Top Stories

Search here...

News

ଆଉ ନାହାନ୍ତି ବୌଦ୍ଧ ଧର୍ମର ଗୁରୁ ପରିଚିତ ଥିଚ ନାଥ ହାନ

Posted On - 7 minutes ago
Edited By Team BbsrReporters
LAST UPDATED Jan 22, 2022 04:30 PM

୧୯୬୦ରେ ଭିଏତନାମ ଯୁଦ୍ଧ ବିରୋଧରେ ଅଭିଯାନ ଆରମ୍ଭ କରି ଲୋକଲୋଚନକୁ ଆସିଥିବା ଥିଚ ନାଥ ହାନଙ୍କ ଆଜି ଦେହାନ୍ତ ହୋଇଛି।

 

BBSR Reporters

 

ଭିଏତନାମ: ଆଉ ନାହାନ୍ତି ବୌଦ୍ଧ ଧର୍ମର ଗୁରୁ ପରିଚିତ ଥିଚ ନାଥ ହାନ । ମୃତ୍ୟୁବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା। ଭିଏତନାମର ଯେଉଁ ଧର୍ମାନୁଷ୍ଠାନରେ ସେ ନିଜ ଯାତ୍ରା ଆରମ୍ଭ କରିଥିଲେ, ଆଜି ସେହି ସ୍ଥାନରେ ତାଙ୍କର ପରଲୋକ ଘଟିଛି। ୧୯୬୦ରେ ଭିଏତନାମ ଯୁଦ୍ଧ ବିରୋଧରେ ଅଭିଯାନ ଆରମ୍ଭ କରି ଲୋକଲୋଚନକୁ ଆସିଥିବା ଥିଚ ନାଥ ହାନଙ୍କ ଆଜି ଦେହାନ୍ତ ହୋଇଛି। ଥିଚ ନାଥ ହାନଙ୍କ ଟ୍ୱିଟ ଆକାଉଣ୍ଟରେ ତାଙ୍କ ଅନୁଗାମୀମାନେ କହିଛନ୍ତି ଯେ “ବୌଦ୍ଧ ଧର୍ମରେ ବିଶ୍ୱାସ ରଖୁଥିବା ଅନ୍ତର୍ଜାତୀୟ ପ୍ଲୁମ ଗାଁ ସଂପ୍ରଦାୟ ଘୋଷଣା କରିବାକୁ ଚାହୁଁଛନ୍ତି ଯେ ଆମର ଅତିପ୍ରିୟ ମାର୍ଗଦର୍ଶକ ଥିଚ ନାଥ ହାନ ଆଜି ଦେହାନ୍ତ ହୋଇଛି। ଭିଏତନାମର ହୁଇରେ ଥିବା ତୁ ହିଇଉ ମନ୍ଦିରରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା।”

 

ଦୀର୍ଘ ଦଶନ୍ଧି ଧରି ନିଜର କାମ ଓ ନୀତି କଥା ପାଇଁ ଥିଚ ନାଥ ହାନ ସମସ୍ତଙ୍କ ପାଖରେ ପରିଚିତ ହୋଇପାରିଥିଲେ। ବିଶ୍ୱର ପଶ୍ଚିମପ୍ରାନ୍ତରେ ମାନବିକତା ଓ ମାନସିକ ଶାନ୍ତି ସମ୍ପର୍କରେ ସେ ପ୍ରଚାର କରୁଥିଲେ। ହାନ ତାଙ୍କ ଜୀବନର ଅଧିକାଂଶ ସମୟ ପ୍ଲମ୍ ଗାଁରେ ବିତାଇଥିଲେ। ଏଠାରେ ସେ ଏକ ରିଟ୍ରିଟ କେନ୍ଦ୍ର ପ୍ରତିଷ୍ଠା କରିଥିଲେ। ସେ ତାଙ୍କ ଅନୁଗାମୀମାନଙ୍କ ମଧ୍ୟରେ ଥାଇ ଭାବରେ ଜଣାଶୁଣା।

 

ସାତୋଟି ଭାଷା କହିପାରୁଥିବା ହାନ ୧୯୬୩ ମସିହାରେ ଆମେରିକା-ଭିଏତନାମ ଯୁଦ୍ଧ ବିରୋଧରେ ଚାଲିଥିବା ଅଭିଯାନରେ ଯୋଗଦେବାକୁ ଭିଏତନାମ ଆସିଥିଲେ। ୧୯୬୪ ମସିହାରେ ହାନ୍ ଯୁଦ୍ଧ ବିରୋଧୀ କାର୍ଯ୍ୟରେ ଜଡ଼ିତ ହେଲେ ଓ ଅର୍ଡର ଅଫ୍ ଇଣ୍ଟର-ୱିଙ୍ଗର ପ୍ରତିଷ୍ଠା କରିଥିଲେ। ଏହି ୱିଙ୍ଗ ଅହିଂସା, ମାଇଣ୍ଡଫୁଲନେସ ଓ ସାମାଜିକ କାର୍ଯ୍ୟରେ ନିଜକୁ ସାମିଲ କରିଥିଲା। ବୌଦ୍ଧ ଧର୍ମକୁ ବିଶ୍ୱାସ କରି ହାନ ଶାନ୍ତିର ପ୍ରଚାର କରିଥିଲେ।

 

୧୯୨୬ ମସିହାରେ ନଗୁଏନ୍ ଜୁଆନ୍ ବାଓ ଭାବରେ ଜନ୍ମଗ୍ରହଣ କରିଥିବା ହାନ୍ ମାତ୍ର ୧୬ ବର୍ଷ ବୟସରେ ସଂସାରର ମୋହମାୟା ଛାଡ଼ି ଧର୍ମ ପ୍ରଚାର ରାସ୍ତାରେ ଚାଲି ଯାଇଥିଲେ। ସେ ସାରା ଜୀବନ ଶାନ୍ତି ପ୍ରତିଷ୍ଠା ପାଇଁ କାମ କରୁଥିଲେ। ୧୯୬୧ ମସିହାରେ ସେ ଅଧିକ ଶିକ୍ଷା ଲାଭ କରିବାକୁ ଆମେରିକା ଯାଇଥିଲେ। ସେ ପ୍ରିନ୍ସଟନ୍ ଓ କଲୋମ୍ବିଆ ବିଶ୍ୱବିଦ୍ୟାଳୟରେ ବି କିଛି ସମୟ ପାଇଁ ତୁଳନାତ୍ମକ ଧର୍ମ ସମ୍ପର୍କରେ ଶିକ୍ଷାଦାନ କରିଥିଲେ।

 

୧୯୬୬ ମସିହାରେ ସେ ଆମେରିକାର ନାଗରିକ ଅଧିକାର କାର୍ଯ୍ୟକର୍ତ୍ତା ମାର୍ଟିନ୍ ଲୁଥର୍ କିଙ୍ଗ ଜୁନିୟରଙ୍କୁ ଭେଟିଥିଲେ। ଆମେରିକା ଓ ଭିଏତନାମ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ପ୍ରଶମିତ କରିବା ପାଇଁ ହାନ ଏମିତି କିଛି କାମ କରିଥିଲେ ଯେ ଯାହା ପାଇଁ ତାଙ୍କୁ ନୋବେଲ ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା। ୨୦୧୪ରେ ସେ ଷ୍ଟ୍ରୋକର ଶିକାର ହୋଇଥିଲେ। ଫଳରେ ସେ ଆଉ କଥା କହି ପାରି ନଥିଲେ। ଏହାପରେ ସେ ଭିଏତନାମରେ ନିଜ ଶେଷ ସମୟ କାଟିବାକୁ ଚାଲି ଆସିଥିଲେ।

Related News
satta king tw