Top Stories

Search here...

News

ରାସ୍ତାରେ ଅଳିଆ ଗୋଟାଇ ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

Posted On - 3 weeks ago
Edited By Jyotirmayee Patanaik
LAST UPDATED Jul 13, 2022 07:31 AM

ନରେନ୍ଦ୍ର ମୋଦି ଅଳିଆ ଗୋଟାଇବା ପରେ ରାସ୍ତାରେ ପଡିଥିବା ଏକ ବୋତଲରେ ଅଳିଆ ଗୁଡିକୁ ପୁରାଉଥିବା ଦେଖିବାକୁ ମିଳିଛି ।

 

BBSR Reporters


ରାସ୍ତାରେ ଅଳିଆ ଗୋଟାଇ ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ରାସ୍ତାରେ ପଡିଥିବା ଅଳିଆ, ପାଣି ବୋତଲ ଗୋଟାଉଥିବା ଦେଖିବାକୁ ମିଳିଛି । ନରେନ୍ଦ୍ର ମୋଦି ଅଳିଆ ଗୋଟାଇବା ପରେ ରାସ୍ତାରେ ପଡିଥିବା ଏକ ବୋତଲରେ ଅଳିଆ ଗୁଡିକୁ ପୁରାଉଥିବା ଦେଖିବାକୁ ମିଳିଛି । ଏଭଳି ଦୃଶ୍ୟ ଆସିଛି ଦିଲ୍ଲୀରୁ । ପ୍ରଧାନମନ୍ତ୍ରୀ ଏଭଳି କାର୍ଯ୍ୟକୁ ଲୋକେ ପ୍ରସଂଶା କରିଛନ୍ତି ।  

 

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ପ୍ରଗତୀ ମଇଦାନ ଟ୍ରାଞ୍ଜିଟ୍ କରିଡର ଅଧିନରେ ଆଇଟିପିଓ ଟନେଲର ଉଦଘାଟନ କରିବାକୁ ଯାଇଥିଲେ । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ଟନେଲରେ ବୁଲୁଥିବା ବେଳେ ରାସ୍ତାରେ ଅଳିଆ ପଡିଥିବା ଦେଖିବାକୁ ପାଇଥିଲେ । ପରେ ସେ କାହାକୁ କିଛି କହିବା ପରିବର୍ତେ ନିଜେ ଯାଇ ଅଳିଆ ଗୋଟାଇଥିଲେ । ଯାହାର ଭିଡିଓ ଏବେ ଭାଇରାଲ ହେଉଛି । ସ୍ୱଚ୍ଛ ଭାରତ ପାଇଁ ଆହ୍ୱନ ଦେଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏଭଳି କାର୍ଯ୍ୟ ଅନେକଙ୍କ ପାଇଁ ଉଦାହରଣ ବୋଲି କୁହାଯାଉଛି ।

Related News
satta king tw