Top Stories

Search here...

News

ଗୌହାଟି-ବିକାନେର ଏକ୍ସପ୍ରେସ ଦୁର୍ଘଟଣାରେ ୯ ମୃତ ଘଟଣାସ୍ଥଳ ବୁଲିଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

Posted On - 4 days ago
Edited By Prabir Kumar
LAST UPDATED Jan 18, 2022 08:48 PM

ରେଳ ଇଞ୍ଜିନରେ ହଠାତ୍ କୌଣସି ତୃଟି ହେବାରୁ ଏହି ଦୁର୍ଘଟଣା ଘଟିଥିବା ନେଇ ପ୍ରାଥମିକ ରିପୋର୍ଟରୁ ଜଣାପଡିଛି । 

 

BBSR Reporters

 

କୋତକାତା: ଗୌହାଟି-ବିକାନେର ଏକ୍ସପ୍ରେସ ଦୁର୍ଘଟଣାସ୍ଥଳ ବୁଲିଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଦୁର୍ଘଟଣା ନେଇ ମନ୍ତ୍ରୀ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଦୁର୍ଘଟଣାରେ ବର୍ତମାନ ସୁଦ୍ଧା ୯ ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ୪୫ ଜଣ ଆହତ ହୋଇଛନ୍ତି । ଟ୍ରେନ୍ ଦୁର୍ଘଟଣା କିପରି ହେଲା ତାର ଉଚ୍ଚସ୍ତରୀୟ ତଦନ୍ତ କରାଯିବ । ପଶ୍ଚିମବଙ୍ଗର ଜଲପାଇଗୁଡିର ନୁ୍ୟ ଦୋମୋହାନି ରେଲୱେ ଷ୍ଟେସନ ନିକଟରେ ଗୁରୁବାର ସଂଧ୍ୟା ୫ଟା ସମୟରେ ଏହି ଦୁର୍ଘଟଣା ହୋଇଥିଲା ।

 

କୋଚ ଗୁଡିକ ଲାଇନଚୁ୍ୟତ ହେବାରୁ ଦୁର୍ଘଟଣା ଘଟିଥିଲା । ୧୨ଟି ବଗି ଲାଇନଚୁ୍ୟତ ହୋଇଥିବା ଜଣାପଡ଼ିଛି । ରେଳ ଇଞ୍ଜିନରେ ହଠାତ୍ କୌଣସି ତୃଟି ହେବାରୁ ଏହି ଦୁର୍ଘଟଣା ଘଟିଥିବା ନେଇ ପ୍ରାଥମିକ ରିପୋର୍ଟରୁ ଜଣାପଡିଛି । ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଏବଂ ଗୁରୁତର ଆହତ ହୋଇଥିବା ଯାତ୍ରୀଙ୍କୁ ଏକ ଲକ୍ଷ ଟଙ୍କା, ସାମାନ୍ୟ ଆହତଙ୍କୁ ୨୫ ହଜାର ଟଙ୍କା ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି ରେଳମନ୍ତ୍ରୀ ।
 

Related News
satta king tw