Top Stories

Search here...

News

ପାକିସ୍ତାନ ରାଜନୀତିରେ ନୂଆ ମୋଡ; ହାରିଗଲେ ଇମ୍ରାନ, ଶାହବାଜ ସରିଫ ହେବେ ନୂଆ ପ୍ରଧାନମନ୍ତ୍ରୀ

Posted On - 2 minutes ago
Edited By Jyotirmayee Patanaik
LAST UPDATED Apr 10, 2022 08:02 PM

ଶାହବାଜ ସରିଫ ତିନି ଥର ପାକିସ୍ତାନର ପ୍ରଧାନମନ୍ତ୍ରୀ ଥିବା ନୱାଜ ସରିଫ୍ଙ୍କ ଭାଇ ।  ୧୩ ଅଗଷ୍ଟ ୨୦୧୮ରୁ ପାକିସ୍ତାନ ନେସନାଲ ଆସେମ୍ବ୍ଲିରେ ସଦସ୍ୟ ଅଛନ୍ତି ।  ବିରୋଧୀ ଦଳ ନେତା ମଧ୍ୟ ଅଛନ୍ତି ପିଏମ୍ଏଲ୍-ଏନ୍ର ସାଂସଦ ଶାହବାଜ । 

BBSR Reporters


ନୂଆଦିଲ୍ଲୀ: ପଡୋଶୀ ପାକିସ୍ତାନରେ କିଛି ଦିନ ହେଲା ଚାଲିଥିବା ରାଜନୈତିକ ସଂକଟ ନିର୍ଣ୍ଣାୟକ ମୋଡ ନେଇଛି  । ଗତକାଲି ବିଳମ୍ବିତ ରାତିରେ ପାକିସ୍ତାନ ସଂସଦରେ ଆସ୍ଥା ଭୋଟରେ ଇମ୍ରାନ ଖାନ ପରାଜିତ ହୋଇଛନ୍ତି । ଫଳରେ ପାକିସ୍ତାନରେ ଇମ୍ରାନ ଖାନ ସରକାରର ପତନ ଘଟିଛି । ପାକିସ୍ତାନର ନେସନାଲ ଆସେମ୍ବ୍ଲିରେ ଅନାସ୍ଥା ଭୋଟରେ ବିରୋଧୀ ବିଜୟୀ ହୋଇଛନ୍ତି । ପ୍ରସ୍ତାବ ସପକ୍ଷରେ ୧୭୪ ଭୋଟ ପଡିଥିବା ବେଳେ ବିରୋଧରେ ଗୋଟିଏ ବି ଭୋଟ ପଡିନାହିଁ । ଭୋଟ ପୂର୍ବରୁ ଇମ୍ରାନ ଖାନଙ୍କ ପାର୍ଟି ପିଟିଆଇର ସମସ୍ତ ସାଂସଦ କକ୍ଷ ତ୍ୟାଗ କରିଥିଲେ, କେହି ମତଦାନ ପ୍ରକ୍ରିୟାରେ ସାମିଲ ହୋଇନଥିଲେ । ଫଳରେ ଫଳାଫଳ ଏକପାଖିଆ ବିରୋଧୀଙ୍କ ସପକ୍ଷରେ ଯାଇଥିଲା ।

 

ଅନାସ୍ଥା ଭୋଟରେ ହାରିବା ପରେ ଇମ୍ରାନ ସରକାର କ୍ଷମତାରୁ ବିଦା ହୋଇଛି । ଆସନ୍ତାକାଲି ପାକିସ୍ତାନ ସଂସଦ ନୂଆ ପ୍ରଧାନମନ୍ତ୍ରୀ ବାଛିବ ବୋଲି ସୂଚନା ମିଳିଛି । ତେବେ ବିରୋଧୀ ଦଳ ନେତା ତଥା ପାକିସ୍ତାନ ମୁସଲିମ ଲିଗ ନୱାଜର ସାଂସଦ ଶାହବାଜ ସରିଫ ପରବର୍ତୀ ପ୍ରଧାନମନ୍ତ୍ରୀ ହେବେ ବୋଲି ସୂଚନା ମିଳିଛି । ସେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍ଙ୍କ ଭାଇ । ଅନାସ୍ଥା ଭୋଟ୍କୁ ସାମ୍ନା କରିବା ପୂର୍ବରୁ ଅସାମ୍ବିଧାନିକ ଭାବେ ପାକିସ୍ତାନ ନେସନାଲ ଆସେମ୍ଲିକୁ ଭଙ୍ଗ କରିଦେଇଥିଲେ ଇମ୍ରାନ୍ ଖାନ୍ । ଏସଂପର୍କିତ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଇମ୍ରାନଙ୍କୁ ଅନାସ୍ଥା ଭୋଟ୍ର ସାମ୍ନା କରିବାକୁ ନିଦେ୍ର୍ଧଶ ଦେଇଥିଲେ ।

 

ପାକିସ୍ତାନ ମୁସଲିମ ଲିଗ ନୱାଜର ସାଂସଦ ଶାହବାଜ ସରିଫ ପାକିସ୍ତାନର ପରବର୍ତୀ ପ୍ରଧାନମନ୍ତ୍ରୀ ହେବା ଏକ ପ୍ରକାର ନିଶ୍ଚିନ୍ତ ହୋଇଛି ।  ଶାହବାଜ ସରିଫ  ତିନି ଥର ପାକିସ୍ତାନର ପ୍ରଧାନମନ୍ତ୍ରୀ ଥିବା ନୱାଜ ସରିଫ୍ଙ୍କ ଭାଇ ।  ୧୩ ଅଗଷ୍ଟ ୨୦୧୮ରୁ ପାକିସ୍ତାନ ନେସନାଲ ଆସେମ୍ବ୍ଲିରେ ସଦସ୍ୟ ଅଛନ୍ତି ।  ବିରୋଧୀ ଦଳ ନେତା ମଧ୍ୟ ଅଛନ୍ତି ପିଏମ୍ଏଲ୍-ଏନ୍ର ସାଂସଦ ଶାହବାଜ । ୧୯୮୮ରେ ପ୍ରଥମ ଥର ପଞ୍ଜାବ ପ୍ରଦେଶରୁ ନିର୍ବାଚନ ଜିତିଥିଲେ ।  ୧୯୯୭ରେ ପ୍ରଥମ ଥର ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ । ୧୯୯୯ରେ ପାକିସ୍ତାନରେ ନେତୃତ୍ୱ ପରିବର୍ତନ ଯୋଗୁ ମୁଖ୍ୟମନ୍ତ୍ରୀ ପଦ ଯାଇଥିଲା ।

 

ପରିବାର ସହ ଦେଶ ଛାଡି ଦୁବାଇ ପଳାଇଥିଲେ ଶାହବାଜ ସରିଫ୍ । ୨୦୦୭ ମସିହାରେ ପୁଣି ଥରେ ପରିବାର ସହ ପାକିସ୍ତାନ ଫେରିଥିଲେ । ୨୦୦୮ରେ ଦ୍ୱିତୀୟ ଥର ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ ।  ୨୦୧୩ ନିର୍ବାଚନରେ ତୃତୀୟ ଥର ହୋଇଥିଲେ ପଞ୍ଜାବର ମୁଖ୍ୟମନ୍ତ୍ରୀ ।  ୨୦୧୮ ନିର୍ବାଚନରେ ପିଏମ୍ଏଲ୍-ଏନ୍ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଥିଲା । କୋଟି କୋଟି ଟଙ୍କା ଅର୍ଥ ହେରଫେର ମାମଲାରେ ୨୦୨୦ରେ ଗିରଫ ହୋଇଥିଲେ ।  ଏପ୍ରିଲ ୨୦୨୧ରେ ଲାହୋର ହାଇକୋର୍ଟରୁ ଜାମିନ ମିଳିଥିଲା । ଏବେ ପାକିସ୍ତାନର ସର୍ବୋଚ୍ଚ ଆସନରେ ବସିବାକୁ ଯାଉଛନ୍ତି ଶାହବାଜ । 


 

Related News
satta king tw