Top Stories

Search here...

News

ସରକାରଙ୍କ ଚାପରେ କାମ କରୁଛି ସୋସିଆଲ ମିଡିଆ ଆପ୍ ଟ୍ୱିଟର: ରାହୁଲ ଗାନ୍ଧୀ

Posted On - 6 minutes ago
Edited By Prabir Kumar
LAST UPDATED Jan 27, 2022 07:13 PM

ରାହୁଲ ଦର୍ଶାଇଛନ୍ତି ଯେ, ପ୍ରତି ମାସରେ ସେ ୨ ଲକ୍ଷ ୩୦ ହଜାର ହାରରେ ନୂଆ ଫଲୋଅର୍ସ ପାଉଥିଲେ । କିଛି ମାସରେ ତାଙ୍କ ଫଲୋଅର୍ସଙ୍କ ସଂଖ୍ୟା ୬ ଲକ୍ଷ ୫୦ ହଜାର ପର୍ଯ୍ୟନ୍ତ ଯାଇଥିଲା । କିନ୍ତୁ ୨୦୨୧ ଅଗଷ୍ଟ ମାସରୁ ତାଙ୍କ ଅନୁଗାମୀଙ୍କ ସଂଖ୍ୟା ହ୍ରାସ ପାଇ ମାସକୁ ହାରାହାରି ଅଢେଇ ହଜାର ହୋଇଛି । 

 

BBSR Reporters

 

ନୂଆଦିଲ୍ଲୀ: ସରକାରଙ୍କ ଚାପରେ କାମ କରୁଛି ସୋସିଆଲ ମିଡିଆ ଆପ୍ ଟ୍ୱିଟର । ଏପରି ଅଭିଯୋଗ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ସରକାରଙ୍କ ଚାପର ବଶବର୍ତୀ ହୋଇ ଟ୍ୱିଟର ତାଙ୍କ ଫଲୋଅର୍ସଙ୍କ ସଂଖ୍ୟା ସୀମିତ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି । ଏନେଇ ରାହୁଲ ଗାନ୍ଧୀ ଟ୍ୱିଟର ସିଇଓ ପରାଗ ଅଗ୍ରୱାଲଙ୍କୁ ଚିଠି ଲେଖିଛନ୍ତି ।

 

ରାହୁଲ ଗାନ୍ଧୀ କହିଛନ୍ତି, ୨୦୨୧ ଅଗଷ୍ଟରେ ତାଙ୍କର ଆକାଉଂଟ କିଛି ସମୟ ପାଇଁ ଲକ୍ ହୋଇଯିବା ପରେ ତାଙ୍କ ଫଲୋଅର୍ସଙ୍କ ସଂଖ୍ୟା ବୃଦ୍ଧି ପାଉନାହିଁ । ରାହୁଲ ଦର୍ଶାଇଛନ୍ତି ଯେ, ପ୍ରତି ମାସରେ ସେ ୨ ଲକ୍ଷ ୩୦ ହଜାର ହାରରେ ନୂଆ ଫଲୋଅର୍ସ ପାଉଥିଲେ । କିଛି ମାସରେ ତାଙ୍କ ଫଲୋଅର୍ସଙ୍କ ସଂଖ୍ୟା ୬ ଲକ୍ଷ ୫୦ ହଜାର ପର୍ଯ୍ୟନ୍ତ ଯାଇଥିଲା । କିନ୍ତୁ ୨୦୨୧ ଅଗଷ୍ଟ ମାସରୁ ତାଙ୍କ ଅନୁଗାମୀଙ୍କ ସଂଖ୍ୟା ହ୍ରାସ ପାଇ ମାସକୁ ହାରାହାରି ଅଢେଇ ହଜାର ହୋଇଛି । ଏହି ସମୟ ମଧ୍ୟରେ ତାଙ୍କ ମୋଟ୍ ଫଲୋଅର୍ସଙ୍କ ସଂଖ୍ୟା ୧୯ ଦଶମିକ ୫ ମିଲିୟନ୍ରେ ସ୍ଥିର ରହିଛି ।

 

୨୦୨୧ ଅଗଷ୍ଟରେ ରାହୁଲ ଗାନ୍ଧୀ ଦିଲ୍ଲୀର ଜଣେ ଦୁଷ୍କର୍ମ ପୀଡ଼ିତାଙ୍କ ପରିବାରର ଫଟୋ ଟୁଇଟ୍ କରିବାରୁ ତାଙ୍କ ଆକାଉଂଟ ବିବାଦୀୟ ହୋଇପଡ଼ିଥିଲା । ବିଜେପିର ଅଭିଯୋଗ ପରେ ତାଙ୍କ ଆକାଉଂଟକୁ ୮ ଦିନ ପାଇଁ ଲକ୍ କରିଦିଆଯାଇଥିଲା । ରାହୁଲ ଗାନ୍ଧୀଙ୍କ ଚିଠି ଉପରେ ପ୍ରତିକ୍ରିୟା ରହିଛି ଟ୍ୱିଟର । ଟ୍ୱିଟର କହିଛନ୍ତି,ମନିପୁ୍ୟଲେସନ୍ ଓ ସ୍ପାମ୍ ଉପରେ ଟ୍ୱିଟରର ଜିରୋ ଟଲୋରେନ୍ସ ଆଭିମୁଖ୍ୟ ରହିଛି । ଏହି ନୀତି ଉଲଂଘନ ପାଇଁ ପ୍ରତି ସପ୍ତାହରେ ଲକ୍ଷ ଲକ୍ଷ ଆକାଉଂଟ ହଟାଯାଉଛି ।

Related News
satta king tw