Top Stories

Search here...

News

ଜମ୍ମୁକାଶ୍ମୀର ପୋଲିସ ଏସଆଇ ବାବୁ ରାମଙ୍କୁ ମରଣୋତର ଅଶୋକ ଚକ୍ର

Posted On - 1 day ago
Edited By Team BbsrReporters
LAST UPDATED Jan 27, 2022 07:16 PM

ପରମ୍ପରା ଅନୁସାରେ ରାଷ୍ଟ୍ରୀୟ ସଂଗୀତ ପରେ ପତାକା ଉତୋଳନ କରିଥିଲେ ରାଷ୍ଟ୍ରପତି । ଏହା ପରେ ୨୧ ତୋପ ସଲାମୀ ଦିଆଯାଇଥିଲା ।

 

BBSR Reporters


ଦେଶ ପାଳୁଛି ୭୩ ତମ ସାଧାରଣତନ୍ତ୍ର ଦିବସ । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଆୟୋଜିତ ହୋଇଛି ଜାତୀୟସ୍ତରୀୟ ସମାରୋହ । ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପରମ୍ପରା ଅନୁସାରେ ରାଷ୍ଟ୍ରୀୟ ସଂଗୀତ ପରେ ପତାକା ଉତୋଳନ କରିଥିଲେ ରାଷ୍ଟ୍ରପତି । ଏହା ପରେ ୨୧ ତୋପ ସଲାମୀ ଦିଆଯାଇଥିଲା । ଜମ୍ମୁକାଶ୍ମୀର ପୋଲିସ ଏସଆଇ ବାବୁ ରାମଙ୍କୁ ମରଣୋତର ଅଶୋକ ଚକ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା ।

 

ଶ୍ରୀନଗରରେ ଆତଙ୍କବାଦୀଙ୍କ ବିରୋଧରେ ଅନରେସନ୍ରେ ବାବୁ ରାମଙ୍କ ମୃତୁ୍ୟ ହୋଇଥିଲା । ତିନି ଜଣ ଆତଙ୍କବାଦୀଙ୍କ ମାରି ସହିଦ ହୋଇଯାଇଥିଲେ ବାବୁ ରାମ । ଏହା ପରେ ଆରମ୍ଭ ହୋଇଥିଲା ସମ୍ମିଳିତ ପରେଡ୍ । ତିନି ସେନା ସମେତ ଅର୍ଦ୍ଧସାମରିକ ବଳର ସ୍ୱତନ୍ତ୍ର ଟ୍ରୁଫ୍ ମିଳିତ ପରେଡ୍ରେ ଅଂଶଗ୍ରହଣ କରିଥିଲେ । କୋଭିଡ୍ କଟକଣା ଯୋଗୁ ଏଥର ପରେଡ୍କୁ ସୀମିତ ରଖାଯାଇଥିଲା । ୧୨ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ହୋଇଛି । ଚଳିତ ବର୍ଷ ସ୍ୱାଧୀନତାର ୭୫ ବର୍ଷ ପୂର୍ତି ପାଳନ ହେଉଥିବାରୁ ଏଥର ଗଣତନ୍ତ୍ର ଦିବସର ଥିମ୍ ରହିଛି ୭୫ ବର୍ଷରେ ଭାରତ ।
 

Related News
satta king tw