ, ସ୍ୱତନ୍ତ୍ର ଦେବ ସିଂହଙ୍କ ସହ ବରିଷ୍ଠ ନେତାମାନେ ଆଲୋଚନା କରି ପ୍ରାର୍ଥୀ ଚୂଡ଼ାନ୍ତ କରୁଛନ୍ତି ।
 

Related News
satta king tw