Top Stories

Search here...

News

ସତ ହେଲା କେଜ୍ରିୱାଲଙ୍କ କଥା: ଦୁଇଟି ଆସନରୁ ହାରିଲେ ଚନ୍ନି; ୯୨ ଆସନରେ ଜିତିଲା ଆପ୍

Posted On - 2 days ago
Edited By Team BbsrReporters
LAST UPDATED Mar 13, 2022 12:10 PM

ପଞ୍ଜାବରେ କଂଗ୍ରେସ ହାରିବାର ପ୍ରମୁଖ କାରଣ ହେଉଛି ଦଳର ନେତୃତ୍ୱ ତିନି ଭାଗ ହେବା । ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ କଂଗ୍ରେସରୁ ଇସ୍ତାଫା ଦେଇ ଅଲଗା ହୋଇôଥଲେ । ପରେ ନବଜୋତ ସିଂ ସିନ୍ଧୁ ଏବଂ ଚନ୍ନିଙ୍କ ମଧ୍ୟରେ କିଏ ମୁଖ୍ୟମନ୍ତ୍ରୀ ହେବ ତାକୁ ନେଇ ବିବାଦ ଲାଗିରହିଥିଲା । ଏଥିପାଇଁ ସିଦ୍ଧୁ ଇସ୍ତଫା ଦେବା ପରେ ପୁଣି ପଞ୍ଜାବ କଂଗ୍ରେସ ସଭାପତି ପଦବୀରେ ବସିଥିଲେ । କିନ୍ତୁ ଦଳ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଚୟନ କରିଥିଲା । 

 

BBSR Reporters

 

 ନୂଆଦିଲ୍ଲୀ: ଦ ପଞ୍ଚାବ ନିର୍ବାଚନରେ ଆମ ଆଦମୀ ପାର୍ଟିର ବିପୁଳ ବିଜୟ ପରେ ଭଗବତ ମୁଖ୍ୟମନ୍ତ୍ରୀ ହଂବାକୁ ଯାଉଛନ୍ତି । ପଞ୍ଚାବ ନିର୍ବାଚନ ପାଇଁଭଗୱନ୍ତଙ୍କୁ ଦଳ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ମଇଦାନକୁ ଓହ୍ଲାଇଥିଲା ବେଳେ ତାଙ୍କ ନେତୃତ୍ୱରେ ଦଳ ଐତିହାସିକ ବିଜୟ ଲାଭ କରିଛି । ନିଜର ପ୍ରତିଦ୍ୱନ୍ଦୀ ତଥା ସବୁଠୁ ପୁରୁଣା ଏବଂ ଶକ୍ତିଶାଳୀ ଦଳ କଂଗ୍ରେସ ଏବଂ ବିଜେପି ମାଟି କାମୁଡ଼ିଛନ୍ତି  ।

 

ପଞ୍ଜାବରେ ଆପ୍ ତା’ର ଯାଦୁ ଦେଖାଇଛି । କଂଗ୍ରେସକୁ ମାତ୍ ଦେଇ ଆପ୍ ଦଖଲ କରିଛି କ୍ଷମତା । ୧୧୭ ବିଧାନସଭା ଆସନରୁ ଆପ୍ ୯୨ଟି ଜିତିଥିବା ବେଳେ କଂଗ୍ରେସ ୧୮ଟି, ବିଜେପି ମେଣ୍ଟ, ଅକାଳୀ ଦଳ ୪ଟି ଓ ଅନ୍ୟାନ୍ୟ ଦଳ ଖାତାକୁ ଗୋଟିଏ ଆସନ ଯାଇଛି । ଆପ୍ ଜିତିଥିବାରୁ ଭଗୱନ୍ତ ମାନ ପଞ୍ଜାବର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ।


ନିର୍ବାଚନ ପୂର୍ବରୁ ଆପ୍ ସରକାର ଗଢିବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ପ୍ରତିଷ୍ଠାତା ଅରବିନ୍ଦ କେଜରିୱାଲ କହିଥିଲେ । ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନି ଦୁଇଟି ଆସନରୁ ଠିଆ ହୋଇଥିବା ବେଳେ ଦୁଇଟିରୁ ହାରି ଯାଇଛନ୍ତି । ପୂର୍ବରୁ ଚନ୍ନି ଦୁଇଟି ଆସନରୁ ହାରିବେ ବୋଲି କେଜରିୱାଲ କହିଥିଲେ । ସେହିପରି ଭଗବନ୍ତ ୫୦ ହଜାରରୁ ଅଧିକ ଭୋଟରେ ଜିତିବେ ବୋଲି କେଜରିୱାଲ କହିଥିଲେ ।


ପଞ୍ଜାବରେ କଂଗ୍ରେସ ହାରିବାର ପ୍ରମୁଖ କାରଣ ହେଉଛି ଦଳର ନେତୃତ୍ୱ ତିନି ଭାଗ ହେବା । ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ କଂଗ୍ରେସରୁ ଇସ୍ତାଫା ଦେଇ ଅଲଗା ହୋଇôଥଲେ । ପରେ ନବଜୋତ ସିଂ ସିନ୍ଧୁ ଏବଂ ଚନ୍ନିଙ୍କ ମଧ୍ୟରେ କିଏ ମୁଖ୍ୟମନ୍ତ୍ରୀ ହେବ ତାକୁ ନେଇ ବିବାଦ ଲାଗିରହିଥିଲା । ଏଥିପାଇଁ ସିଦ୍ଧୁ ଇସ୍ତଫା ଦେବା ପରେ ପୁଣି ପଞ୍ଜାବ କଂଗ୍ରେସ ସଭାପତି ପଦବୀରେ ବସିଥିଲେ । କିନ୍ତୁ ଦଳ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଚୟନ କରିଥିଲା । 
 

Related News
satta king tw