Top Stories

Search here...

News

ଉପ ନିର୍ବାଚନରେ ଭଗୱନ୍ତ ମାନଙ୍କୁ ଝଟ୍କା; ନିଜ ଗଡ଼ ରଖିପାରିଲେନି ପଞ୍ଜାବ ମୁଖ୍ୟମନ୍ତ୍ରୀ

Posted On - 2 weeks ago
Edited By Team BbsrReporters
LAST UPDATED Jul 11, 2022 05:10 PM

 

ସେପଟେ ଉତରପ୍ରଦେଶର ଦୁଇଟି ଲୋକସଭା ଆସନରେ ଉପନିର୍ବାଚନ ହୋଇଥିବା ବେଳେ ବିଜେପି ପ୍ରାର୍ଥୀ ଦୁଇଟି ଆସନରେ ବିଜଚୟୀ ହୋଇଛନ୍ତି ।

 

BBSR Reporters


ଚଣ୍ଡିଗଡ଼: ଉପ ନିର୍ବାଚନରେ ଆମ ଆଦମୀ ପାର୍ଟି ନେତା ତଥା ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କୁ ଜବରଦସ୍ତ ଝଟ୍କା ଲାଗଛି । ନିଜ ଗଡ଼କୁ ବଂଚାଇ ପାରିନାହାଁନ୍ତି ।  ତାଙ୍କ ଲୋକସଭା ଆସନରେ ହୋଇଥିବା ଉପନିର୍ବାଚନରେ ଆପ୍ ପ୍ରାର୍ଥୀ ପରାଜିତ ହୋଇଛନ୍ତି । ରବିବାର ଆସିଥିବା ଫଳାଫଳରେ ଶିରୋମଣି ଅକାଳୀଦଳର ପ୍ରାର୍ଥୀ ସିମରଞ୍ଜିତ ସିଂହ ମାନ୍ ଶାସକ ଦଳର ପ୍ରାର୍ଥୀଙ୍କୁ ହରାଇ ବିଜୟ ଲାଭ କରିଛନ୍ତି । ସଙ୍ଗ୍ରର୍ରୁ ଆସନରେ ହୋଇଥିବା ଉପନିର୍ବାଚନରେ ସିମରଞ୍ଜିତ୍ ସିଂହ ମାନ୍ ଆପ ପ୍ରାର୍ଥୀ ଗୁରୁମେଲ ସିଂହଙ୍କୁ ୫,୮୦୦ ଭୋଟରେ ପରାସ୍ତ କରିଛନ୍ତି ।

 

୭୭ ବର୍ଷୀୟ ସିମରଞ୍ଜିତ ସିଂହ ଜଣେ ପୂର୍ବତନ ଏମପି ହୋଇଥିବା ବେଳେ ଶିରୋମଣି ଅକାଳୀ ଦଳର ଅମ୍ରୃତସର ସଭାପତି ଅଛନ୍ତି । ଏହି ନିର୍ବାଚନରେ କଂଗ୍ରେସ ପକ୍ଷରୁ ଦଲଭିର ସିଂ ଗୋଲଡି, ବିଜେପିରୁ କିୱାଲ ଡିଲନ୍ ଏବଂ ଅକାଳୀ ଦଳ ପକ୍ଷରୁ କୌର ରଜୋଅନା ପ୍ରତିଦ୍ୱନ୍ଦିତା କରୁଥିଲେ । ଆଜି ସକାଳେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଭୋଟ ଗଣତି ଆରମ୍ଭ ହୋଇଥିଲା । ଗତ ଜୁନ୍ ୨୩ରେ ହୋଇଥିବା ଉପନିର୍ବାଚନ ପାଇଁ ମଇଦାନକୁ ୧୬ ଜଣ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଥିଲେ । 

 

୨୦୧୯ ତୁଳନାରେ ଚଳିତ ଉପନିର୍ବାଚନରେ ଭୋଟ୍ ପ୍ରତିଶତ ଯଥେଷ୍ଟ ହ୍ରାସ ପାଇଥିଲା । ୨୦୧୯ରେ ସାଧାରଣ ନିର୍ବାଚନରେ ଏଠାରେ ୭୨.୪୪ ପ୍ରତିଶତ ଭୋଟ ହୋଇଥିବା ବେଳେ ଚଳିତ ଉପନିର୍ବାଚନରେ ୪୫.୩୦ ପ୍ରତିଶତ ଭୋଟ୍ ରେକର୍ଡ ହୋଇ ଥିଲା  । ଉକ୍ତ ନିର୍ବାଚନମଣ୍ଡଳୀରେ ୧୫.୬୯ ଲକ୍ଷ ଭୋଟର ମତଦାନ ପାଇଁ ଯୋଗ୍ୟ ହୋଇଛନ୍ତି  । ଭଗୱନ୍ତ ସିଂହ ମାନ୍ ବିଧାନସଭା ନିର୍ବାଚନରେ ଜିତି ମୁଖ୍ୟମନ୍ତ୍ରୀ ହେବା ପରେ ସେ ଏହି ଆସନରୁ ଇସ୍ତଫା ଦେଇଥିଲେ ।


ଫଳରେ ଏଠାରେ ଲୋକସଭା ଆସନ ପାଇଁ ଉପନିର୍ବାଚନ ହୋଇଥିଲା । ୨୦୧୪ରେ ଉକ୍ତ ଆସନଟି ଆପ୍ କବଜାକୁ ଆସିଥିଲା । ଏଠାରେ ଭଗୱନ୍ତ ମାନ୍ ବିଜୟ ଧ୍ୱାଜା ଉଡ଼ାଇଥିବା ବେଳେ୨୦୧୯ରେରେ ମଧ୍ୟ ବିଜୟଧାରାକୁ କାଏମ ରଖିଥିଲେ । 

 

ସେପଟେ ଉତରପ୍ରଦେଶର ଦୁଇଟି ଲୋକସଭା ଆସନରେ ଉପନିର୍ବାଚନ ହୋଇଥିବା ବେଳେ ବିଜେପି ପ୍ରାର୍ଥୀ ଦୁଇଟି ଆସନରେ ବିଜଚୟୀ ହୋଇଛନ୍ତି । ବିଜୟ ପରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ୨୦୨୪ ନିର୍ବାଚନ ପୂର୍ବରୁ ଏହା ଏକ ସଙ୍କେତ ।
 

Related News
satta king tw