Top Stories

Search here...

News

ଋଷ-ୟୁକ୍ରେନ ଯୁଦ୍ଧ ଭିତରେ ବିଶ୍ୱ ଦରବାରରେ ବଢୁଛି ଭାରତର ପ୍ରଭାବ; ଭାରତକୁ ପ୍ରସଂଶା କଲେ ଜୋ ବାଇଡେନ

Posted On - 2 minutes ago
Edited By Jyotirmayee Patanaik
LAST UPDATED Apr 12, 2022 08:45 PM

କୌଣସି ସ୍ଥାନରେ ବାଇଡେନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହିନାହାଁନ୍ତି ଯେ ଭାରତ ଋଷିଆ ନିନ୍ଦା କରୁ କିମ୍ବା ଋଷିଆରୁ ତେଲ ଆମଦାନୀ କରିବା ବନ୍ଦ କରୁ ।

 

BBSR Reporters


ନୂଆଦିଲ୍ଲୀ: ଋଷିଆ ୟୁକ୍ରେନ ଯୁଦ୍ଧ ଭିତରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ କଥାବାର୍ତା ଏକ ନୂଆ ଅନ୍ତର୍ଜାତୀୟ ସମୀକରଣକୁ ସାମ୍ନାକୁ ଆଣିଛି । ଏହି ନୂଆ ସମୀକରଣ ହେଉଛି- ଯୁଦ୍ଧ ଭିତରେ କାହାର ପକ୍ଷ ନନେଇ ଭାରତର ନିଜସ୍ୱ ସ୍ୱାଧୀନ ବିଦେଶ ନୀତିକୁ ଆମେରିକା ଗ୍ରହଣ କରିନେଇଛି । ବାଇଡେନ ଏହି ଆଲୋଚନାରେ କୌଣସି ଜାଗାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କୌଣସି ଗୋଟିଏ ପକ୍ଷ ନେବା ପାଇଁ ପରାମର୍ଶ ଦେଇନାହାଁନ୍ତି କିମ୍ବା କହି ମଧ୍ୟ ନାହାଁନ୍ତିି ।

 

ଭିଡିଓ କନଫେରେନ୍ସିଂରେ ଆଲୋଚନା ଆରମ୍ଭରୁ ବାଇଡେନ କହିଥିଲେ,  ଭାରତ ଓ ଆମେରିକା ଏକ ଦୃଢ ଏବଂ ପ୍ରତିରକ୍ଷା ସହଭାଗିତା ସହ ଆଗକୁ ବଢୁଛନ୍ତି । କୌଣସି ସ୍ଥାନରେ ବାଇଡେନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହିନାହାଁନ୍ତି ଯେ ଭାରତ ଋଷିଆ ନିନ୍ଦା କରୁ କିମ୍ବା ଋଷିଆରୁ ତେଲ ଆମଦାନୀ କରିବା ବନ୍ଦ କରୁ । ଭାରତ ଆମେରିକା ମଧ୍ୟରେ ଏହି ଆଲୋଚନାକୁ ଆମେରିକାର ପ୍ରମୁଖ ଗଣମାଧ୍ୟମ ନୁ୍ୟ ୟର୍କ ଟାଇମ୍ସ ନିଜ ଦୃଷ୍ଟି ଭଙ୍ଗୀରେ ବର୍ଣ୍ଣନା କରିଛି ।
 

Related News
satta king tw