Top Stories

Search here...

News

ମହାରାଷ୍ଟ୍ରର ରାଜନୈତିକ ସଙ୍କଟ; ସଞ୍ଜୟ ରାଉତ କହିଲେ ଆମେ ସରକାରରୁ ଓହରିଯିବାକୁ ପ୍ରସ୍ତୁତ ଯଦି...

Posted On - 1 minute ago
Edited By Prabir Kumar
LAST UPDATED Jun 23, 2022 07:28 PM

ମହାରାଷ୍ଟ୍ରରେ ଜାରି ରହିଥିବା ରାଜନୈତିକ ସଙ୍କଟ କେଉଁ ରୂପ ନେବ ତାହା ଏବେବି କହିହେବ ନାହିଁ । କିନ୍ତୁ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ବୟାନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।  

 

BBSR Reporters


ମୁମ୍ବାଇ: ମହାରାଷ୍ଟ୍ର ଏମଭିଏ ସରକାର ସଙ୍କଟରେ ପଡିଯାଇଛି ।  ରାଜ୍ୟରେ ଦେଖାଦେଇଥିବା ଏହି ରାଜନୈତିକ ସଙ୍କଟ କେଉଁ ରୂପ ନେବ ତାହା ଏବେବି କହିହେବ ନାହିଁ । କିନ୍ତୁ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ବୟାନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।  ସେ କହିଛନ୍ତି ଯେ, ଶିବସେନା ମହାରାଷ୍ଟ୍ରର ମହାବିକାଶ ଅଘାଡ଼ି (ଏମଭିଏ) ମେଣ୍ଟ ସରକାରରୁ ଓହରି ଯିବାକୁ ପ୍ରସ୍ତୁତ ଅଛି । କିନ୍ତୁ ଦଳର ବିଦ୍ରୋହୀ ବିଧାୟକମାନେ ୨୪ ଘଣ୍ଟା ମଧ୍ୟରେ ଗୌହାଟିରୁରୁ ମୁମ୍ବାଇକୁ ଫେରିବା ଜରୁରୀ ବୋଲି ସେ  କହିଛନ୍ତି ।


ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନେ୍ଦ ତାଙ୍କ ସପକ୍ଷରେ ୪୦ରୁ ଅଧିକ ବିଧାୟକଙ୍କ ସମର୍ଥନ ଥିବା ସେ ଦାବି କରୁଥିବା ବେଳେ ଏହାକୁ ଅଶ୍ୱୀକାର କରିଛନ୍ତି ସଞ୍ଜୟ ରାଉତ । ଶ୍ରୀ ରାଉତ କହିଛନ୍ତି ଯେ, ସେମାନଙ୍କ ମଧ୍ୟରୁ ଅତି କମରେ ଅଧା ଆମ ନିକଟକୁ ଫେରିବା ପାଇଁ ଯୋଗାଯୋଗରେ ଅଛନ୍ତି । ଯେଉଁମାନେ ଉଦ୍ଧବ ଠାକରେ ଏବଂ ଏମଭିଏ ମହାରାଷ୍ଟ୍ରରେ ଶାସନ କରୁ ବୋଲି ଚାହୁଁଛନ୍ତି ।


ପୂର୍ବରୁ ଶିବସେନା ନେତା ସଞ୍ଜୟ ରାଉତ କହିଥିଲେ ଯେଉଁ ବିଧାୟକମାନେ ମହାରାଷ୍ଟ୍ର ବାହାରେ ଅଛନ୍ତି ଏବଂ ଶିବସେନାକୁ ମହାବିକାଶ ଅଘାଡି ମେଣ୍ଟରୁ ବାହାରିବାକୁ ଚାହୁଁଛନ୍ତି ସେମାନେଙ୍କୁ ମୁମ୍ବାଇ ଫେରିବା ଉଚିତ୍ । ସାହାସ ବାନ୍ଧି ଆସନ୍ତୁ, ଏକାଠି ବସି ଆଲୋଚନା କରିବା ।ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ଏହି ବୟାନ ପରେ କଂଗ୍ରେସ ଏକ ବୈଠକ ଡାକିଥିଲା । ବୈଠକରେ କଂଗ୍ରେସ ନେତା ଏଚକେ ପାଟିଲ, ବାଲାସାହେବ ଥୋରାଟ, ନାନା ପାଟୋଲ ଏବଂ ଅଶୋକ ଚଭନଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ ଯୋଗ ଦେଇଥିଲେ ।


 ଏଥିରେ ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପାଟୋଲ କହିଥିଲେ ଯେ, ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ଆମେ ଶିବସେନା ସହିତ ଅଛୁ । ଇଡିକୁ ଅସ୍ତ୍ର କରି ରାଜ୍ୟରେ ଏହି ସବୁ ରାଜନୈତିକ ଖେଳ ଚାଲିଛି । ଫ୍ଲୋର ଟେଷ୍ଟ ପାଇଁ କଂଗ୍ରେସ ପ୍ରସ୍ତୁତ ଅଛି । ଆମେ ଏମଭିଏ ସହିତ ଅଛୁ ଏବଂ ରହିବୁ । ଯଦି ଶିବସେନା କାହା ସହିତ ମେଣ୍ଟ କରିବାକୁ ଚାହାଁନ୍ତି, ତେବେ ଆମର କୌଣସି ଅସୁବିଧା ନାହିଁ ବୋଲି ସେ କହିଛନ୍ତି ।
 

Related News
satta king tw