Top Stories

Search here...

News

ସାରା ଭାରତରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି

Posted On - 7 minutes ago
Edited By Team BbsrReporters
LAST UPDATED May 02, 2022 12:46 PM
ସାରା ଭାରତରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ।
BBSR Reporters
 
ନୂଆଦିଲ୍ଲୀ: ସାରା ଭାରତରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଉତରପଶ୍ଚିମ ଓ କେନ୍ଦ୍ରୀୟ ଭାରତରେ ହାରାହାରି ସର୍ବାଧିକ ତାପମାତ୍ରା ୩୫ ଦଶମିକ ୯ ଓ ୩୭ ଦଶମିକ ୭୮ ଡିଗ୍ରୀରେ ପହଂଚିଛି । ଯାହା ଗତ ୧୨୨ ବର୍ଷରେ ସର୍ବାଧିକ ବୋଲି କୁହାଯାଉଛି । ମୋଟ୍ ଉପରେ ସାରା ଭାରତକୁ ବିଚାରକୁ ନେଲେ ଏପ୍ରିଲ ୨୦୨୨ର ତାପମାତ୍ରା ହେଉଛି ୧୨୨ ବର୍ଷରେ ଚତୁର୍ଥ ସର୍ବାଧିକ । ବର୍ତମାନର ଗ୍ରୀଷ୍ମ ଲହର ପଞ୍ଜାବ, ହରିୟାଣା ଓ ପଶ୍ଚିମ ଉତରପ୍ରଦେଶରେ କୃଷି ଉପôାଦକୁ ପ୍ରଭାବିତ କରିପାରେ । ଏପଟେ ଓଡ଼ିଶାରେ ଜାରି ରହିଥିବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ମିଳିବ ସାମାନ୍ୟ ଆଶ୍ୱସ୍ତି । ରାଜ୍ୟରେ ଆଜିଠୁ ସକ୍ରିୟ ହେବ କାଳବୈଶାଖୀ । ୫ଦିନ ଯାଏଁ ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଏହାର ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ଦିନ ତାପମାତ୍ରା ସାମାନ୍ୟ ତଳକୁ ଖସିବା ସମ୍ଭାବନା ରହିଛି । ଗତକାଲି ଟିଟିଲାଗତ ସବୁଠୁ ଉତପ୍ତ ସହର ହୋଇଥିଲା । ଟଟିଲାଗଡ଼ରେ ତାପମାତ୍ରା ୪୫ ଦଶମିକ ୫ ଡିଗ୍ରୀ ରେକର୍ଡ କରାଯାଇଥିଲା । ବୌଦ୍ଧ ଓ ବଲାଙ୍ଗୀରରେ ତାପମାତ୍ରା ୪୫ ଡିଗ୍ରୀ ରେକର୍ଡ ହୋଇଥିଲା । ୯ ସହରରେ ଦିନ ତାପମାତ୍ରା ୪୪ ଡିଗ୍ରୀ କିମ୍ବା ଅଧିକ ରେକର୍ଡ କରାଯାଇଥିଲା । ସେହିପରି ୨୧ ସହରରେ ଦିନ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ଅଧିକ ରେକର୍ଡ ହୋଇଥିଲା ।  
Related News
satta king tw