Top Stories

Search here...

News

ରେଳବାଇର ‘ଦେଖୋ ଆପ୍ନା ଦେଶ’ ଯୋଜନାରେ ରାମାୟଣା ଯାତ୍ରା; ୧୮ ଦିନରେ ଅତିକ୍ରମ ୮ ହଜାର କିଲୋମିଟରର

Posted On - 1 month ago
Edited By Jyotirmayee Patanaik
LAST UPDATED Jun 29, 2022 05:11 PM

ଭାରତ ଗୌରବ ଟୁରିଷ୍ଟ ଟ୍ରେନରେ ଯାତ୍ରୀମାନେ ଭାରତ ଓ ନେପାଳ ଭିତରେ ରାମାୟଣ ସହ ଜଡିଥିବା ସ୍ଥାନକୁ ଯାତ୍ରା କରିପାରିବେ । ଏଥିପାଇଁ ଜଣେ ବ୍ୟକ୍ତିଙ୍କ ପିଛା ୬୨ ହଜାର ୩ ଶହ ୭୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।

 

BBSR Reporters


ନୂଆଦିଲ୍ଲୀ: ଭାରତୀୟ ରେଳବାଇ ପକ୍ଷରୁ ଘୋଷଣା ହେଲା ରାମାୟଣ ଯାତ୍ରା । ୧୮ ଦିନ ର ଏହି ଯାତ୍ରାରେ ଟେନ୍ ୮ ହଜାର କିଲୋମିଟର ଅତିକ୍ରମ କରିବ । ଘରୋଇ ପର୍ଯ୍ୟଟନର ପ୍ରସାର ପାଇଁ ଆଇଆରସିଟିସିର ‘ଦେଖୋ ଆପ୍ନା ଦେଶ’ ଅର୍ଥାତ୍ ଆମ ଦେଶକୁ ଦେଖ ଯୋଜନାରେ ଏଭଳି ସୁବିଧା ମିଳିବ ।

 

ଭାରତ ଗୌରବ ଟୁରିଷ୍ଟ ଟ୍ରେନରେ ଯାତ୍ରୀମାନେ ଭାରତ ଓ ନେପାଳ ଭିତରେ ରାମାୟଣ ସହ ଜଡିଥିବା ସ୍ଥାନକୁ ଯାତ୍ରା କରିପାରିବେ । ଏଥିପାଇଁ ଜଣେ ବ୍ୟକ୍ତିଙ୍କ ପିଛା ୬୨ ହଜାର ୩ ଶହ ୭୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଟିକେଟ୍ ଇଏମଆଇ ମାଧ୍ୟମରେ ମଧ୍ୟ କରିପାରିବେ ।

 

ଅଯୋଧ୍ୟା, ନୋପାଳର ଜାନକୀପୁର ସୀତାମ୍ରହୀ, ବାରଣାସୀ, ନାସିକ୍, ରାମେଶ୍ୱରମ ଭଳି ରାମୟଣ ସହ ଜଡିତ ଥିବା ତିର୍ଥ ସ୍ଥ୍ାନ ବୁଲିବେ ପର୍ଯ୍ୟଟକ । ଦିଲ୍ଲୀରୁ ଯାତ୍ରା ଆରମ୍ଭ ହେବ ଏବଂ ଦିଲ୍ଲୀରେ ଶେଷ ହେବ ବୋଲି ଆଇଆରସିଟିସି ପକ୍ଷରୁ କୁହାଯାଇଛି । ଟ୍ରେନଟି ଦିଲ୍ଲୀରୁ ଯାତ୍ରା କରିବା ପରେ ପ୍ରଥମେ ଅଯୋଧ୍ୟାରେ ରହିବ । ଏହି ଟ୍ରେନରେ ୧୧ ଟି ଏସି ବଗି ରହିଥିବା ବେଳେ ୬ ଶହ ଯାତ୍ର୍ରୀ ଏକା ସାଙ୍ଗରେ ଯାତ୍ରା କରିପାରିବେ ।
 

Related News
satta king tw