Top Stories

Search here...

News

ଦ୍ୱିତୀୟ ଥର ପାଇଁ ଶପଥ ନେଲେ ଯୋଗୀ; ସମାରୋହରେ ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ସହ ୧୨ ମୁଖ୍ୟମନ୍ତ୍ରୀ ସାମିଲ

Posted On - 3 minutes ago
Edited By Team BbsrReporters
LAST UPDATED Mar 25, 2022 08:33 PM

ସପଥ ଗ୍ରହଣ କାର୍ଯକ୍ରମରେ କଂଗ୍ରେସ ଅଧ୍ୟକ୍ଷା ସୋନିଆଙ୍କ ସମେତ ପ୍ରିୟଙ୍କା ଓ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା । 

 

BBSR Reporters


ଲକ୍ଷ୍ମୌ: ୟୁପିରେ ପୁଣି ଆରମ୍ଭ ହେଲା ଯୋଗୀ ରାଜ । ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ରୁପେ ସପଥ ଗ୍ରହଣ କଲେ ଯୋଗୀ ଆଦିତ୍ୟନାଥ । ଲକ୍ଷ୍ମୌରେ ଆରମ୍ଭ ହୋଇଥିବା ସପଥ ଗ୍ରହଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସମତେ ୧୨ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ସାମିଲ ହୋଇଛନ୍ତି । ସପଥ ଗ୍ରହଣ କାର୍ଯକ୍ରମରେ କଂଗ୍ରେସ ଅଧ୍ୟକ୍ଷା ସୋନିଆଙ୍କ ସମେତ ପ୍ରିୟଙ୍କା ଓ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ନିମନ୍ତ୍ରଣ ଦିଆଯାଇଛି ।


ୟୁପିରେ ପୁଣି ଯୋଗୀରାଜ ଆରମ୍ଭ ହୋଇଛେି । ଯୋଗୀ ଆଦିତ୍ୟ ନାଥ ୟୁପି ମୁଖମନ୍ତ୍ରୀ ରୁପେ ସପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ଆନନ୍ଦିବେନ ପଟେଲ ତାଙ୍କୁ ସପଥ ପାଠ କରାଇଛନ୍ତି । ସେହିପରି କେଶବ ପ୍ରସାଦ ମୋର୍ଯ୍ୟ ଓ ବ୍ରଜେଶ ପାଠକ ଉପ ମୁଖ୍ୟମନ୍ତ୍ରୀ ରୁପେ ସପଥ ଗ୍ରହଣ କରିଛନ୍ତି । ରାଜଧାନୀ ଲଖନୋ ସ୍ଥିତ ଏକାନା ଷ୍ଟାଡିୟମରେ ଆୟୋଜିତ ସପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ଅନ୍ୟାନ୍ୟ ପ୍ରମୁଖ ନେତାଙ୍କୁ ଦେଖିବାକୁ ମିଳିଛି । ସେହିପରି ବିଜେପି ଶାସିତ ରାଜ୍ୟର ୧୨ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ମାନେ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ।


ଉତରପ୍ରଦେଶରେ ଯୋଗୀ ଆଦିତ୍ୟନାଥ ଙ୍କ ଦ୍ୱିତୀୟ ପାଳି ଆରମ୍ଭ ହୋଇଛି । ୟୁପିରେ ପ୍ରଚଣ୍ଡ ବହୁମତ ହାସଲ କରିବାପରେ ପୁଣି ସରକାର ଗଠନ କରିଛି ବିଜେପି । ସେପଟେ ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ରୁପେ ସପଥ ଗ୍ରହଣ କରି ୩୭ ବର୍ଷର ରେକର୍ଡ ଭାଙ୍ଗିଛନ୍ତି ଯୋଗୀ ଆଦିତ୍ୟନାଥ । ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସମେତ ଅନ୍ୟ ୫୨ ଜଣ ବିଧାୟକ ମନ୍ତ୍ରୀ ରୁପେ ସପଥପାଠ କରଛନ୍ତି । ଲକ୍ଷ୍ମୌରେ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସମେତ ୧୨ ଟି ରାଜ୍ୟର ମୁଖ୍ୟମନ୍ତ୍ରୀ, ୫ ଜଣ ଉପ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ମିଳିଛି । ଲକ୍ଷ ଲକ୍ଷ ସାଧାରଣ ଜନତା ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଆଜିଠୁ ୟୁପିରେ ପୁଣି ଆରମ୍ଭ ହେଲା ଯୋଗୀରାଜ । ସପଥ ଗ୍ରହଣ କାର୍ଯକ୍ରମରେ କଂଗ୍ରେସ ଅଧ୍ୟକ୍ଷା ସୋନିଆଙ୍କ ସମେତ ପ୍ରିୟଙ୍କା ଓ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା । 

 

Related News
satta king tw