Top Stories

Search here...

News

ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ !

Posted On - 6 minutes ago
Edited By Team BbsrReporters
LAST UPDATED Apr 30, 2022 05:58 PM
 
ଆଇଏମଡି ଆହଚରି ମଧ୍ୟ କହିଛି ଯେ, ଏହି ଲଘୁଚାପ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି । କିନ୍ତୁ ତାପରେ ଏହାର ଗତି କଣ ହେବ ସେ ନେଇ କିଛି ସ୍ପଷ୍ଟ ଭାବରେ କହି ହେବନାହିଁ ।
 
BBSR Reporters
 
ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି । ଆସନ୍ତା ୫ତାରିଖରେଏହି ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଆଇଏମଡି ଆହଚରି ମଧ୍ୟ କହିଛି ଯେ, ଏହି ଲଘୁଚାପ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି । କିନ୍ତୁ ତାପରେ ଏହାର ଗତି କଣ ହେବ ସେ ନେଇ କିଛି ସ୍ପଷ୍ଟ ଭାବରେ କହି ହେବନାହିଁ । ଆଇଏମଡି କହିଛି ଯେ, ଓଡ଼ିଶା ଉପରେ ଏହାର କୌଣସି ପ୍ରଭାବ ନାହିଁ ।
 
ସେପଟେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସୋଆ ବିଶ୍ୱବିଦ୍ୟାଳୟର ପାଣିପାଗ ବିଭାଗର ମୁଖ୍ୟ ଶରତ ସାହୁ । ସେ କହିଛନ୍ତି, ଏହି ସମୟରେ ସମୁଦ୍ର ଭିତରେ ସୃଷ୍ଟି ହେଉଥିବା ଝଡ ଅତି ଅଧିକ ଘନୀଭୂତ ହେବାର ସମ୍ଭାବନା କମ ଥାଏ । ଏହା ସାଇକ୍ଲୋନିକ ଷ୍ଟର୍ମ କିମ୍ବା ସିଭିୟର ସାଇକ୍ଲୋନିକ ଷ୍ଟର୍ମ ସ୍ତରକୁ ଯାଇପାରେ । କିନ୍ତୁ ଏକ ଗୁରୁତ୍ୱପୂର୍ଣ୍ଣ ସଙ୍କେତ ଦେଇ ଶରତ ସାହୁ କହିଛନ୍ତି ଯେ, ଏହି ଝଡ ଆନ୍ଧ୍ର, ଓଡ଼ିଶା, ପଶ୍ଚିମବଙ୍ଗ କିମ୍ବା ବାଂଲାଦେଶ ସୀମାରେ, ଯେକୌଣସି ସ୍ଥାନରେ ହିଟ୍ କରିପାରେ । କିନ୍ତୁ ଏବେଠାରୁ କିଛି କହିବା ମୁସ୍କିଲ ବୋଲି କହିଛନ୍ତି ଶରତ ସାହୁ ।
Related News
satta king tw