Top Stories

Search here...

News

ଦେଶରେ ୩ ଲକ୍ଷ ୫୦ ହଜାର ବିଚାରାଧୀନ କଏଦୀ

Posted On - 2 minutes ago
Edited By Team BbsrReporters
LAST UPDATED May 01, 2022 08:22 PM
 
 
ଦେଶରେ ଏବେ ୩ ଲକ୍ଷ ୫୦ ହଜାର ବିଚାରାଧୀନ କଏଦୀ ରହିଛନ୍ତି । ସେମାନଙ୍କ ସମସ୍ୟାର ସମାଧାନ ପାଇଁ ଜୋର ଦିଆଯାଉ ।
 
BBSR Reporters
 
ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସମ୍ମିଳନୀରେ ଏପରି କିଛି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ କହିଛନ୍ତି ବିଚାରାଧୀନ କଏଦୀଙ୍କ ମଧ୍ୟରୁ ଅଧିକାଂଶ ଗରିବ ଓ ଦଳିତ ଶ୍ରେଣୀର । ଜିଲ୍ଲା ଜଜ୍ମାନେ ଏସବୁ ମାମଲାର ତର୍ଜମା କରିବା ସହ ସେମାନଙ୍କୁ କିପରି ଜାମିନ୍ ମିଳିପାରିବ ସେନେଇ ପଦକ୍ଷେପ ନେବା ଆବଶ୍ୟକ । ଆଇନକୁ କ୍ଷୁଣ୍ଣର୍୍ ନକରି ମାନବିକତା ଦୃଷ୍ଟିରୁ ଏସବୁ ମାମଲା ଉପରେ ଗୁରୁତ୍ୱ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ । ଏନେଇ ବରିଷ୍ଠ ଆଇନଜୀବୀ କେକେ ବେଣୁଗୋପାଳ କହିଛନ୍ତି, ୭୬ ପ୍ରତିଶତ ଅନ୍ତୋବସୀ ବିଚାରାଧୀନ କଏଦୀ ଭାବେ ରହିଛନ୍ତି । ଯାହାକି ଗତ ୨୫ ବର୍ଷରେ ସର୍ବାଧିକ । ଏହି ବିଚାରାଧୀନ କଏଦୀମାନେ ଦଳିତ ଓ ଗରିବ ଶ୍ରେଣୀର । ଯେଉଁମାନେ ଜାମିନ୍ ପାଇବା ପାଇଁ ବେଲ୍ ବଣ୍ଡ ଦେବା ପାଇଁ ଅସମର୍ଥ । ଅର୍ଥ ଅଭାବରୁ ସେମାନେ ଜେଲରୁ ମୁକୁଳି ପାରୁନାହାନ୍ତି ।
 
Related News
satta king tw