Top Stories

Search here...

News

ଏହି ତିନି ଖେଳାଳୀଙ୍କ ମଧ୍ୟରୁ ଜଣଙ୍କୁ ମିଳିପାରେ ଅଧିନାୟକ ପଦବୀ

Posted On - 4 months ago
Edited By Prabir Kumar
LAST UPDATED May 27, 2022 12:06 AM

ଆଜିଙ୍କ୍ୟ ରାହଣେ ଭଲ ଫର୍ମରେ ନଥିବାରୁ ତାଙ୍କୁ ଅଧିନାୟକ କରାନଯାଇପାରେ ।

 

BBSR Reporters

 

ନୂଆଦିଲ୍ଲୀ: ବିରାଟ କୋହଲୀ ଟେଷ୍ଟ ଅଧିନାୟକ ପଦ ଛାଡିବା ପରେ ଏବେ କିଏ ହେବେ ପରବର୍ତୀ ଅଧିନାୟକ । ତାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ପଦ ପାଇଁ ଏବେ ତିନି ଜଣଙ୍କ ନାଁ ସାମ୍ନାକୁ ଆସୁଛି । ରୋହିତ ଶର୍ମା, କେ. ଏଲ୍ ରାହୁଲ ଓ ଋଷଭ ପନ୍ତ । ବରିଷ୍ଠ କ୍ରିକେଟର ଓ କ୍ରୀଡ଼ା ପ୍ରେମୀଙ୍କ ମତରେ ରୋହିତ ଶର୍ମାଙ୍କୁ ଟେଷ୍ଟ ଅଧିନାୟକ କରିବା ଆବଶ୍ୟକ । କିନ୍ତୁ ବିସିସିଆଇ ରୋହିତଙ୍କୁ ଅଧିନାୟକ କରିବା ମୁଡ୍ରେ ନଥିବା ଜଣାପଡ଼ିଛି ।

 

ଯଦି ବିସିସିଆଇ ତିନିଟି ଫର୍ମାଟ୍ ପାଇଁ ଜଣେ ଅଧିନାୟକ ରଖିବାକୁ ଚାହେଁ, ତେବେ ରୋହିତ ଶର୍ମାଙ୍କୁ ଏହି ପଦ ମିଳିପାରେ । ରୋହିତ ଶର୍ମା ଦିନିକିଆ ଓ ଟି-୨୦ରେ ଅଧିନାୟକ ଅଛନ୍ତି । ରୋହିତଙ୍କ ପରେ ରାହୁଲ ନାଁ ଚର୍ଚ୍ଚାରେ ରହିଛି । ରୋହିତ ଅଧିନାୟକ ନହେଲେ ସବୁଠୁ ଆଗରେ ରହିବ କେ. ଏଲ୍. ରାହୁଲଙ୍କ ନାଁ । ଏବେ ରାହୁଲ ଭଲ ଫର୍ମରେ ଅଛନ୍ତି । ଟେଷ୍ଟ ଦଳର ଉପ ଅଧିନାୟକ ମଧ୍ୟ ଅଛନ୍ତି ରାହୁଲ । ଗତ ଦକ୍ଷିଣ ଆଫ୍ରିକା ସରିଜ୍ର ଗୋଟିଏ ମ୍ୟାଚ୍ରେ ଅଧିନାୟକ ହୋଇଥିଲେ ରାହୁଲ । କୋହଲୀ ଆହତ ଥିବାରୁ ରାହୁଲଙ୍କ ଅଧିନାୟକ ଦାୟିତ୍ୱ ମିଳିଥିଲା ।

 

ରାହୁଲଙ୍କ ପରେ ତୃତୀୟ ଖେଳାଳି ଭାବେ ଋଷଭ ପନ୍ତଙ୍କ ନାଁ ଚର୍ଚ୍ଚାରେ ରହିଛି । ମାତ୍ର ୨୪ ବର୍ଷୀୟ ଖେଳାଳି ହେଉଛନ୍ତି ଋଷଭ ପନ୍ତ । ସବୁ ଫର୍ମାଟ୍ରେ ଚୂଡାନ୍ତ ଏକାଦଶରେ ନିଜର ସ୍ଥାନ ପକ୍କା କରୁଛନ୍ତି । ଜଣେ ଭଲ ୱିକେଟ୍ କିପରି ଭାବେ ନିଜର ଦକ୍ଷତା ଦେଖାଉଛନ୍ତି । ଭଲ ଫର୍ମରେ ମଧ୍ୟ ରହିଛନ୍ତି ପନ୍ତ । ତେଣୁ ତାଙ୍କୁ ମଧ୍ୟ ଏହି ପଦ ମିଳିବା ସମ୍ଭାବନା ରହିଛି । ଆଜିଙ୍କ୍ୟ ରାହଣେ ଭଲ ଫର୍ମରେ ନଥିବାରୁ ତାଙ୍କୁ ଅଧିନାୟକ କରାନଯାଇପାରେ ।
 

Related News
satta king tw