Top Stories

Search here...

News

ଅଗଷ୍ଟ ୬ ତାରିଖରେ ହେବ ଉପ-ରାଷ୍ଟ୍ରପତି ନିର୍ବାଚନ; ଜୁଲା ୧୯ ସୁଦ୍ଧା ନାମାଙ୍କନ

Posted On - 2 minutes ago
Edited By Team BbsrReporters
LAST UPDATED Jun 29, 2022 08:44 PM

ଏନଡିଏ ପକ୍ଷରୁ ପୁଣି ଥରେ ଭେଙ୍କିୟା ନାୟୁଡଙ୍କୁ ଉପ-ରାଷ୍ଟ୍ରପତି କରିବାର ସମ୍ଭାବନା ରହିଛି ।

 

BBSR Reporters

 

ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ ୬ ତାରିଖରେ ହେବ ଉପ-ରାଷ୍ଟ୍ରପତି ନିର୍ବାଚନ । ଏନେଇ ଆଜି ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ୧୬ ତମ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆସନ୍ତା ଜୁଲାଇ ୫ ତାରିଖରେ ବିଦ୍ଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ ।

 

ନିର୍ବାଚନ ପାଇଁ ଜୁଲାଇ ୧୯ ତାରିଖ ସୁଦ୍ଧା ନାମାଙ୍କନ ଶେଷ ହେବ । ଜୁଲାଇ ୨୦ ସୁଦ୍ଧା ନାମାଙ୍କନ ପତ୍ର ଯାଂଚ ହେବ । ଜୁଲାଇ ୨୨ ତାରିଖ ସୁଦ୍ଧା ପ୍ରାର୍ଥୀ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ । ଏବଂ ଅଗଷ୍ଟ ୬ ତାରିଖରେ ନିର୍ବାଚନ ହେବ । ସକାଳ ୧୦ଟାରୁ ଅପରାହ୍ଣ ୫ ମଧ୍ୟରେ ଭୋଟ ଗ୍ରହଣ ହେବ । ଏବଂ ସେହିଦିନ ଭୋଟଗଣତି ହୋଇ ଫଳ ପ୍ରକାଶ କରାଯିବ ବୋଲି ସୂଚନା ମିଳିଛି ।

 

ବର୍ତମାନ ଉପ-ରାଷ୍ଟ୍ରପତି ଭେଙ୍କିୟା ନାୟୁଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୦ ତାରିଖରେ ଶେଷ ହେବାର ଥିବା ବେଳେ ଏହା ପୂର୍ବରୁ ନୂଆ ଉପ-ରାଷ୍ଟପ୍ରତି ନିର୍ବାଚିତ ହେବେ । ତେବେ ଏନଡିଏ ପକ୍ଷରୁ ପୁଣି ଥରେ ଭେଙ୍କିୟା ନାୟୁଡଙ୍କୁ ଉପ-ରାଷ୍ଟ୍ରପତି କରିବାର ସମ୍ଭାବନା ରହିଛି ।
 

Related News
satta king tw