Top Stories

Search here...

News

ଗାଦି ବଞ୍ଚାଇବାକୁ ହେଲେ ଇମ୍ରାନ ଖାନଙ୍କୁ ଦରକାର ୮ ସାଂସଦଙ୍କ ସମର୍ଥନ; ପାଖରେ ଅଛନ୍ତି ୧୬୪ ସାଂସଦ

Posted On - 2 days ago
Edited By Prabir Kumar
LAST UPDATED Mar 31, 2022 07:43 PM

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଶାସନ ଗାଦି ଖୁବଶୀଘ୍ର ଚାଲି ଯିବା ଏକ ପ୍ରକାର ନିଶ୍ଚିତ ହୋଇଛି ।  ଅନାସ୍ଥା ପ୍ରସ୍ତାବ ଆସିବା ପରେ ଏମକ୍ୟୁଏମ ବିରୋଧୀ ପିପିପି ସହ ହାତ ମିଳାଇଛି । ଫଳରେ ବିରୋଧୀ ମେଣ୍ଟଙ୍କ ସଂଖ୍ୟା ୧୭୫କୁ ବଢ଼ି ଯାଇଛି ।

 

BBSR Reporters

 

ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଶାସନ ଗାଦି ଖୁବଶୀଘ୍ର ଚାଲି ଯିବା ଏକ ପ୍ରକାର ନିଶ୍ଚିତ ହୋଇଛି । ବିରୋଧୀ ଦଳଗୁଡ଼ିକ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିବା ବେଳେ ଇମ୍ରାନଙ୍କ ସହଯୋଗୀମାନେ ତାଙ୍କ ସହ ସମ୍ପର୍କ ଚ୍ଛିନ୍ନ କରିବା ଆରମ୍ଭ କରିଛନ୍ତି ।

 

ଆଜି ଇମ୍ରାନଙ୍କ ଘନିଷ୍ଠ ତଥା ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ଏମକ୍ୟୁଏମ ସରକାରଙ୍କ ହାତ ଛାଡ଼ି ଦେଇଛି । ଏହାପରେ ପାକିସ୍ତାନ ସଂସଦରେ ଇମ୍ରାନଙ୍କ ପିଟିଆଇ ଦଳ ସଂଖ୍ୟା ଗରିଷ୍ଠତା ହରାଇଛି । ଗାଦି ବଞ୍ଚାଇବାକୁ ହେଲେ ଇମ୍ରାନଙ୍କୁ ୧୭୨ ଜଣ ସାଂସଦଙ୍କ ସମର୍ଥନ ଦରକାର ।

 

ଏବେ କିନ୍ତୁ ପିଟିଆ ସରକାରଙ୍କ ପାଖରେ କେବଳ ୧୬୪ ଜଣ ସାଂସଦଙ୍କ ସମର୍ଥନ ରହିଛି । ଏପରି ସ୍ଥିତିରେ ଅନାସ୍ଥା ଭୋଟରେ କେମିତି ଇମ୍ରାନ ଖାନ ଆସ୍ଥା ରଖିବେ, ତା’ ଉପରେ ସମସ୍ତଙ୍କ ନଜର ।ସଂସଦରେ ସଂଖ୍ୟାଗରିଷ୍ଠତା ହରାଇଥିବାରୁ ଇମ୍ରାନ ଖାନ ଇସ୍ତଫା ଦେଇ ପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ହେଲେ ତାଙ୍କ ସରକାରରେ ମନ୍ତ୍ରୀ ଥିବା ଫୱାଦ ହୁସେନ ଅଲଗା କଥା କହିଛନ୍ତି । ଶେଷ ବଲ ଯାଏ ଦଳ ଲଢେ଼ଇ କରିବ ଓ ଇମ୍ରାନ ଖାନ ଇସ୍ତଫା ଦେବେ ନାହିଁ ବୋଲି ସେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏମିତି ଜଣେ ଖେଳାଳି ଯିଏ ଶେଷ ବଲ ଯାଏ ଲଢେ଼ଇ କରନ୍ତି । ତେଣୁ ସେ କେବେ ହେଲେ ଇସ୍ତଫା ଦେବେ ନାହିଁ ।

 

ଅନ୍ୟପକ୍ଷରେ ଆଜି ଇମ୍ରାନ ଖାନ ପୂରା ପାକିସ୍ତାନକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ସମୟରେ ସେ କିଛି ବଡ଼ ଘୋଷଣା କରିପାରନ୍ତି ବୋଲି ମଧ୍ୟ କୁହାଯାଉଛି । ଇମ୍ରାନ ସରକାରଙ୍କ ପୂର୍ବରୁ ଏମକ୍ୟୁଏମ ସମର୍ଥନ କରୁଥିଲେ । ହେଲେ ଅନାସ୍ଥା ପ୍ରସ୍ତାବ ଆସିବା ପରେ ଏମକ୍ୟୁଏମ ବିରୋଧୀ ପିପିପି ସହ ହାତ ମିଳାଇଛି । ଫଳରେ ବିରୋଧୀ ମେଣ୍ଟଙ୍କ ସଂଖ୍ୟା ୧୭୫କୁ ବଢ଼ି ଯାଇଛି । ଏପରି ସ୍ଥିତିରେ ଅନାସ୍ଥା ଭୋଟକୁ ମାତ ଦେବା ଇମ୍ରାନ ଖାନଙ୍କ ସରକାରଙ୍କ ପକ୍ଷରେ ଆଦୌ ସହଜ ହେବନି ।
 

Related News
satta king tw