Top Stories

Search here...

News

ଦେଶର କମୁଛି ପ୍ରଜନନ ହାର; ଅନ୍ୟ ତୁଳନାରେ ମୁସଲିମ୍ ସମ୍ପ୍ରଦାୟରେ ସବୁଠୁ ଅଧିକ କମିଛି ପ୍ରଜନନ ହାର

Posted On - 2 minutes ago
Edited By Prabir Kumar
LAST UPDATED May 09, 2022 09:03 PM

ସର୍ଭେରେ କନ୍ୟା ସନ୍ତାନକୁ ନେଇ ଲୋକଙ୍କ ମାନସିକତା ବଳଦିଥିବା କୁହାଯାଇଛି । ପୁଅ-ଝିଅ ମଧ୍ୟରେ ଫରକ ନ ଦେଖି ଅଧିକାଂଶ ମହିଳା ପତ୍ର ସନ୍ତାନ ଜନ୍ମ ଦେବାର ମୋହ ତ୍ୟାଗ କରୁଛନ୍ତି ।

 

BBSR Reporters


ନୂଆଦିଲ୍ଲୀ: ଦେଶର ଜନସଂଖ୍ୟାକୁ ନେଇ ଆସିଛି ବଡ ଖବର । ଧିରେ ଧିରେ ଆମ ଦେଶର ପ୍ରଜନନ ହାର କମୁଛି । ସ୍ୱାସ୍ଥୃ୍ୟ ଏବଂ ପରିବାର ଲଲ୍ୟାଣ ମନ୍ତ୍ରଣାଳୟର ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ-୫ର ତଥ୍ୟ ଅନୁସାରେ ଦେଶରେ ଶିଶୁ ଜନ୍ମ ହାର ୨ ଦଶମିକ୍ ୨ ପ୍ରତିଶତରୁ  ୨ ପ୍ରତିଶତକୁ ଖସିଆସିଛି । ସବୁ ଧର୍ମ କ୍ଷେତ୍ରରେ ଏହା କମୁଥିବା ଦେଖିବାକୁ ମିଳିଛି । ୨୦୧୯ -୨୧ ବର୍ଷକୁ ନେଇ ଏହି ସର୍ଭେ କରାଯାଇଛି । ସବୁଠୁ ବଡ କଥା ହେଉଛି ଦେଶରେ ଉଚ୍ଚ ପ୍ରଜନନ ହାର ଥିବା ମୁସଲିମ ସମ୍ପ୍ରଦାୟର ପ୍ରଜନନ ହାର ଅନ୍ୟ ସମ୍ପ୍ରଦାୟ ଅପେକ୍ଷା ଅଧିକ କମିଛି ।

 

ସର୍ଭେ ରିପୋର୍ଟ ଅନୁସାରେ  ମୁସଲିମ ସମ୍ପଦ୍ରାୟର ପଜନନ ହାର ୧୯୯୨-୯୩ରୁ ୨୦୧୯-୨୧ ବର୍ଷ ମଧ୍ୟରେ  ୪ ଦଶିମିକ୍ ୪ ପ୍ରତିଶତରୁ ୨ ଦଶମିକ୍ ୩୬ ପ୍ରତିଶତକୁ ଖସି ଆସିଛି । ହନ୍ଦୁଙ୍କ କ୍ଷେତ୍ରରେ ଏହି ହାର ୨ ଦଶମିକ ୧ ପ୍ରତିଶତରୁ ୧ ଦଶମିକ ୬ ପ୍ରତିଶତକୁ ଖସିଆସିଛି ।  ବର୍ଷ ୨୦୧୫-୧୬ ସର୍ଭେ ସହ ବର୍ଷ ୨୦୧୯-୨୧ ସର୍ଭେ ସହ ତୁଳନା କରାଯାଇଛି ।

 

ତେବେ ଦେଶରେ ହୋଇଥିବା ମୋଟ ୫ ଟି ସର୍ଭେରେ ମୁସଲିମ ସମ୍ପ୍ରଦାୟର ପ୍ରଜନନ ହାର ସବୁଠୁ ଅଧିକ ହ୍ରାସ ପାଇଛି । ମୁସଲମାନ ସମ୍ପ୍ରଦାୟର ପ୍ରଜନନ ହାର ମୋ ୪୬ ଦଶମିକ୍ ୫ ପ୍ରତିଶତ ହ୍ରାସ ପାଇଥିବା ବେଳେ ହିନ୍ଦଙ୍କ କ୍ଷେତ୍ରରେ ଏହା ୪୧ ଦଶମିକ୍ ୨ ପ୍ରତିଶତ କମିଛି ।

 

ସର୍ଭେରେ କନ୍ୟା ସନ୍ତାନକୁ ନେଇ ଲୋକଙ୍କ ମାନସିକତା ବଳଦିଥିବା କୁହାଯାଇଛି । ପୁଅ-ଝିଅ ମଧ୍ୟରେ ଫରକ ନ ଦେଖି ଅଧିକାଂଶ ମହିଳା ପତ୍ର ସନ୍ତାନ ଜନ୍ମ ଦେବାର ମୋହ ତ୍ୟାଗ କରୁଛନ୍ତି । ଦେଶରେ ଦୁଇ ଝିଅଙ୍କୁ ଜନ୍ମ ଦେଇଥିବା ୬୫ ପ୍ରତିଶତ ମହିଳା ପୁତ୍ର ସନ୍ତାନ ନେଇ କୌଣସି ଅଭିଳାଷ ରଖି ନଥିବା କହିଛନ୍ତି । ଆସନ୍ତୁ ନଜର ପକାଇବା ପୁରା ରିପୋର୍ଟ ଉପରେ ।
 

ପ୍ରଜନନ ହାର  ମୋଟ   ମୁସଲମାନ    ହିନ୍ଦୁ

୨୦୧୯-୨୧    ୨%     ୨.୩%        ୧.୯୪

୨୦୧୫-୧୬   ୨.୨%   ୨.୬%       ୨.୧%

୧୯୯୨-୯୩   ୩.୪%   ୪.୪%       ୩.୩%
 

Related News
satta king tw