Top Stories

Search here...

News

ଅପରାଜିତ ଶତକ ମାରିଲେ ପନ୍ତ; ଦଷିଣ ଆଫି୍ରକା ସମ୍ମୁଖରେ ୨୧୨ ରନର ବିଜୟ ଲକ୍ଷ୍ୟ

Posted On - 5 days ago
Edited By Prabir Kumar
LAST UPDATED Jan 19, 2022 04:59 AM

ଦଷିଣ ଆଫ୍ରିକା ୪୪ ରନରେ ଗୋଟିଏ ଉଇକେଟ୍ ହରାଇଥିବା ବେଳେ ଜିତିବା ପାଇଁ ୧୬୮ ରନ ଆବଶ୍ୟକ କରୁଛି । 

 

BBSR Reporters

 

କେପ୍ ଟାଉନ୍: କେପ୍ ଟାଉନ୍ରେ ଚାଲିଥିବା ଟେଷ୍ଟ ମାଚରେ  ଦକ୍ଷିଣ ଆଫି୍ରକା ବିରୋଧରେ ଜବରଦସ୍ତ ଅପରାଜିତ ଶତକ ମାରିଛନ୍ତି ଟିମ୍ ଇଣ୍ଡିଆର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ । ପନ୍ତଙ୍କ ଶତକ ବଳରେ ଭାରତ ଦ୍ୱିତୀୟ ଇନିଂସରେ ୧୯୮ ରନ୍ କରି ଅଲଆଉଟ୍ ହୋଇଛି । ଏଥିସହ ଦକ୍ଷିଣ ଆଫ୍ରିକା ଆଗରେ ୨୧୨ ରନର ଟାର୍ଗେଟ୍ ଧାର୍ଯ୍ୟ କରିଛି ଭାରତ । ଖବର ଲେଖା ହେବା ପର୍ଯ୍ୟନ୍ତ ଦଷିଣ ଆଫ୍ରିକା ୪୪ ରନରେ ଗୋଟିଏ ଉଇକେଟ୍ ହରାଇଛି ।

 


ଭାରତ ପକ୍ଷରୁ ପନ୍ତ ମାତ୍ର ୧୩୯ ବଲରେ ୬ ଚୌକା ଓ ୪ ଛକା ସହ ଅପରାଜିତ ୧୦୦ ରନ୍ କରିଛନ୍ତି । ତେବେ ପନ୍ତଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ଇନିଂସ୍ ଖେଳିପାରିନାହାନ୍ତି । ପ୍ରଥମ ଇନିଂସରେ ୧୩ ରନର ଅଗ୍ରଣୀ ହାସଲ କରିଥିବା ଭାରତ ଦ୍ୱିତୀୟ ପାଳିରେ ମଧ୍ୟ ନୈରାଶ୍ୟଜନକ ବ୍ୟାଟିଂ କରିଥିଲା । ପ୍ରଥମ ଇନିଂସରେ ୭୯ ରନର ଇନିଂସ୍ ଖେଳିଥିବା କ୍ୟାପଟେନ୍ ବିରାଟ୍ କୋହଲି ଧୀମା ବ୍ୟାଟିଂ କରି ମାତ୍ର ୨୯ ରନରେ ପ୍ୟାଭିଲିୟନ୍ ଫେରିଥିଲେ । ତାଙ୍କୁ ଲୁଙ୍ଗି ଏନଗିଡି ଆଉଟ୍ କରିଥିଲେ । ପୂର୍ବଦିନର ଅପରାଜିତ ବ୍ୟାଟ୍ସମ୍ୟାନ୍ ଚେତେଶ୍ୱର ପୂଜାରା (୯) ଓ ଆଉଟ୍ ଅଫ୍ ଫର୍ମ ଅଜିଙ୍କ୍ୟ ରାହାଣେ (୧) ପୁଣି ଫେଲ୍ ମାରିଥିଲେ ।

 

ପନ୍ତ ଏକାକୀ ଭାରତ ପାଇଁ ଲଢ଼ିଥିବା ବେଳେ ତାଙ୍କୁ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ସହଯୋଗ କରିନଥିଲେ । ପନ୍ତ ୧୩୩ ବଲରେ ନିଜର ଚତୁର୍ଥ ଟେଷ୍ଟ ଶତକ ପୂରଣ କରିଥିଲେ । ଦକ୍ଷିଣ ଆଫ୍ରିକାରେ ଏହା ତାଙ୍କର ପ୍ରଥମ ଶତକ । ଅନ୍ୟମାନଙ୍କ ମଧ୍ୟରେ ରବିଚନ୍ଦ୍ରନ୍ ଅଶ୍ୱିନ୍ (୭), ଶାର୍ଦ୍ଧୁଲ ଠାକୁର (୫), ଉମେଶ ଯାଦବ (୦), ମହମ୍ମଦ ଶାମି (୦), ଯଶପ୍ରୀତ ବୁମ୍ରା (୨) ନିରାଶ କରିଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ମାର୍କୋ ଜାନସେନ୍ ୪ଟି ୱିକେଟ୍ ନେଇଥିବା ବେଳେ କାଗିସୋ ରବାଡା ଓ ଏନଗିଡି ୩ଟି ଲେଖାଏ ୱିକେଟ୍ ହାସଲ କରିଥିଲେ ।
 

Related News
satta king tw