Top Stories

Search here...

News

ୟୁକ୍ରେନରେ ଗଲା ଆଉ ଜଣେ ଭାରତୀୟ ଛାତ୍ରଙ୍କ ଜୀବନ

Posted On - 5 days ago
Edited By Prabir Kumar
LAST UPDATED Mar 07, 2022 10:46 PM

ଗତକାଲି ଖାରକିଭରେ ବୋମା ମାଡ଼ ଯୋଗୁ ଭାରତୀୟ ଛାତ୍ର ନବୀନ ଶେଖରପ୍ପା ପ୍ରାଣ ହରାଇଥିଲେ । ସେ ଖାଇବା ଆଣିବା ପାଇଁ ଛିଡ଼ା ହୋଇଥିବା ବେଳେ ହଠାତ୍ ରୁଷ ସୈନ୍ୟମାନେ ଆକାଶ ପଥରୁ ବୋମା ମାଡ଼ କରିଥିଲେ । ଏହି ବୋମା ମାଡ଼ରେ ନବୀନଙ୍କ ସହ ୧୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ।

 

BBSR Reporters

 

କିଭ୍: ୟୁକ୍ରେନ ଏବଂ ଋଷ ମଧ୍ୟରେ ଯୁଦ୍ଧ ଭିତରେ ୟୁକ୍ରେନରେ ଆଉ ଜଣେ ଭାରତୀୟ ଛାତ୍ର ଆଜି ପ୍ରାଣ ହରାଇଛନ୍ତି । ପ୍ରାଣ ହରାଇଥିବା ଭାରତୀୟ ଛାତ୍ରଙ୍କ ବୟସ ୨୨ ଓ ତାଙ୍କ ଘର ପଞ୍ଜାବର ବର୍ଣ୍ଣାନାଲାରେ । ସେ ୟୁକ୍ରେନରେ ରହି ଡାକ୍ତରୀ ପାଠ ପଢ଼ୁଥିଲେ ।


ମିଳିଥିବା ସୂଚନା ଅନୁଯାୟୀ, ପ୍ରାଣ ହରାଇଥିବା ଛାତ୍ରଙ୍କ ନାଁ ଚନ୍ଦନ ଜିନ୍ଦଲ । ସେ ୟୁକ୍ରେନର ଭିନ୍ନୟଟସିଆରେ ଦୀର୍ଘ ୪ ବର୍ଷ ହେଲା ପଢ଼ୁଥିଲେ । ଫେବୃଆରୀ ୨ରେ ସେ ଷ୍ଟ୍ରୋକର ସମ୍ମୁଖୀନ ହେବାରୁ ତାଙ୍କୁ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ବାପା ମା’ଙ୍କ ସହମତିକ୍ରମେ ସେଠାରେ ତାଙ୍କର ତୁରନ୍ତ ଅପରେସନ କରାଯାଇଥିଲା । ହଠାତ୍ ସେ ହୃଦଘାତର ଶିକାର ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଚନ୍ଦନ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି ।


ପୁଅର ଅସୁସ୍ଥା ସମ୍ପର୍କରେ ଖବର ପାଇଁ ଫେବୃଆରୀ ୭ରେ ଚନ୍ଦନଙ୍କୁ ଦେଖିବାକୁ ଶିଶାନ କୁମାର ଓ କ୍ରିଷ୍ଣା କୁମାର ୟୁକ୍ରେନ ଯାଇଥିଲେ । ସୋମବାର କ୍ରିଷ୍ଣା କୁମାର ୟୁକ୍ରେନରୁ ପଞ୍ଜାବ ଆସିଥିଲେ । ଏବେ ଚନ୍ଦନ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିବା ଖବର ମିଳିଛି । ଖବର ପାଇ ତାଙ୍କ ମା’ ଓ ଭଉଣୀ ପୂରା ଭାଙ୍ଗି ପଡ଼ିଛନ୍ତି ।

 

ସୂଚନାଯୋଗ୍ୟ, ଗତକାଲି ଖାରକିଭରେ ବୋମା ମାଡ଼ ଯୋଗୁ ଭାରତୀୟ ଛାତ୍ର ନବୀନ ଶେଖରପ୍ପା ପ୍ରାଣ ହରାଇଥିଲେ । ସେ ଖାଇବା ଆଣିବା ପାଇଁ ଛିଡ଼ା ହୋଇଥିବା ବେଳେ ହଠାତ୍ ରୁଷ ସୈନ୍ୟମାନେ ଆକାଶ ପଥରୁ ବୋମା ମାଡ଼ କରିଥିଲେ । ଏହି ବୋମା ମାଡ଼ରେ ନବୀନଙ୍କ ସହ ୧୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ।
 

Related News
satta king tw