Top Stories

Search here...

News

ବେନ ଷ୍ଟୋକ୍ସକୁ ଇଂଲଣ୍ଡର ନୂଆ ଟେଷ୍ଟ କ୍ୟାପଟେନ୍ ଦାୟୀତ୍ୱ

Posted On - 2 months ago
Edited By Jyotirmayee Patanaik
LAST UPDATED Jun 30, 2022 12:44 PM

ଇଂଲଣ୍ଡର ୮୧ତମ ଅଧିନାୟକ ଭାବେ ଦାୟୀତ୍ୱ ନେଇଛନ୍ତି ଅଲରାଉଣ୍ଡର ବେନ ଷ୍ଟୋକ୍ସ ।

 

BBSR Reporters


ଲଣ୍ଡନ: ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କୁ ଟେଷ୍ଟ ଟିମ୍ର ନୂଆ କ୍ୟାପ୍େଟନ ଭାବେ ନିଯୁକ୍ତି କରିଛି ଇଂଲଣ୍ଡ । ପୂର୍ବରୁ ଜୋ ରୁଟ୍ ଟେଷ୍ଟ ଫର୍ମାଟରେ ଇଂଲଣ୍ଡର କମାଣ ସମ୍ଭାଳୁଥିଲେ । କିନ୍ତୁ ତାଙ୍କ କ୍ୟାପ୍େଟନ୍ସିରେ ଇଂଲଣ୍ଡ କ୍ରମାଗତ ସିରିଜ୍ ହାରି ଚାଲିଥିଲା । ଏଥିପାଇଁ କିଛି ଦିନ ତଳେ ରୁଟ୍ ଟେଷ୍ଟ ଟିମ୍ର ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ । 

 

ଅଷ୍ଟ୍ରେଲିଆଠାରୁ ଇଂଲଣ୍ଡ ୦-୪ରେ ଆଶେସ ସିରିଜ୍ ହାରିଥିଲା । ଏହାପରେ ୱେଷ୍ଟଇଣ୍ଡିଜ୍ ଠାରୁ ମଧ୍ୟ ଦଳ ସିରିଜ୍ ହାରିଛି । ବର୍ତ୍ତମାନ ଇଂଲଣ୍ଡ ଆଇସିସି ଟେଷ୍ଟ ଚାମ୍ପିୟନଶିପର ପଏଣ୍ଟ ଟେବୁଲର ସବୁଠାରୁ ତଳେ ରହିଛି । ଏପରି ସ୍ଥିତି ପାଇଁ ରୁଟ ନିଜକୁ ଦାୟୀ କରି କିଛି ଦିନ ତଳେ ଅଧିନାୟକ ପଦ ଛାଡ଼ିଥିଲେ ।ରୁଟ ଇଂଲଣ୍ଡ ପାଇଁ ୬୪ଟି ଟେଷ୍ଟରେ କ୍ୟାପ୍େଟନ୍ସି କରିଥିବା ବେଳେ ୨୭ଟିରେ ଜିତିଛନ୍ତି ଓ ୨୬ଟିରେ ହାରିଛନ୍ତି । ଇଂଲଣ୍ଡର ପ୍ରଥମ ଅଧିନାୟ ଭାବେ ସେ ଏତେ ସଂଖ୍ୟକ ମ୍ୟାଚ୍ ଜିତିଛନ୍ତି । ତାଙ୍କ ବିଜୟ ହାର ୪୨.୧୮% ।
 


ଇସିବି କହିଛି ଯେ ଦୁରହାମର ବେନ ଷ୍ଟୋକ୍ସଙ୍କୁ ଇଂଲଣ୍ଡ ପୁରୁଷ ଟେଷ୍ଟ ଟିମ୍ର, ଅଧିନାୟକ ଭାବେ ନିଯୁକ୍ତି ଦିଆଯାଉଛି । ସେ ଇଂଲଣ୍ଡର ୮୧ତମ ଅଧିନାୟକ ଭାବେ ଦାୟିତ୍ୱ ଗ୍ରହଣ କରିବେ ।” ବେନ ଷ୍ଟୋକ୍ସଙ୍କ ଆଗରେ ଏବେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଭାରତ ବିପକ୍ଷରେ ସ୍ଥଗିତ ଥିବା ଟେଷ୍ଟ ସିରିଜ୍ର ୫ମ ଟେଷ୍ଟ । ଜୁଲାଇ ମଧ୍ୟ ଭାଗରେ ଏହି ଟେଷ୍ଟ ମ୍ୟାଚ୍ ଖେଳାଯିବ । ଆଇପିଏଲ ପୂର୍ବରୁ ଏହି ଟେଷ୍ଟ ସିରିଜ୍ ଖେଳାଯାଇଥିଲା । କିନ୍ତୁ କରୋନା ଯୋଗୁ ସିରିଜର ୪ଟି ମ୍ୟାଚ୍ ଖେଳାଯାଇଥିବା ବେଳେ ଭାରତ ୨-୧ରେ ଆଗୁଆ ରହିଛି । ଷ୍ଟୋକ୍ସ ଏହି ସିରିଜରେ କେମିତି ପ୍ରଦର୍ଶନ କରୁଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି ।

 

 

Related News
satta king tw