Top Stories

Search here...

News

ସ୍ପାଇସଜେଟରେ ନିଆଁ: ଜରୁରୀ ଅବତରଣ କଲା ବିମାନ; ଅଳ୍ପକେ ବର୍ତିଲେ ୧୮୫ ଜଣ ଯାତ୍ରୀ

Posted On - 3 weeks ago
Edited By Jyotirmayee Patanaik
LAST UPDATED Jul 13, 2022 07:30 AM

ଟେକ୍ ଅଫ୍ ହେବାର କିଛି ମିନିଟ୍ ମଧ୍ୟରେ ଡେଣାରେ ନିଆଁ ଲାଗି ଯାଇଥିଲା । ବିମାନରେ ନିଆଁ ଲାଗିଥିବା ପ୍ରଥମେ ଲୋକେ ଦେଖିଥିଲେ ।

 

BBSR Reporters


ଭୁବନେଶ୍ୱର: ସ୍ପାଇସ୍ଜେଟ୍ରେ ନିଆଁ । ଜରୁରୀ ଅବତରଣ କଲା ବିମାନ । ଅଳ୍ପକେ ବର୍ତିଲେ ୧୮୫ ଜଣ ଯାତ୍ରୀ । ବିହାର ପାଟନାରେ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତି ଯାଇଛନ୍ତି ଯାତ୍ରୀ । ଦିଲ୍ଲୀ ଯାଉଥିବା ବିମାନଟି ପାଟନା ଏୟାରପୋର୍ଟରେ ଜରୁରୀ ବିତରଣ କରିଥିଲା । ଏହି ବିମାନଟି ପାଟନା ଜୟପ୍ରକାଶ ଇଂଟରନେସନାଲ ଏୟାରପୋର୍ଟରୁ ଦିନ ୧୨ଟା ୧୦ରେ ଉଡାଣ ଭରିଥିଲା । ଟେକ୍ ଅଫ୍ ହେବାର କିଛି ମିନିଟ୍ ମଧ୍ୟରେ ଡେଣାରେ ନିଆଁ ଲାଗି ଯାଇଥିଲା ।

 

ବିମାନରେ ନିଆଁ ଲାଗିଥିବା ପ୍ରଥମେ ଲୋକେ ଦେଖିଥିଲେ । ଏହା ପରେ ତୁରନ୍ତ ଘଟଣା ସଂପର୍କରେ ପୋଲିସକୁ ଖବର ଦେଇଥିଲେ । ପାଟନା ଏୟାରପୋର୍ଟକୁ ଏନେଇ ସୂଚନା ଦିଆଯିବା ପରେ ବିମାନକୁ ଫେରାଇ ଅଣାଯାଇଥିଲା । ଡିଜିସିଏର ସୂଚନା ଅନୁସାରେ ବିମାନରେ ଏକ ପକ୍ଷୀ ମାଡ ହୋଇଥିଲା । ଏହା ପରେ ବିମାନର ଗୋଟିଏ ଇଂଜିନ୍ ବନ୍ଦ ହୋଇଥିଲା । ଫଳରେ ବିମାନର ଜରୁରୀ ଅବତରଣ କରାଯାଇଥିଲା ।

Related News
satta king tw