Top Stories

Search here...

News

ଜ୍ଞାନବାପୀ ମସଜିଦକୁ ନେଇ ବିବାଦ; ନମାଜ ବନ୍ଦ ନ କରିବାକୁ ସୁପ୍ରିମକୋର୍ଟଙ୍କ ନିଦେ୍ର୍ଧଶ

Posted On - 1 minute ago
Edited By Jyotirmayee Patanaik
LAST UPDATED May 17, 2022 07:34 PM

ସୁପ୍ରିମକୋର୍ଟ କହିଛନ୍ତି, ଯଦି ସେଠାରେ ଶିବଲିଙ୍ଗ ରହିଛି, ତା’ହେଲେ ଏହାର ସୁରକ୍ଷା ପାଇଁ ଆମେ ଏହାର ସୁରକ୍ଷା ପାଇଁ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ କହିଛୁ । କିନ୍ତୁ ଶିବଲିଙ୍ଗର ସୁରକ୍ଷା ପାଇଁ ମୁସଲିମମାନଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରାଯାଇ ପାରିବ ନାହିଁ ।

 

BBSR Reporters


ନୂଆଦିଲ୍ଲୀ: ଜ୍ଞାନବାପୀ ମସଜିଦକୁ ନେଇ ସୃଷ୍ଟି ହୋଇଥିବା ବିବାଦ ବଢିବାରେ ଲାଗିଛି । ଏହି ମାମଲାର ଶୁଣାଣିକୁ ଗୁରୁବାର ଯାଏ ଘୁଞ୍ଚାଇ ଦେଇଛନ୍ତି ସୁପ୍ରିମକୋର୍ଟ । ମସଜିଦର ସର୍ଭେ ବେଳେ ଶିବଲିଙ୍ଗ ମିଳିବା ନେଇ ଦାବି କରାଯାଇଥିଲା । ଏହି ଦାବି ଅନୁଯାୟୀ ଠାବ ହୋଇଥିବା ଶିବଲିଙ୍ଗର ସୁରକ୍ଷା ପାଇଁ ଆଜି ସୁପ୍ରିମକୋର୍ଟ କହିଛନ୍ତି । ଏଥିସହ ଶିବଲିଙ୍ଗର ସୁରକ୍ଷା ସହ ମସଜିଦରେ ଯେମିତି ନମାଜ ପାଠ ବନ୍ଦ ନ ହେବ, ତା’ର ମଧ୍ୟ ବ୍ୟବସ୍ଥା କରିବାକୁ ସର୍ବୋଚ୍ଚ ଅଦାଲତ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ନିଦେ୍ର୍ଧଶ ଦେଇଛନ୍ତି ।

 

ସୁପ୍ରିମକୋର୍ଟ କହିଛନ୍ତି, ଯଦି ସେଠାରେ ଶିବଲିଙ୍ଗ ରହିଛି, ତା’ହେଲେ ଏହାର ସୁରକ୍ଷା ପାଇଁ ଆମେ ଏହାର ସୁରକ୍ଷା ପାଇଁ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ କହିଛୁ । କିନ୍ତୁ ଶିବଲିଙ୍ଗର ସୁରକ୍ଷା ପାଇଁ ମୁସଲିମମାନଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରାଯାଇ ପାରିବ ନାହିଁ । ସେମାନେ ସେଠାରେ ଯେମିତି ବିନା କୌଣସି ବାଧାରେ ପ୍ରାର୍ଥନା କରିପାରିବେ, ସେକଥାକୁ ମଧ୍ୟ ଜିଲ୍ଲା ମାଜିଷ୍ଟ୍ରେଟ ନିଶ୍ଚିତ କରିବେ ।


ମେ’ ୧୬ରେ ବାରାଣସୀର ଗୋଟିଏ ସିଭିଲ କୋର୍ଟ ମସିଜଦକୁ ସିଲ୍ କରିବା ସହ ଲୋକଙ୍କ ପ୍ରବେଶ ଉପରେ ରୋକ ଲଗାଇଥିଲେ । ହେଲେ ଆଜି ସୁପ୍ରିମକୋର୍ଟ ଏହି ନିଦେ୍ର୍ଧଶ ଉପରେ ରୋକ ଲଗାଇ ଦେଇଛନ୍ତି । ସୁପ୍ରିମକୋର୍ଟ କେବଳ ଶିବଲିଙ୍ଗ ମିଳିଥିବା ଅଞ୍ଚଳର ସୁରକ୍ଷା ସମ୍ପର୍କରେ ଦିଆଯାଇଥିବା ନିଦେ୍ର୍ଧଶ ସହ ରହିଥିବା କହିଛନ୍ତି ।

 

ଏଥିସହ ସୁପ୍ରିମକୋର୍ଟ ଜ୍ଞାନବାପୀ ମସଜିଦ ସହ ଜଡ଼ିତ ସମସ୍ତ ଆବେଦନକାରୀ ଓ ଉତ୍ତର ପ୍ରଦେଶ ସରକାରଙ୍କୁ ନୋଟିସ କରିଛନ୍ତି । ଏହାବାଦ ସର୍ବୋଚ୍ଚ ଅଦାଲତ ବାରାଣସୀ କୋର୍ଟରେ ଚାଲିଥିବା ମାମଲାର ଶୁଣାଣି ଉପରେ କୌଣସି ରୋକ ଲଗାଇ ନାହାନ୍ତି । ବାରାଣସୀ କୋର୍ଟ ଏହି ମାମଲାର ଶୁଣାଣି କରି ମସଜିଦର ସର୍ଭେ କରିଥିବା ଟିମ୍କୁ ୨ ଦିନ ଭିତରେ ରିପୋର୍ଟ ଦେବାକୁ କହିଛନ୍ତି ।

 

ସୂଚନାଯୋଗ୍ୟ, ୧୯୯୧ରେ ବାରାଣସୀ କୋର୍ଟରେ ଗୋଟିଏ ଆବେଦନ ଦାଖଲ କରାଯାଇଥିଲା । ଏଥିରେ କୁହାଯାଇଥିଲା ଯେ ମନ୍ଦିରକୁ ଭଙ୍ଗା ଯାଇ ଜ୍ଞାନବାପୀ ମସଜିଦ ତିଆରି କରାଯାଇଛି । ଔରଙ୍ଗଜେବ ଶାସନ କରୁଥିବା ବେଳେ କାଶୀ ବିଶ୍ୱନାଥ ମନ୍ଦିରର କିଛି ଅଂଶକୁ ଭାଙ୍ଗି ଷୋଡ଼ଶ ଶତାବ୍ୱୀରେ ମସଜିଦ ନିର୍ମାଣ କରିଥିବା ଆବେଦନକାରୀ ଦାବି କରିଛନ୍ତି । ଏଥିସହ ଆବେଦନକାରୀ ଓ ସ୍ଥାନୀୟ ଲୋକମାନେ ଜ୍ଞାନବାପୀ ମସଜିଦ କମ୍ପ୍ଲେକ୍ସରେ ପୂଜାପାଠ କରିବାକୁ ମଧ୍ୟ ଅନୁମତି ମାଗିଛନ୍ତି ।
 

Related News
satta king tw