Top Stories

Search here...

News

ପଞ୍ଜାବ ନିର୍ବାଚନ: ପଞ୍ଜାବ ଲୋକ କଂଗ୍ରେସ, ବିଜେପି, ଶିରୋନାମା ଅକାଳି ମଧ୍ୟରେ ହେଲା ସିଟ୍ ଭାଗବଣ୍ଟା

Posted On - 7 minutes ago
Edited By Prabir Kumar
LAST UPDATED Jan 24, 2022 08:33 PM

୧୧୭ ବିଶିଷ୍ଟ ବିଧାନସଭା ଆସନରୁ ପ୍ରଥମ ପର୍ଯ୍ୟାୟରେ ଅମରିନ୍ଦର ସିଂ ୨୨ ଜଣ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି  । 

 

BBSR Reporters


ଚଣ୍ଡିଗଡ଼: ଫେବୃଆରୀ ମାସରେ ହେବାକୁ ଥିବା ପଞ୍ଜାବ ନିର୍ବାଚନ ପାଇଁ ବିଜେପି ସହ କ୍ୟାପଟେନ୍ ଅମରିନ୍ଦର ସିଂଙ୍କ ଦଳ ସହ ମେଣ୍ଟ ହୋଇଛି । ବିଜେପି ୬୫ଟି ଆସନରେ ପ୍ରତିଦ୍ୱନ୍ଦିତା କରିବ । ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଅମରିନ୍ଦର ସିଂଙ୍କ ନୂଆ ଦଳ ପଞ୍ଜାବ ଲୋକ କଂଗ୍ରେସ ୩୭ଟି ଆସନରେ ପ୍ରତିଦ୍ୱନ୍ଦିତା କରିବ । ସେହିପରି ତୃତୀୟ ସହଯୋଗୀ ଦଳ ଶିରୋନାମା ଅକାଳି ଦଳକୁ ମିଳିଛି ୧୫ଟି ଆସନ ।


୧୧୭ ବିଶିଷ୍ଟ ବିଧାନସଭା ଆସନରୁ ପ୍ରଥମ ପର୍ଯ୍ୟାୟରେ ଅମରିନ୍ଦର ସିଂ ୨୨ ଜଣ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି  । ପଟିଆଲା ସହରୀ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ କ୍ୟାପ୍େଟନ ଅମରିନ୍ଦର । ସେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ୱିନ୍ବିଲିଟି ଥିବା ପ୍ରାର୍ଥୀଙ୍କୁ ସେ ଗୁରୁତ୍ୱ ଦେଇଛନ୍ତି  । ଏଥିସହ ରାଜ୍ୟର ସବୁ ବର୍ଗରୁ ପ୍ରତିନିÿଧିତ୍ୱ ପାଇଁ ସୁଯୋଗ ଦିଆଯାଇଛି । କ୍ୟାପ୍େଟନ ପାଇଥିବା ୩୭ଟି ଅସନ ମଧ୍ୟରୁ ୨୬ଟି ହେଉଛି ମାଲୱା ଅଞ୍ଚଳର । ଯେଉଁଠି କ୍ୟାପଟେନ୍ ଅମରିନ୍ଦର ସିଂଙ୍କ ପାରିବାରିକ ଦବବଦବା ରହିଛି । ଏହି ସବୁ ଅଞ୍ଚଳରେ ୨୦୦୭ ନିର୍ବାଚନରେ କ୍ୟାପ୍େଟନଙ୍କ ଚୟନ ପ୍ରାର୍ଥୀମାନେ ବିଜୟ ହୋଇଥିଲେ ।

 

ଏହି ନିର୍ବାଚନରେ କ୍ୟାପଟେନଙ୍କ ସେହି ରଣନୀତି ତାଙ୍କୁ ସହାୟକ ହୋଇପାରେ ବୋଲି ସେ ଆଶା ରଖିଛନ୍ତି । ସେହିପରି ଉକ୍ତ ଅଞ୍ଚଳରେ ଦିଆଯାଇଥିବା ପ୍ରାର୍ଥୀମାନେ ବେଶ ଜଣାଶୁଣା । ସେମାନଙ୍କରେ ପାଖରେ ଦୃଢ଼ ରାଜନୈତିକ ଦକ୍ଷତା ଅଛି ବୋଲି ଅମରିନ୍ଦର କହିଛନ୍ତି  । ଏହି ପ୍ରାର୍ଥୀମାନଙ୍କ ମଧ୍ୟରେ ଫରଜାନା ଅଲାମ ନାମ୍ନୀ ଜଣେ ମହିଳା ଅଛନ୍ତି  । ସମ୍ପୃକ୍ତ ମହିଳା ମାଲେରକୋଟଲା ଆସନରୁ ଲଢ଼ିବେ ।

 

Related News
satta king tw