Top Stories

Search here...

News

ପାକିସ୍ତାନରେ ମିସାଇଲ ମାଡ଼କୁ ନେଇ ସଂସଦରେ ଏପରି କହିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

Posted On - 1 hour ago
Edited By Prabir Kumar
LAST UPDATED Mar 15, 2022 09:02 PM

ଗତ ୯ ତାରିଖରେ ହରିୟାଣାର ସିର୍ସାରୁ ଏକ ମିଜାଇଲ୍ ପାକିସ୍ତାନର ପଂଜାବ ପ୍ରଦେଶ ସ୍ଥିତ ମିଆନ୍ ଚାନ୍ନୁ ସହରରେ ମାଡ଼ ହୋଇଥିଲା । ନିୟମିତ ରକ୍ଷଣାବେକ୍ଷଣ ଚାଲିଥିବା ବେଳେ ଏଭଳି ଅଘଟଣ ଘଟିଥିଲା ।

 

BBSR Reporters


ନୂଆଦିଲ୍ଲୀ: ପାକିସ୍ତାନଠୁ ଅଳ୍ପ ଦୂରରେ ଭାରତର ମିଜାଇଲ୍ ମାଡ଼କୁ ନେଇ ସଂସଦରେ ବିବୃତି ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ରାଜନାଥ କହିଛନ୍ତି, ମିଜାଇଲ ମାଡ଼ ଦୁର୍ଘଟଣାବଶତଃ ହୋଇଛି । ଏହି ଘଟଣା ଅଜଣାତରେ ଘଟିଛି । ମିଜାଇଲ୍ ୟୁନିଟର ରୁଟିନ୍ ମେନଂଟେନାନ୍ସ ବେଳେ ଭୁଲବଶତଃ ଏକ ମିଜାଇଲ୍ ଛଡ଼ା ହୋଇଯାଇଥିବା ରାଜନାଥ କହିଛନ୍ତି । ପରେ ଆମେ ଜାଣିବାକୁ ପାଇଲୁ ଯେ ଏହି ମିଜାଇଲ ପାକିସ୍ତାନରେ ମାଡ଼ ହୋଇଛି । ଏହି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଆମେ ଏଥିପାଇଁ ଦୁଃଖିତ ।

 

ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିଦେ୍ର୍ଧଶ ଦିଆଯାଇଥିବା ରାଜନାଥ ସଂସଦରେ ବିବୃତି ରଖିଛନ୍ତି । ତେବେ ଏଥିରେ କାହାର କୌଣସି କ୍ଷତି ହୋଇନଥିବା ରାଜନାଥ କହିଛନ୍ତି । ଗତ ୯ ତାରିଖରେ ହରିୟାଣାର ସିର୍ସାରୁ ଏକ ମିଜାଇଲ୍ ପାକିସ୍ତାନର ପଂଜାବ ପ୍ରଦେଶ ସ୍ଥିତ ମିଆନ୍ ଚାନ୍ନୁ ସହରରେ ମାଡ଼ ହୋଇଥିଲା । ନିୟମିତ ରକ୍ଷଣାବେକ୍ଷଣ ଚାଲିଥିବା ବେଳେ ଏଭଳି ଅଘଟଣ ଘଟିଥିଲା ।

Related News
satta king tw