Top Stories

Search here...

News

ଉଗ୍ର ରୂପ ନେଉଛି ନୂପୁରଙ୍କ ବୟାନକୁ ନେଇ ଉଠିଥିବା ବିବାଦ; ଝାରଖଣ୍ଡ, ପଶ୍ଚିମବଙ୍ଗରେ କର୍ଫୁ୍ୟ, ଦୁଇ ମୃତ, ବହୁ ଆହତ

Posted On - 2 weeks ago
Edited By Jyotirmayee Patanaik
LAST UPDATED Jun 30, 2022 12:44 PM

ନମାଜ ପାଠ କରିବା ପରେ ମୁସଲିମ ସମ୍ପ୍ରଦାୟମାନେ ବିକ୍ଷୋଭ ଆରମ୍ଭ କରିଥିଲେ  । ଯାହା କ୍ରମଶ ଉଗ୍ର ରୂପ ନେଇ ବଡ ଧରଣର ଉତେଜନାପୂର୍ଣ୍ଣ ସ୍ଥିତି ସୃଷ୍ଟି କରିଛି ।

 

BBSR Reporters


ଭୁବନେଶ୍ୱର: ବିଜେପିର ନିଲମ୍ବିତ ନେତ୍ରୀ ନୂପୁର ଶର୍ମାଙ୍କ ବିବାଦୀୟ ବୟାନକୁ ନେଇ ଉଠିଥିବା ବିବାଦ ଉଗ୍ର ରୂପ ଧାରଣ କରିଛି । ଝାରଖଣ୍ଡର ରାଂଚିରେ ବିକ୍ଷୋଭ ବେଳେ ଦୁଇ ଜଣ ବ୍ୟକ୍ତିଙ୍କ ମୃତୁ୍ୟ ହୋଇଥିବା ବେଳେ ୧୦ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି । ପୋଲିସ ଏବଂ ବିକ୍ଷୋଭକାରୀଙ୍କ ମଧ୍ୟରେ ମାରପିଟ୍ ବେଳେ ଏହି ଦୁଇ ଜଣ ବ୍ୟକ୍ତିଙ୍କ ମୃତୁ୍ୟ ହୋଇଥିବା ସୂଚନା ମିଳିଛି ।

 

ଗତକାଲି ପୋଲିସ ଏବଂ ବିକ୍ଷୋଭକାରୀ ମୁହାଁମୁହିଁ ହେବା ପରେ  ଝାରଖଣ୍ଡର ରାଜଧାନୀରେ ବିଭିନ୍ନ ସ୍ଥାନରେ କର୍ଫୁ୍ୟ ଲାଗୁ କରାଯାଇଛି । ମହାପୁରରୁଷ ମହମଦଙ୍କ ବିରୋଧରେ ଦେଇଥିବା ବିବାଦୀୟ ବୟାନ ଦେଇଥିବା ନୂପୁର ଶର୍ମାଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ବିକ୍ଷୋଭକାରୀ । ପଶ୍ଚିମ, ଉତର ଭାରତରେ ପ୍ରବଳ ବିରୋଧ ଦେଖିବାକୁ ମିଳିଥିଲା । ପଶ୍ଚିମବଙ୍ଗରେ ହାଉଡା ଆଦି ସ୍ଥାନରେ ଆଜିି କର୍ଫୁ୍ୟ ଲାଗୁକରାଯାଇଛି । ନମାଜ ପାଠ କରିବା ପରେ ମୁସଲିମ ସମ୍ପ୍ରଦାୟମାନେ ବିକ୍ଷୋଭ ଆରମ୍ଭ କରିଥିଲେ  । ଯାହା କ୍ରମଶ ଉଗ୍ର ରୂପ ନେଇ ବଡ ଧରଣର ଉତେଜନାପୂର୍ଣ୍ଣ ସ୍ଥିତି ସୃଷ୍ଟି କରିଛି ।
 

Related News
satta king tw