Top Stories

Search here...

News

ବିଜେପି ପ୍ରାର୍ଥୀଙ୍କ ନୋମିନି ବିଜେଡି: ଦ୍ରୌପଦୀ ମୁର୍ମୁ ନାମାଙ୍କନ ପତ୍ର ଭରିଲେ ଦୁଇ କ୍ୟାବିନେଟ୍ ମନ୍ତ୍ରୀ

Posted On - 6 days ago
Edited By Prabir Kumar
LAST UPDATED Jun 30, 2022 05:53 AM

ଉଭୟ ବିଜେପି ଓ ବିଜେଡି ରାଷ୍ଟ୍ରପତି ରେସ୍ରେ ସାମିଲ ହୋଇଥିବା ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବେ ବୋଲି ଖୋଲାଖୋଲି କହି ସାରିଥିବା ବେଳେ କଂଗ୍ରେସ ବିରୋଧୀ ପ୍ରାର୍ଥୀ ଯଶୱନ ସିହ୍ନାଙ୍କୁ ଭୋଟ ଦେବ ବୋଲି ନିଷ୍ପତି ନେଇଛି ।

 

BBSR Reporters

 

ଭୁବନେଶ୍ୱର: ଆସନ୍ତାକାଲି ନାମାଙ୍କନ ଦାଖଲ କରିବେ ଦ୍ରୌପଦୀ ମୁର୍ମୁ । ଏହି ସମୟରେ ବିଜେଡିର ୨ କ୍ୟାବିନେଟ ମନ୍ତ୍ରୀ ଉପସ୍ଥିତ ରହିବେ । ବିଜେଡି ତରଫରୁ ମନ୍ତ୍ରୀ ଜଗନ୍ନାଥ ସାରକା ଓ ମନ୍ତ୍ରୀ ଟୁକୁନି ସାହୁ ଆସନ୍ତାକାଲି ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନ ଦାଖଲ ବେଳେ ଉପସ୍ଥିତ ରହିବେ ବୋଲି ଟ୍ୱିଟ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 

 

ଆଜି ଉଭୟ ମନ୍ତ୍ରୀ ନୂଆଦିଲ୍ଲୀ ଗସ୍ତ କରିଛନ୍ତି । ସେମାନେ ଆଜି ନାମାଙ୍କନ ପତ୍ରରେ ସ୍ୱାକ୍ଷର କରିବା ସହ ଆସନ୍ତାକାଲି ଦିଲ୍ଲୀରେ ଉପସ୍ଥିତ ରହିବେ । ଏ ସମ୍ପର୍କରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ତାଙ୍କ ସହ କଥା ହୋଇଥିବା ନବୀନ  ଟୁଇଟ କରି କହିଛନ୍ତି ।

 

ଆସନ୍ତାକାଲି ଦ୍ରୌପଦୀ ମୁର୍ମୁ ନାମାଙ୍କନ ଦାଖଲ ବେଳେ ଓଡ଼ିଶା ବିଜେପିର ୧୦ ଜଣ ପ୍ରତିନିଧି ଯୋଗ ଦେବେ । ଜଗନ୍ନାଥ ମିଶ୍ର, ମୋହନ ମାଝି ପ୍ରମୁଖଙ୍କ ସମେତ ବିଜେପିର ଏକ ୧୦ ଜଣିଆ ଟିମ୍ ଆଜି ଦିଲ୍ଲୀ ଯିବେ । ଉଭୟ ବିଜେପି ଓ ବିଜେଡି ରାଷ୍ଟ୍ରପତି ରେସ୍ରେ ସାମିଲ ହୋଇଥିବା ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବେ ବୋଲି ଖୋଲାଖୋଲି କହି ସାରିଥିବା ବେଳେ କଂଗ୍ରେସ ବିରୋଧୀ ପ୍ରାର୍ଥୀ ଯଶୱନ ସିହ୍ନାଙ୍କୁ ଭୋଟ ଦେବ ବୋଲି ନିଷ୍ପତି ନେଇଛି । ଯଦିଓ ଏହା କଂଗ୍ରେସ ବିଧାୟକଙ୍କ ବ୍ୟକ୍ତିଗତ ନିଷ୍ପତି ହୋଇନପାରେ କିନ୍ତୁ ଦଳ ଚାପରେ ଏଭଳି ନିଷ୍ପତି ନେଇଥିବା କୁହାଯାଉଛି । 

 

ସୂଚନାଯୋଗ୍ୟ, ଏନ୍ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଟ୍ୱିଟ୍ କରି ଅପିଲ କରିଥିଲେ । ଦଳମତ ନିର୍ବିଶେଷରେ ସମସ୍ତ ବିଧାୟକ ସର୍ବସମ୍ମତି କ୍ରମେ ଶ୍ରୀମତୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ସେ କହିଛନ୍ତି । ଏଥିସହ ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଦେଶର ସର୍ବୋଚ୍ଚ ପଦବୀ ପାଇଁ ସମର୍ଥନ କରିବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ।


 

Related News
satta king tw