Top Stories

Search here...

News

ଘାଟାରେ ଆପ୍ ସରକାର: ମୁସେୱାଲାଙ୍କ ହତ୍ୟା ପରେ ୪୨୪ ଭିଭିଆଇପିଖଙ୍କ ଫେରିବ ସୁରକ୍ଷା 

Posted On - 1 minute ago
Edited By Jyotirmayee Patanaik
LAST UPDATED Jun 02, 2022 08:08 PM

ଚାରିଆଡୁ ସମାଲୋଚନା ଏବଂ ଆକ୍ରୋସର ଶିକାର ହେବା ପରେ ରାଜ୍ୟରେ ପଞ୍ଜାବ ସରକାର ଏବେ ୪୨୪ ଜଣ ଭିଭିଆଇପିଙ୍କୁ ପୁଣି ସୁରକ୍ଷା ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଜୁନ୍ ୭ରୁ ଭିଭିଆଇପିମାନେ ପୂର୍ବଭଳି ସୁରକ୍ଷାକର୍ମୀଙ୍କ ମେଳରେ ରହିବେ ବୋଲି ସରକାର ସୂଚନା ଦେଇଛନ୍ତି ।

 

BBSR Reporters


ଚଣ୍ଡିଗଡ଼: ସିଙ୍ଗରରୁ କଂଗ୍ରେସ ନେତା ପାଲଟିଥିବା ସିଦ୍ଧୁ ମୁସେୱାଲାଙ୍କ ନିର୍ମମ ହତ୍ୟା ପରେ ଘାଟାରେ ପଡିଯାଇଛି ଆପ୍ ସରକାର ।  ଚାରିଆଡୁ ସମାଲୋଚନା ଏବଂ ଆକ୍ରୋସର ଶିକାର ହେବା ପରେ ରାଜ୍ୟରେ ପଞ୍ଜାବ ସରକାର ଏବେ ୪୨୪ ଜଣ ଭିଭିଆଇପିଙ୍କୁ ପୁଣି ସୁରକ୍ଷା ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଜୁନ୍ ୭ରୁ ଭିଭିଆଇପିମାନେ ପୂର୍ବଭଳି ସୁରକ୍ଷାକର୍ମୀଙ୍କ ମେଳରେ ରହିବେ ବୋଲି ସରକାର ସୂଚନା ଦେଇଛନ୍ତି । ପଞ୍ଜାବର କ୍ଷମତାସୀନ ଆପ୍ ସରକାର ଭିଭିଆଇପିଙ୍କ ସୁରକ୍ଷା ବ୍ୟବସ୍ଥା ହ୍ରାସ କରିବାରୁ  ସିଦ୍ଧୁ ମୁସେୱାଲାଙ୍କ ଅଘଟଣ ଘଟିଲା ବୋଲି ଅଭିଯୋଗ ହୋଇଥିଲା ।


 ପୂର୍ବରୁ ମୁସେୱାଲାଙ୍କ ସମେତ ୪୨୪ ଜଣ ଭିଭିଆଇପିଙ୍କୁ ସମସ୍ତ ପ୍ରକାରର ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଉଥିଲା । ହେଲେ ସରକାର ସୁରକ୍ଷା ବ୍ୟବସ୍ଥା ହ୍ରାସ କରିବାର ଦିନକ ପରେ ମୁସେୱାଲାଙ୍କୁ ୩୦ ରାଉଣ୍ଡ ଗୁଳି କରି ସର୍ବସମ୍ମୁଖରେ ହତ୍ୟା କରାଯାଇଥିଲା । ଏହା ବିରୋଧରେ ୪୨୪ ଭିଭିଆଇପିଙ୍କ ମଧ୍ୟରେ ଥିବା ପୂର୍ବତନ ମନ୍ତ୍ରୀ ଓପି ସୋନି ପଞ୍ଜାବ-ହରିଆଣା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । 

 

ଉାମଲାର ଶୁଣାଣି ବେଳେ କାହିଁକି ଭିଭିଆଇପିଙ୍କ ସୁରକ୍ଷା ବ୍ୟବସ୍ଥାକୁ ହ୍ରାସ କରାଗଲା ବୋଲି ହାଇକୋର୍ଟ ପ୍ରଶ୍ନ କରିଥିଲେ । ଏହାର ଜବାବରେ ପଞ୍ଜାବ ସରକାର କହିଛନ୍ତି ଯେ ଜୁନ ୬ରେ ଅପରେସନ ବ୍ଲୁ ଷ୍ଟାରର ବର୍ଷପୂର୍ତ୍ତି । ଏଥିପାଇଁ ସୁରକ୍ଷାକର୍ମୀଙ୍କ ଆବଶ୍ୟକତା ରହିଛି । ତେଣୁ ଭିଭିଆଇପିମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ହ୍ରାସ କରାଯାଇଥିଲା । କିନ୍ତୁ ଜୁନ୍ ୭ରୁ ପୁଣିଥରେ ସବୁ ଭିଭିଆଇପିଙ୍କ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯିବ ବୋଲି ସରକାର କହିଛନ୍ତି । ୧୯୮୪ରେ ଆତଙ୍କବାଦୀମାନେ ପଞ୍ଜାବର ସ୍ୱର୍ଣ୍ଣ ମନ୍ଦିରରେ ପ୍ରବେଶ କରି ଯାଇଥିଲେ । ସେମାନଙ୍କୁ ହତ୍ୟା କରିବାକୁ ଅପରେସନ ବ୍ଲୁ ଷ୍ଟାର ଆରମ୍ଭ ହୋଇଥିଲା । କୋର୍ଟ ଶୁଣାଣି ବେଳେ ଆପ୍ ସରକାର ଏହି ଅପରେସନର ବର୍ଷ ପୂର୍ତ୍ତି କଥା କହିଛନ୍ତି ।

ଅନ୍ୟପକ୍ଷରେ ସୁରକ୍ଷା ବ୍ୟବସ୍ଥା ହ୍ରାସକୁ ନେଇ ବିବାଦରେ ଥିବା ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂହ ମାନ ଆଜି ତାଙ୍କ ଦିଲ୍ଲୀ ପ୍ରତିପକ୍ଷ ତଥା ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଛନ୍ତି । ଏହି ସମୟରେ ସେ କହିଛନ୍ତି ଯେ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାର ତଦନ୍ତ ପାଇଁ ହାଇକୋର୍ଟ ବିଚାରପତିଙ୍କ ନେତୃତ୍ୱରେ ଗଠିତ ନ୍ୟାୟିକ କମିଶନ କରିବେ । ସେହିପରି ଏହା ପଛରେ ଗୋଷ୍ଠୀ ସଂଘର୍ଷ ଏକ କାରଣ ବୋଲି ପଞ୍ଜାବ ପୁଲିସ୍ ତଦନ୍ତରୁ ଜାଣିବାକୁ ପାଇଥିବା ସେ କହିଛନ୍ତି ।
 

Related News
satta king tw