Top Stories

Search here...

News

କାଲି ଉଦ୍ଧବ ସରକାର ଦେବେ ସଂଖ୍ୟା ଗରିଷ୍ଠତାର ପ୍ରମାଣ; ହାଇ ଆଲର୍ଟରେ ମୁମ୍ବାଇ ପୁଲିସ

Posted On - 2 minutes ago
Edited By Team BbsrReporters
LAST UPDATED Jun 29, 2022 08:36 PM

ଫ୍ଲେର ଟେଷ୍ଟ ବିରୋଧରେ ଉଦ୍ଧବ ସୁପ୍ରମିକୋର୍ଟ ଯାଇଥିବା ବେଳେ ବିଚାରପତି କହିଛନ୍ତି ବିଧାୟକଙ୍କ ଅଯୋଗ୍ୟ ଘୋଷଣା ସହ ସଂଖ୍ୟା ଗରିଷ୍ଠତା ପ୍ରମାଣର କୌଣସି ସମ୍ପର୍କ ନାହିଁ ।

 

BBSR Reporters


ମୁମ୍ବାଇ: ଆସନ୍ତାକାଲି ସଂଖ୍ୟା ଗରିଷ୍ଠତା ପ୍ରମାଣ ପାଇଁ ଉଦ୍ଧବ ଠାକରେ ସରକାରଙ୍କୁ ମହାରାଷ୍ଟ୍ର ରାଜ୍ୟପାଳ ଦେଇଥିବା ନିଦେ୍ର୍ଧଶ ମାମଲାର ଶୁଣାଣି କରିଛନ୍ତି ସୁପ୍ରମିକୋର୍ଟ । ୧୬ ବିଧାୟକଙ୍କ ଅଯୋଗ୍ୟ ଘୋଷଣାରେ ବିଧାୟକମାନେ ପକ୍ଷ ରଖିନଥିବା ବେଳେ ଫ୍ଲୋର ଟେଷ୍ଟ ନ କରିବାକୁ ଉଦ୍ଧବଙ୍କ ଓକିଲ ଯୁକ୍ତି ବାଢିଥିଲେ । କିନ୍ତୁ  ବିଚାରପତି କହିଲେ ବିଧାୟକଙ୍କ ଅଯୋଗ୍ୟ ଘୋଷଣା ସହ ସଂଖ୍ୟା ଗରିଷ୍ଠତା ପ୍ରମାଣର କୌଣସି ସମ୍ପର୍କ ନାହିଁ । ଏକନାଥ ସିନେ୍ଦଙ୍କ ଓକିଲ କହିଥିଲେ, ବିଧାନସଭା କଥା ଛାଡ ଉଦ୍ଧବ ଠାକରେ ନିଜ ଭିତରେ ସଂଖ୍ୟା ଗରିଷ୍ଠତା ହରାଇଛନ୍ତି ।

 

କାଲି ବିଦ୍ରୋହୀ ବିଧାୟକମାନେ ମୁମ୍ବାଇ ଆସୁଥିବାରୁ ମୁମ୍ବାଇ ପୁଲିସକୁ ହାଇ ଆର୍ଲଟରେ ରଖାଯାଇଛି । ସବୁ ରାଜନୈତିକ ଦଳଗୁଡିକ ଆପତିଜନକ ତଥା ହିସଂ ସୃଷ୍ଟି ଭଳି ମନ୍ତବ୍ୟ ନ ଦେବାକୁ କହିଛି ମୁମ୍ବାଇ ପୁଲିସ । ଏପଟେ ଉଦ୍ଧବ ଠାକରେ ଆଜି ପୁଣି ଥରେ କ୍ୟାବିନେଟ୍ ବୈଠକ କରିଛନ୍ତି । ବୈଠକ ପରେ ଉଦ୍ଧବ ଅଢେଇ ବର୍ଷ ସହ ତାଙ୍କ ସହ ଥିବା ସବୁ ମନ୍ତ୍ରୀ ଏବଂ ପ୍ରଶାସକମାନଙ୍କୁ ଧନ୍ୟବାବ ଜଣାଇଛନ୍ତି । ଏଥିସହ କ୍ୟାବିନେଟ୍ ବୈଠକରେ ଆଉରଙ୍ଗାବାଦ ଏବଂ ଓସମାନବାଦ ସହର ନାମ ପରିବର୍ତନ କରି ସାମ୍ବାଜୀ ନଗର ଏବଂ ଧରାଶିବ ରଖିଛନ୍ତି ।


ଆସନ୍ତାକାଲି ମହାରାଷ୍ଟ୍ର  ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାକୁ ଉଦ୍ଧବ ଠାକରେ ସରକାରଙ୍କୁ ନଦେ୍ର୍ଧଶ ଦେଇଛନ୍ତିି ମହାରାଷ୍ଟ୍ର ରାଜ୍ୟପାଳ । କିନ୍ତୁ ରାଜ୍ୟପାଳଙ୍କ ଏହି ନିଷ୍ପତିକୁ ବେଆଇନ ଦର୍ଶାଇ ସୁପ୍ରମିକୋର୍ଟ ଯାଇଛନ୍ତିି ଉଦ୍ଧବ ଠାକରେ । ଏପଟେ ୨୪ ଘଂଟାରେ ଦୁଇ ଥର କ୍ୟାବିନେଟ୍ ବୈଠକ କରି ଅଢେଇ ବର୍ଷ ମଧ୍ୟରେ ସହଯୋଗ କରିଥିବା ସବୁ ମନ୍ତ୍ରୀ ଏବଂ ପ୍ରଶାସକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଉଦ୍ଧବ । ଏପଟେ ଆସନ୍ତାକାଲି ବିଦ୍ରୋହୀ ବିଧାୟକମାନେ ମୁମ୍ବାଇ ଆସୁଥିବା ହାଇ ଆର୍ଲରେ ରହିଛି ମୁମ୍ବାଇ ପୁଲିସ । ତେବେ ଫ୍ଲୋ ଟେଷ୍ଟ ପୂର୍ବରୁ ଉଦ୍ଧବ ଇସ୍ତଫା ଦେଇପାରନ୍ତି ବୋଲି ସୂଚନା ମିଳିଛି ।

 

ମହାରାଷ୍ଟ୍ରର ରାଜନୈତିକ ସଙ୍କଟ ମଧ୍ୟରେ ଆସନ୍ତାକାଲି ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାକୁ ମହାବିକାଶ ଅଘାଡି ସରକାରଙ୍କୁ ନିଦେ୍ର୍ଧଶ ଦେଇଛନ୍ତି ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀ । ଗତକାଲି ବିଜେପି ନେତା ଦେବେନ୍ଦ୍ର ଫଡନବିସ୍ ରାଜ୍ୟପାଳଙ୍କୁ ଭେଟି ଉଦ୍ଧବ ସରକାର ସଂଖ୍ୟା ଗରିଷ୍ଠତା ହରାଇ୍ଥିôବା ଦାବି କରିବା ପରେ ଏଭଳି ନିଦେ୍ର୍ଧଶ ଦେଇଛନ୍ତି ରାଜ୍ୟପାଳ । କିନ୍ତୁ ରାଜ୍ୟପାଳଙ୍କ ଏହି ନିଷ୍ପତିକୁ ବେଆଇନ ଦର୍ଶାଇ ସୁପ୍ରମିକୋର୍ଟ ଯାଇଛନ୍ତିି ଉଦ୍ଧବ ଠାକରେ । ୧୬ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ଉପରେ ସେମାନେ କୌଣସି ପକ୍ଷ ରଖିନଥିବା ବେଳେ ରାଜ୍ୟପାଳଙ୍କ ଏଭଳି ନିଷ୍ପତିକୁ ବିରୋଧ କରିଛି ଶିବସେନା । ହେଲେ ସଂଖ୍ୟା ଗରିଷ୍ଠ୍ତା ପ୍ରମାଣ ସହ ପଦବୀ ରଦ୍ଧ ଉପରେ କୌଣସି ଲିଙ୍କ୍ ନାହିଁ ବୋଲି ବିଦ୍ରୋହୀ ବିଧାୟକଙ୍କ ନେତା ଏକନାଥ ସିନେ୍ଦଙ୍କ ଓକିଲ  ।

 

ଗୋହ୍ୱାଟୀର ପଂଚତାରକା ହୋଟେଲରେ ଥିବା ବିଦ୍ରୋହୀ ବିଧାୟକମାନେ ଆଜି ଆସାମର କାମାକ୍ଷାନଗର ମନ୍ଦିର ବୁଲିବା ପରେ ଚାଟାର୍ଡ ବିମାନରେ ଗୋଆ ଯାଇଛନ୍ତି । ସେଠାରୁ କାଲି ସୁଦ୍ଧା ସମସ୍ତ ବିଧାୟକ ମୁମ୍ବାଇ ଫେରିବେ ବୋଲି କହିଛନ୍ତି ଏକନାଥ ସିନେ୍ଦ । ତାଙ୍କ ପାଖରେ ସ୍ୱାଧୀନ ବିଧାୟକଙ୍କୁ ମିଶାଇ ୫୦ ବିଧାୟକଙ୍କ ସମର୍ଥନ ରହିଛି । ଯେଉଁଥିରେ ଶିବସେନାର ତିନି ଭାଗରୁ ଦୁଇ ଭାଗ ବିଧାୟକ ଥିବା ଦାବି କରିଛନ୍ତି ସିନେ୍ଦ । ଏପଟେ ଆଜି ପୁଣି କ୍ୟାବିନେଟ୍ ବୈଠକ ଡକାଇଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ୨୪ ଘଂଟାରେ ଏହା ହେଉଛି ଉଦ୍ଧବଙ୍କ ଦ୍ୱିତୀୟ କ୍ୟାବିନେଟ୍ ବୈଠକ । ବୈଠକରେ ସରକାର ବଂଚାଇବା ପାଇଁ ଶେଷ ପ୍ରୟାସ କରିପାରନ୍ତି ଉଦ୍ଧବ । ଅନ୍ୟପଟେ ଶିବସେନାର ବିଦ୍ରୋହୀ ବିଧାୟକଙ୍କ ସହ ମିଶି ସରକାର ଗଢିବାକୁ ପ୍ରସ୍ତୁତ ହେଉଥିବା ବିଜେପି ଆଜି ବିଧାୟକ ଦଳର ବୈଠକ ଡକାଇଛି ।


୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାକୁ ଉଦ୍ଧବ ଠାକରେଙ୍କୁ ୧୪୫ ବିଧାୟକଙ୍କ ସମର୍ଥନର ଆବଶ୍ୟକତା ରହିଛି । କଂଗ୍ରେସ, ଏନସିପି ଏବଂ ଶିବସେନାର ଏମଭିଏ ମେଂଟ ପାଖରେ ୧୫୨ ବିଧାୟକ ରହିଥିବା ବେଳେ ସେଥିରୁ ୪୦ ଜଣ ବିଦ୍ରୋହୀ ଅଛନ୍ତି । ତେଣୁ  ଉଦ୍ଧବ ସରକାର ଭାଙ୍ଗିବା ଏକପ୍ରକାୟ ନିଶ୍ଚିତ ବୋଲି କୁହାଯାଉଛି ।
 

Related News
satta king tw