Top Stories

Search here...

News

ଅମରନାଥ ଯାତ୍ରା; ୧୬ ଜଣଙ୍କର ମୃତ୍ୟୁ, ୪୦ ନିଖୋଜ ପରେ ବାତିଲା ହେଲା ଯାତ୍ରା

Posted On - 1 minute ago
Edited By Team BbsrReporters
LAST UPDATED Jul 10, 2022 06:16 PM

ପ୍ରାୟ ୧ ଲକ୍ଷ ଶ୍ରଦ୍ଧାଳୁ ଅମରନାଥ ଗୁମ୍ପାରେ ପ୍ରାର୍ଥନା କରିଛନ୍ତି । ଏଠାରେ ବରଫାଆକୃତିର ଶିବଲିଙ୍ଗ ରହିଛି । ଫଳରେ ଏହି ବିରଳ ଦୃଶ୍ୟକୁ ଦେଖିବାକୁ ଦେଶର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଶ୍ରଦ୍ଧାଳୁ ଆସିଥାନ୍ତି ।

 

BBSR Reporters


ଜମ୍ମୁ: ଖରାପ ପାଗ ଯୋଗୁ ୧୬ ଜଣଙ୍କର ମୃତ୍ୟୁ ଏବଂ ୪୦ ନିଖୋଜ ପରେ ଅମରନାଥ ଯାତ୍ରାକୁ ବାତିଲ କରାଯାଇଛି । ଦକ୍ଷିଣ କଶ୍ମୀରରେ ହିମାଳୟରେ ୩୮୮୦ ମିଟର ଉଚ୍ଚରେ ଥିବା ବ୍ୟାସ କ୍ୟାମ୍ପରୁ ଆଉ କୌଣସି ନୂଆ ବ୍ୟାଚକୁ ଯିବାକୁ ଅନୁମତି ଦିଆଯାଇ ନାହିଁ । ଶୁକ୍ରବାର ଅମରନାଥ ଗୁମ୍ପା ନିକଟରେ ବାଦଲଫଟା ବର୍ଷା ହୋଇ ବଡ଼ ଅଘଟଣ ଘଟିଥିଲା । ତେଣୁ କୌଣସି ନୂଆ ବ୍ୟାଚକୁ ଅମରନାଥ ଯିବାକୁ ଅନୁମତି ଦିଆଯାଇ ନାହିଁ । 


ଗତ ଜୁନ୍ ୩୦ରୁ ବାର୍ଷିକ ୪୩ ଦିନିଆ ଅମରନାଥ ଯାତ୍ରା ପାଇଁ ଅନୁମତି ମିଳିଥିଲା । ପ୍ରାୟ ୧ ଲକ୍ଷ ଶ୍ରଦ୍ଧାଳୁ ଅମରନାଥ ଗୁମ୍ପାରେ ପ୍ରାର୍ଥନା କରିଛନ୍ତି । ଏଠାରେ ବରଫାଆକୃତିର ଶିବଲିଙ୍ଗ ରହିଛି । ଫଳରେ ଏହି ବିରଳ ଦୃଶ୍ୟକୁ ଦେଖିବାକୁ ଦେଶର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଶ୍ରଦ୍ଧାଳୁ ଆସିଥାନ୍ତି । 


ଅମରନାଥ ଯିବା ପାଇଁ ଦୁଇଟି ବ୍ୟାସ କ୍ୟମ୍ପରୁ ଅନୁମତି ନେଇ ଯିବାକୁ ପଡେ଼ । ଜୁନ୍ ୨୯ ପରଠାରୁ ପ୍ରାୟ ୧୦ଟି ବ୍ୟାଚର ୬୯,୫୩୫ ଶ୍ରଦ୍ଧାଳୁ ଜମ୍ମୁଭେଲିରେ ଥିବା ଭଗବତୀନଗର ବ୍ୟାସକ୍ୟମ୍ପରୁ ଅନୁମତି ପାଇ ଯାତ୍ରା କରିଥିବା ରେକର୍ଡÿରୁ ଜଣାପଡ଼ିଛି । ପ୍ରଥମ ବ୍ୟାଚ ଯାତ୍ରା ପାଇଁ ଜମ୍ମୁର ଲେଫ୍ଟନାଣ୍ଟ ଗଭର୍ଣ୍ଣନର ମନୋଜ ସିହ୍ନା ପତାକା ଦେଖାଇ ଉଦ୍ଘାଟନ କରିଥିଲେ । ଏହି ଯାତ୍ରା ଅଗଷ୍ଟ ୧୧ରେ ଶେଷ ହେବାର ଥିଲା । 
 

Related News
satta king tw