Top Stories

Search here...

News

୫ ରାଜ୍ୟରେ ୭ ଟି ପର୍ଯ୍ୟାୟରେ ହେବ ନିର୍ବାଚନ; ଫେବ୍ରୁଆରୀ ୧୦ରୁ ଭୋଟ ଗ୍ରହଣ; ମାର୍ଚ୍ଚ ୧୦ରେ ଫଳାଫଳ 

Posted On - 4 months ago
Edited By Prabir Kumar
LAST UPDATED May 20, 2022 03:10 AM

ଏଥର ଅନଲାଇନରେ ନାମାଙ୍କନପତ୍ର ଦାଖଲ କରିହେବ । ସବୁ ରାଜନୈତିକ ଦଳ ପାଇଁ ସୁବିଧା ଆପ୍ ପ୍ରସ୍ତୁତ କରାଯାଇଛି । ଏଥିରେ ନାମାଙ୍କନ ଦାଖଲ କରିପାରିବେ ପ୍ରାର୍ଥୀ । ବେଆଇନ ଟଙ୍କା ଓ ମଦ ଉପରେ କଡ଼ା ନଜର ରଖାଯିବ ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା କହିଛନ୍ତି ।

 

BBSR Reporters


ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ ଓ ପଞ୍ଜାବ ମଣିପୁରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା  । କମିଶନରଙ୍କ ସୂଚନା ମୁତାବକ ଫେବ୍ରୁଆରୀ ୧୦ ତାରିଖରୁ ୭ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ମାର୍ଚ୍ଚ ୧୦ରେ ଫଳାଫଳ ପ୍ରକାଶ ପାଇବ । ଏହା ସହିତ ଆଜିଠୁ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି ।


ଉତ୍ତର ପ୍ରଦେଶରେ ୭ଟି ପର୍ଯ୍ୟାୟରେ ଓ ମଣିପୁରରେ ୨ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ । ଉତ୍ତର ପ୍ରଦେଶରେ ଫେବ୍ରୁଆରୀ ୧୦ ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବ । ସେହିପରି ରାଜ୍ୟରେ ଫେବ୍ରୁଆରୀ ୧୪ରେ ଦ୍ୱିତୀୟ, ୨୦ରେ ୩ୟ, ୨୩ରେ ୪ର୍ଥ, ୨୭ରେ ୫ମ, ମାର୍ଚ୍ଚ ୩ରେ ଷଷ୍ଠ ଓ ୭ ତାରିଖରେ ସପ୍ତମ ପର୍ଯ୍ୟାୟ ଭୋଟ୍ ଗ୍ରହଣ କରାଯିବ ।


 ସେହିପରି ପଞ୍ଜାବ, ଗୋଆ ଓ ଉତ୍ତରାଖଣ୍ଡରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ । ମଣିପୁରରେ ଫେବ୍ରୁଆରୀ ୨୭ ଓ ମାର୍ଚ୍ଚ ୩ରେ ହେବ ଭୋଟ୍ ଗ୍ରହଣ ହେବ । ଉତ୍ତରାଖଣ୍ଡ, ଗୋଆ ଓ ପଞ୍ଜାବରେ ଫେବ୍ରୁଆରୀ ୧୪ରେ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ ।

 

କମିଶନର ସୁଶୀଲ ଚନ୍ଦ୍ରା କହିଛନ୍ତି, ଗତ ଦୁଇ ବର୍ଷ ହେବ କୋଭିଡ୍ ନିୟମକୁ ଅନୁସରଣ କରି ନିର୍ବାଚନ ହୋଇ ଆସୁଛି । ସୁରକ୍ଷିତ ନିର୍ବାଚନ କରାଇବା ଆମର ଲକ୍ଷ୍ୟ  । ଏଥର ୫ଟି ରାଜ୍ୟରେ ମୋଟ ୬୮୦ଟି ବିଧାନସଭା ଆସନ ପାଇଁ ମତଦାନ ହେବ । ଏହି ୫ ରାଜ୍ୟରେ ୧୮ କୋଟି ୩୪ ଲକ୍ଷ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ । ସେମାନଙ୍କ ମଧ୍ୟରେ ୮.୫୫ କୋଟି ମହିଳା ଅଛନ୍ତି । ସେହିପରି ୨୪.୯ ଲକ୍ଷ ଭୋଟର ପ୍ରଥମ ଥର ମତଦାନ କରିବେ । ଉତ୍ତରପ୍ରଦେଶରେ ୨୯% ନୂତନ ଭୋଟର ଭୋଟ୍ ଦେବେ । ସର୍ବମୋଟ ୨ ଲକ୍ଷ ୧୫ ହଜାର ୩୬୮ଟି କେନ୍ଦ୍ରରେ ମତଦାନ ହେବ । ପ୍ରତି ବୁଥ୍ରେ କେବଳ ୧,୨୫୦ ଜଣ ଭୋଟ୍ ଦେବେ । ପୁଲିଂ ବୁଥ୍ ନିକଟରେ ୱେଟିଂ ଏରିଆ, ଶୌଚାଳୟ, ରାମ୍ପସ, ସାନିଟାଇଜର ଓ ମାସ୍କ ଉପରେ ଗୁରୁତ୍ୱାରୋପ କରାଯାଇଛି । ବରିଷ୍ଠ ନାଗରିକଙ୍କ ପାଇଁ ପୋଷ୍ଟାଲ ବାଲଟ୍ ସୁବିଧା କରାଯାଇଛି । ନିର୍ବାଚନ ପରିଚାଳନାରେ ସାମିଲ ହେବାକୁ ଥିବା ସବୁ ଅଧିକାରୀ କୋଭିଡ୍ର ଡବଲ ଡୋଜ୍ ଟିକା ନେବା ଜରୁରୀ ବୋଲି ସେ କହିଛନ୍ତି ।

 

କମିଶନର କହିଛନ୍ତି, ଏଥର ଅନଲାଇନରେ ନାମାଙ୍କନପତ୍ର ଦାଖଲ କରିହେବ । ସବୁ ରାଜନୈତିକ ଦଳ ପାଇଁ ସୁବିଧା ଆପ୍ ପ୍ରସ୍ତୁତ କରାଯାଇଛି । ଏଥିରେ ନାମାଙ୍କନ ଦାଖଲ କରିପାରିବେ ପ୍ରାର୍ଥୀ । ବେଆଇନ ଟଙ୍କା ଓ ମଦ ଉପରେ କଡ଼ା ନଜର ରଖାଯିବ ।  କୋଭିଡ୍ ସ୍ଥିତିକୁ ଦୃଷ୍ଟିରେ ରଖି ନିର୍ବାଚନ ପ୍ରଚାର ଉପରେ କଟକଣା ଲାଗୁ କରାଯାଇଛି । ଜାନୁଆରୀ ୧୫ ଯାଏ ରୋଡ୍ ଶୋ’ ଓ ରାଲିକୁ ମନା କରାଯାଇଛି । ବିଜୟ ଶୋଭାଯାତ୍ରା ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି । ସେହିପରି ଅପରାଧିକ ପୃଷ୍ଠଭୂମି ଥିବା ପ୍ରାର୍ଥୀଙ୍କୁ ଟିକେଟ କାହିଁକି ପ୍ରଦାନ କରାଯିବ, ତାର କାରଣ ଦର୍ଶାଇବାକୁ ପଡ଼ିବ ବୋଲି ସେ କହିଛନ୍ତି ।
 

Related News
satta king tw