Top Stories

Search here...

News

ଦୁଇ ଜରୁରୀକାଳୀନ ସ୍ଥିତି ଲାଗୁ ହେବା ପରେ ଶେଷରେ ଇସ୍ତଫା ଦେଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ

Posted On - 17 minutes ago
Edited By Prabir Kumar
LAST UPDATED May 09, 2022 08:27 PM

ରାଷ୍ଟପ୍ରତିକ ଇସ୍ତଫା ଦାବିରେ ଦେଶବ୍ୟାପି ଆନେ୍ଦାଳନ କରାଯାଉଥିଲେ ମଧ୍ୟ ସେ ଇସ୍ତାଫା ଦେଇନାହାଁନ୍ତି ।

 

BBSR Reporters


କଲମ୍ବୋ: ଦୁଇ ଦୁଇ ଥର ଜରୁରୀକାଳୀନ ପରିସ୍ଥତି ଲାଗୁ କରିବା ପରେ ଶେଷରେ  ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷ ନିଜ ପଦରୁ ସୋମବାର ଇସ୍ତଫା ଦେଇଛନ୍ତି । ସେହିପରି ଶ୍ରୀଲାଙ୍କାର ସ୍ୱାସ୍ଥ୍ୟମନ୍ତ୍ରୀ ଚନ୍ନା ଜୟସୁମାନା ମଧ୍ୟ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । 

 

ଶ୍ରୀଲଙ୍କାରେ ଆର୍ଥôକ ସ୍ଥିତି ସଙ୍ଗିନ ହେବା ପରେ ସେଠିକାର ପରିସ୍ଥତି ଅଣାୟତ୍ତ ହୋଇପଡ଼ି ଥିଲା । ଖାଦ୍ୟ ସାମଗ୍ରୀର ଦର ଆକାଶ ଛୁଆଁ ହେବା ସହ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଘୋର ଅଭାବ ସୃଷ୍ଟି ହୋଇଛି ।  ଲୋକେ ରାଜରାସ୍ତାକୁ ଆସି ଆନେ୍ଦାଳନ କରିବା ସହ ଶ୍ରୀଲଙ୍କାର ରାଷ୍ଟ୍ରପତିଙ୍କ ବିରୋଧରେ ଜୋରଦାର ନାରାବାଜି କରିଥିଲ । ରାଷ୍ଟପ୍ରତିକ ଇସ୍ତଫା ଦାବିରେ ଦେଶବ୍ୟାପି ଆନେ୍ଦାଳନ କରାଯାଉଥିଲେ ମଧ୍ୟ ସେ ଇସ୍ତାଫା ଦେଇନାହାଁନ୍ତି । 


ସରକାର ଆନେ୍ଦାଳନକୁ ପ୍ରସମିତ କରିବା ପାଇଁ ଦୁଇ ଥର କର୍ଫ୍ୟୁ ଲାଗୁ କରାଯାଇଥିଲା  । ହେଲେ ଉତ୍ତ୍ୟକ୍ତ ଜନତା ଆଇନ ଅମାନ୍ୟ କରି ଆନେ୍ଦାଳକୁ ତୀବ୍ର କରିଥିଲେ । ପ୍ରାୟ ମାସେରୁ ଊର୍ଦ୍ଧ୍ୱ ଧରି ଦେଶରେ ଆନେ୍ଦାଳନ ଜାରି ରହିଛି । ଏଥିସହ ଦେଶରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ । ଆନେ୍ଦାଳନ ବଢ଼ିବା ପରେ ଶେଷରେ ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପକ୍ଷ ଇସ୍ତଫା ଦେଛନ୍ତି । ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷଙ୍କ ଅଫିସ ଭଙ୍ଗାରୁଜା ହେବା ପରେ ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପକ୍ଷ ଇସ୍ତଫା ଦେଇଛନ୍ତି ।


 

Related News
satta king tw