Top Stories

Search here...

News

ଭାରତରେ ନିର୍ମାଣ ହେବ ସବୁଠୁ ବଡ଼ ମନ୍ଦିର; ଅଢେ଼ଇ କୋଟିର ସମ୍ପତ୍ତି ଦାନ କଲେ ମୁସଲମାନ ପରିବାର

Posted On - 3 days ago
Edited By Prabir Kumar
LAST UPDATED Mar 25, 2022 03:15 PM

ବିଶ୍ୱର ସର୍ବବୃହତ ମନ୍ଦିର ବିରାଟ ରାମାୟଣ ମନ୍ଦିର ପୂର୍ବ ଚମ୍ପାରଣର କେଠବାଲିଆ ଅଞ୍ଚଳରେ ନିର୍ମାଣ ହେବ ବୋଲି ସୂଚନା ମିଳିଛି । 

 

BBSR Reporters

 

ପାଟନା: ଧାର୍ମିକ ମତଭେଦ ମଧ୍ୟରେ ବିହାରରେ ଦେଖିôବାକୁ ମଳିଛି । ନିଆରା ଘଟଣା ।  ଏକ ମୁସଲମାନ ପରିବାର ବିଶ୍ୱର ବୃହତ୍ତମ ମନ୍ଦିର ନିର୍ମାଣ ପାଇଁ ଅଢେକ କୋଟି ଟଙ୍କା ମୂଲ୍ୟର ଜମି ଦାନ କରିଛନ୍ତି । ବିଶ୍ୱର ସର୍ବବୃହତ ମନ୍ଦିର ବିରାଟ ରାମାୟଣ ମନ୍ଦିର ପୂର୍ବ ଚମ୍ପାରଣର କେଠବାଲିଆ ଅଞ୍ଚଳରେ ନିର୍ମାଣ ହେବ ବୋଲି ସୂଚନା ମିଳିଛି । 


ପାଟଣାର ମହାବୀର ମନ୍ଦିର ଟ୍ରଷ୍ଟର ମୁଖ୍ୟ ଆଚାର୍ଯ୍ୟ କିଶୋର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଇଶିତୟାକ ଅହମ୍ମଦ ଖାନ ଏହି ଜମି ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେ ପୂର୍ବ ଚମ୍ପାରଣର ବାସିନ୍ଦା ଥିବା ବେଳେ ଗୋହାଟୀରେ ତାଙ୍କର ବ୍ୟବସାୟ ଅଛି  ।


ଇଶିତୟାକ ନିକଟରେ ମନ୍ଦିରକୁ ଜମିଦାନ କରିବାକୁ ଥିବା ସମସ୍ତ ନିୟମ ପୂରା କରିଛନ୍ତି । ପୂର୍ବତନ ଆଇପିଏସ୍ ଅଧିକାରୀ କୁନାଲ କହିଛନ୍ତି ଯେ ପୂର୍ବ ଚମ୍ପାରଣର ସବ-ଡିଭିଜନ କେଶରିଆର ରେଜିଷ୍ଟ୍ରାର ଅଫିସରେ ଏସବୁ କାମ ସମାପ୍ତ କରାଯାଇଛି ।


ଆଚାର୍ଯ୍ୟ କହିଛନ୍ତି ଯେ ଇଶିତୟାକ ଖାନଙ୍କ ପରିବାର ଦ୍ୱାରା ଏହି ଜମି ଦାନ ସାମାଜିକ ସମନ୍ୱୟ ଏବଂ ଭାଇଚାରାର ଏକ ବଡ଼ ଉଦାହରଣ ସୃଷ୍ଟି କରିଛି । ଇଶିତୟାକଙ୍କ ସହଯୋଗ ବିନା ଏହି ସୁବର୍ଣ୍ଣ ପ୍ରକଳ୍ପ ସଂପୂର୍ଣ୍ଣ କରିବା କଷ୍ଟକର ହୋଇଥାନ୍ତା । ମହାବୀର ମନ୍ଦିର ଟ୍ରଷ୍ଟ ମନ୍ଦିର ନିର୍ମାଣ ପାଇଁ ଏପର୍ଯ୍ୟନ୍ତ ୧୨୫ଏକର ଜମି ଅଧିଗ୍ରହଣ କରିଛି  ।
 

Related News
satta king tw