Top Stories

Search here...

News

କୋଇଲା ସଙ୍କଟର ମୁକାବିଲା; ଅନିର୍ଦ୍ଧିଷ୍ଟ ପାଇଁ ବାତିଲ ହେଲା ୪୨ ପାସେଞ୍ଜର ଟ୍ରେନ୍

Posted On - 4 minutes ago
Edited By Team BbsrReporters
LAST UPDATED Apr 30, 2022 01:17 PM

 

 
କ୍ରେନ୍ଦ୍ରୀୟ ବିଦୁ୍ୟତ୍ ଅଥୋରିଟିର ସୂଚନା ମୁତାବକ ଦେଶରେ ଥିବା ୧୬୫ ପାୱାର ପ୍ଲାଂଟରୁ ୫୬ ଟି ପାୱାର ପ୍ଲାଂଟରେ ଆଉ ୧୦ ପ୍ରତିଶତ କୋଇଲା ଗଚ୍ଛିତ ଅଛି । ୨୬ ଟି ପାୱର ପ୍ଲାଂଟରେ ୫ ପ୍ରତିଶତରୁ କମ୍ କୋଇଲା ମହଜୁଦ ଅଛି ।
 
BBSR Reporters
 
ନୂଆଦିଲ୍ଲୀ;କୋଇଲା ସଙ୍କଟର ମୁକାବିଲା ପାଇଁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବାତିଲ ହେଲା ୪୨ ପାସେଞ୍ଜର ଟ୍ରେନ୍ । କୋଇଲା ପରିବହନରେ ଯେପିରି ବାଧା ସୃଷ୍ଟ ନ ହେବ ସେଥିପାଇଁ ସାରା ଦେଶରେ ୪୨ ଟି ପାସେଞ୍ଜର ଟ୍ରେନ ବାତିଲ କରିଦିଆଯାଇଛି । ଅଧିକାଂଶ ପାୱାର ପ୍ଲାଂଟରେ କୋଇଲା ସରିଆସୁଥିବା ବେଳେ କୋଇଲା ନେଇ ଯାଉଥିବା ମାଲବାହୀ ଟ୍ରେନର ରୁଟ୍ ଫାଙ୍କା କରିବାକୁ ଏପରି ନିଷ୍ପତି ନିଆଯାଇଛି । ତେବେ ପରିସ୍ଥିତିି ସୁଧୁରିବା ପରେ ପୁଣି ଏହି ଟ୍ରେନ ଗୁଡିକ ଚଳାଚାଳ କରିବ ବୋଲି ରେଳ ବିଭାଗର ଡାଇରେକ୍ଟର ଗୌରଭ କ୍ରିଷ୍ଣା ବଂସଲ କହିଛନ୍ତି । କ୍ରେନ୍ଦ୍ରୀୟ ବିଦୁ୍ୟତ୍ ଅଥୋରିଟିର ସୂଚନା ମୁତାବକ ଦେଶରେ ଥିବା ୧୬୫ ପାୱାର ପ୍ଲାଂଟରୁ ୫୬ ଟି ପାୱାର ପ୍ଲାଂଟରେ ଆଉ ୧୦ ପ୍ରତିଶତ କୋଇଲା ଗଚ୍ଛିତ ଅଛି । ୨୬ ଟି ପାୱର ପ୍ଲାଂଟରେ ୫ ପ୍ରତିଶତରୁ କମ୍ କୋଇଲା ମହଜୁଦ ଅଛି । ଏପଟେ ଦିଲ୍ଲୀ ଶକ୍ତି ମନ୍ତ୍ରୀ ସତ୍ୟନ୍ଦ୍ର ଜୈନ କହିଛନ୍ତି, ମୁଖ୍ୟ କୋଇଲା ପାଂଟ ଗୁଡିକରେ ଗୋଟିଏ ଦିନ ଚାଲିବା ଭଳି କୋଇଲା ନାହିଁ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ କହିଛନ୍ତି, ଦେଶର ସବୁଠି ଏଭଳି ପରିସ୍ଥତି ଉପୁଜିଛି । ମିଳିମିଶି ସମସ୍ୟାର ସମାଧାନ କରିବାକୁ ସେ ଆହ୍ୱନ ଦେଇଛନ୍ତି ।
Related News
satta king tw