Top Stories

Search here...

News

ନାଇଟ କ୍ଳବରେ ରାହୁଲ ଗାନ୍ଧୀଙ୍କ ଭିଡିଓ ଭାଇରାଲ ପରେ ବିଜେପି କଂଗ୍ରେସ ମୁହାଁମୁହିଁ

Posted On - 7 minutes ago
Edited By Prabir Kumar
LAST UPDATED May 03, 2022 07:59 PM

ମିଆଁମାରରେ ଥିବା ନେପାଳର ରାଷ୍ଟ୍ରଦୂତଙ୍କ ଝିଅ ବାହାଘରରେ ଯୋଗ ଦେବାକୁ ରାହୁଲ ସୋମବାର କାଠମାଣ୍ଡୁ ଯାଇଥିବା ଜଣାପଡିଛି ।

 

BBSR Reporters


ଭୁବନେଶ୍ୱର: ନାଇଟ କ୍ଳବରେ  କଂଗ୍ରେସ ନେତା ରାହୁଲ ଗାନ୍ଧୀ । ନେପାଳ କାଠମାଣ୍ଡୁର ଏକ ନାଇଟ କ୍ଲବରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭିଡିଓ ଭାଇରାଲ ହେବା ପରେ ତାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ଭିଡିଓରେ ରାହୁଲଙ୍କ ସହ ଜଣେ ଯୁବତୀ ମଧ୍ୟ ନଜର ଆସୁଛନ୍ତି । ଏହା କୈାଣସି ଏକ ଡିସ୍କୋଥେକର ବୋଲି କୁହାଯାଉଛି । ଦେଶରେ କଂଗ୍ରେସ ଦଳର ସ୍ଥିତି ଦିନକୁ ଦିନ ତଳକୁ ଯାଉଥିବା ବେଳେ, ରାହୁଲଙ୍କ ଏହି ଭିଡିଓ ଦଳର ସ୍ଥିତିକୁ ଆହୁରି ବିଗାଡି ପାରେ ବୋଲି ଆଲୋଚନା ହେଉଛି ।

 

ମିଆଁମାରରେ ଥିବା ନେପାଳର ରାଷ୍ଟ୍ରଦୂତଙ୍କ ଝିଅ ବାହାଘରରେ ଯୋଗ ଦେବାକୁ ରାହୁଲ ସୋମବାର କାଠମାଣ୍ଡୁ ଯାଇଥିବା ଜଣାପଡିଛି । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେଉଛି । ଏହାଛଡା ବିଜେପି ନେତାମାନେ ବି ଟ୍ୱିଟରରେ ଏହି ଭିଡିଓକୁ ଟ୍ୟାଗ କରି ସମାଲୋଚନା କରିଛନ୍ତି । ତେବେ ଏହି ଭିଡିଓର ସତ୍ୟାସତ୍ୟ କେତେ ତାହା ଏ ଯାଏଁ ସ୍ପଷ୍ଟ ହୋଇନାହିଁ ।

 

ବିଜେପି ନେତାଙ୍କ କଟାକ୍ଷ ପରେ ଏହାର ଜବାବ ରଖିଛନ୍ତି କଂଗ୍ରେସ ନେତା ରଣଦୀପ ସୂର୍ଯେ୍ୟୱାଲା । ରାହୁଲ୍ ଗାନ୍ଧି ନେପାଳରେ ଏକ ବିବାହ ସମାରୋହରେ ଯୋଗ ଦେବା ପାଇଁ ଯାଇଥିଲେ ବୋଲି କହିଛନ୍ତି ସୂର୍ଯେ୍ୟୱାଲା । ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଚାନକ ପାକିସ୍ତାନ ଗସ୍ତ କରିବା କଥା କହି ମୋଦିଙ୍କୁ ତେର୍ଚ୍ଛା ବାଣ ମାରିଛନ୍ତି ସୂର୍ଯେ୍ୟୱାଲା ।

Related News
satta king tw